1. କୃଷି ଖବର

2023ରେ କୃଷି ଆଧୁନିକରଣ ଆରମ୍ଭ କରିବ ଶ୍ରୀଲଙ୍କା

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ଆଧୁନିକରଣ କୃଷି ଆର୍ଭ ଦିଗରେ ଫୋକସ କରୁଛି ।

Shuvanshu Kar
Shuvanshu Kar
Sri Lanka To Start Agricultural Modernisation In 2023: President

Sri Lanka To Start Agricultural Modernisation In 2023: President

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା(Sri Lanka) ଏବେ ଆଧୁନିକରଣ କୃଷି ଆର୍ଭ ଦିଗରେ ଫୋକସ କରୁଛି । ଶ୍ରୀଲଙ୍କା ରାଷ୍ଟ୍ରପତି(Sri Lanka President) ରାନିଲ ବିକ୍ରମସିଂହେଙ୍କ ମିଡିଆ ଡିଭିଜନ୍ (ପିଏମଡି) କହିଛି ଯେ ଶ୍ରୀଲଙ୍କା ଏହାର ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ସହ ଖାଦ୍ୟର ରପ୍ତାନିକାରୀ ହେବା ପାଇଁ 2023ରେ କୃଷି ଆଧୁନିକୀକରଣ( Agricultural Modernisation) ଆରମ୍ଭ କରିବା ଆବଶ୍ୟକ।

ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ବହୁ କ୍ଷେତ୍ରୀୟ ମିଳିତ କମିଟିର ବୈଠକରେ ବିକ୍ରିମସିଂହେ ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ କୃଷିର ଆଧୁନିକୀକରଣ ମାଧ୍ୟମରେ ଉତ୍ପାଦନ ଏବଂ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରି ବୈଦେଶିକ ମୁଦ୍ରା ଅର୍ଜନ କରାଯାଇପାରିବ ।

2023 ଶେଷ ସୁଦ୍ଧା ଆଧୁନିକୀକରଣ କାର୍ଯ୍ୟକ୍ରମ ଉପରେ ଜୋର ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି । ସେ କହିଛନ୍ତି, କୃଷିରୁ ବୈଦେଶିକ ମୁଦ୍ରା ଅର୍ଜନ କରିବା ଉଚିତ । 2050ସୁଦ୍ଧା ଆମର ଜନସଂଖ୍ୟା 25 ମିଲିୟନ ହେବ । ଯଦି ଆମେ କୃଷିକୁ ଆଧୁନିକୀକରଣ ନକରିବା ତେବେ ଏହା ଏକ ସମସ୍ୟା ହୋଇପାରେ ବୋଲି ରାଷ୍ଟ୍ରପତି ବିକ୍ରମସିଂହେ କହିଛନ୍ତି।

ଗମ୍ଭୀର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା(srilanka)କୁ ସହାୟତାର ହାତ ବଢାଇ ଆସୁଛି ଭାରତ । ଆମେରିକା ମଧ୍ୟ ଶ୍ରୀଲଙ୍କାକୁ 4 କୋଟି ଡଲାର ସହାୟତା ଘୋଷଣା କରିଛି । ଏହା ଦ୍ବାରା ପରବର୍ତ୍ତୀ କୃଷି ଋତୁ ପାଇଁ ସାର ଏବଂ ଅନ୍ୟାନ୍ୟ କୃଷି ସମ୍ବଳ କ୍ରୟ କରିବାରେ ଶ୍ରୀଲଙ୍କା(srilanka)କୁ ସହାୟକ ହେବ ।

ଗତ କିଛି ମାସ ହେବ ଶ୍ରୀଲଙ୍କା ଏକ ଗମ୍ଭୀର ଆର୍ଥିକ ଏବଂ ଇନ୍ଧନ ସଙ୍କଟ ସହ ମୁକାବିଲା କରୁଛି। ବୈଦେଶିକ ମୁଦ୍ରା ଅଭାବ ହେତୁ ଶ୍ରୀଲଙ୍କା ଏହାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବର୍ତ୍ତମାନ ଅସମର୍ଥ । ଅର୍ଥନୈତିକ କ୍ଷେତ୍ରରେ ସମସ୍ୟା ସହ ଆରମ୍ଭ ହୋଇଥିବା ସଙ୍କଟ ବର୍ତ୍ତମାନ ରାଜନୈତିକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି କରିଛି ।

ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଆମେରିକାର ସହାୟତା, ଚାଷୀଙ୍କୁ 4 କୋଟି ଡଲାର ଘୋଷଣା

ତେଲରେ ନିଆଁ, 500 ଛୁଇଁଲା ପେଟ୍ରୋଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments