News

ଆକାଶ ଛୁଆଁ ପରିବା ଦର; ମୂଳା କିଲୋ ୪୯୦,ଆଳୁ କିଲୋ ୨୨୦ଟଙ୍କା

ଆକାଶ ଛୁଆଁ ପରିବା ଦର । ଆଳୁ କିଲୋ ୨୨୦, ମୂଳା କିଲୋ ୪୯୦,ପିଆଜ ୨୦୦ଟଙ୍କା । ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି ।

13 July, 2022 12:48 PM IST By: Sudesna Nayak

ଆକାଶ ଛୁଆଁ ପରିବା ଦର । ଆଳୁ କିଲୋ ୨୨୦, ମୂଳା କିଲୋ ୪୯୦,ପିଆଜ(Onion Price) ୨୦୦ଟଙ୍କା । ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି ।

ସୂଚନା ଅନୁଯାୟୀ, ଗତ କିଛି ମାସ ହେବ ପଡୋଶୀ ଶ୍ରୀଲଙ୍କା (srilanka)ର ଅବସ୍ଥା ଅତ୍ୟନ୍ତ ଖରାପ । ଅର୍ଥନୈତିକ କ୍ଷେତ୍ରରେ ସମସ୍ୟା ସହ ଆରମ୍ଭ ହୋଇଥିବା ସଙ୍କଟ ବର୍ତ୍ତମାନ ରାଜନୈତିକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି କରିଛି । ଏହି ସମୟରେ ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

ଶ୍ରୀଲଙ୍କା (srilanka)ରେ ଅଧିକାଂଶ ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି । ଶ୍ରୀଲଙ୍କା ମୁଦ୍ରାରେ କିଲୋଗ୍ରାମ ପିଛା ଆଳୁ ମୂଲ୍ୟ (potato price)୨୨୦ ଟଙ୍କା ଏବଂ ପିଆଜ ମୂଲ୍ୟ (Onion Price)୨୦୦ ଟଙ୍କା ରହିଛି । ସେହିଭଳି ଚାଉଳ ମୂଲ୍ୟ (RICE Price)ବର୍ଷକ ତଳେ କିଲୋଗ୍ରାମ ପିଛା ୧୪୫ ଟଙ୍କା ଥିବାବେଳେ ଏବେ ତାହା ୨୩୦ ଟଙ୍କା ରହିଛି । ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଗାଜର କିଲୋ ୪୯୦ ଟଙ୍କା ଛୁଇଁଛି । ଶ୍ରୀଲଙ୍କାରେ ମୁଖ୍ୟତଃ ଯୋଗାଣ ଅଭାବଜନିତ ମୁଦ୍ରାସ୍ଫୀତି ଦେଖାଦେଇଛି ।

ଏଥିସହିତ ଇନ୍ଧନ ମୂଲ୍ୟ ଉଚ୍ଚା ରହିବା କାରଣରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଇଛି । ୨୨ ନିୟୁତ ବିଶିଷ୍ଟ ଏହି ଦେଶରେ ବିଦେଶୀ ମୁଦ୍ରାର ଗୁରୁତର ଅଭାବ ଦେଖାଦେଇଛି । ଫଳରେ ଶ୍ରୀଲଙ୍କା ପେଟ୍ରୋଲ (petrol price), ଡିଜେଲ, ସାର, ଖାଦ୍ୟ ଏବଂ ଔଷଧ ଆଦି ବିଦେଶରୁ ଆମଦାନି କରିପାରୁନାହିଁ ।

ପ୍ରକାଶ ଥାଉ ଯେ, ପେଟ୍ରୋଲ (petrol)ଓ ଡିଜେଲ କିଣିବାକୁ ଲୋକଙ୍କୁ ମାଇଲ ମାଇଲ ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି । ଖାଦ୍ୟ ପଦାର୍ଥର ଉଚ୍ଚ ଦାମ୍ ଯୋଗୁ ୭୦ ପ୍ରତିଶତ ପରିବାର କମ୍ ପରିମାଣରେ ଖାଦ୍ୟ ଖାଉଛନ୍ତି ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି । ଶ୍ରୀଲଙ୍କା ମୁଦ୍ରା ଭାରତୀୟ ମୁଦ୍ରା ତୁଳନାରେ ଦୁର୍ବଳ ରହିଛି । ଭାରତର ୧ ଟଙ୍କା ଶ୍ରୀଲଙ୍କାର ପ୍ରାୟ ୪.୬ ଟଙ୍କା ସହିତ ସମାନ ।

Vegetable Price Today: ଆଜିର ପରିବା ଦର,ଜାଣନ୍ତୁ କେଉଁଠି କେତେ ?

ପେଟ୍ରୋଲ ଠାରୁ ମହଙ୍ଗା ଏବେ ଟମାଟୋ ଦାମ୍‌

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)