News

Startup: କୃଷି ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ହାଲୁକା ଗଣେଶ ମୂର୍ତ୍ତି, ଜାଣନ୍ତୁ କେମିତି ?

ଭଦୋଦରା ସହରରୁ ଏକ ଷ୍ଟାର୍ଟଅପ୍ କୃଷି ବର୍ଜ୍ୟବସ୍ତୁ ସହ କବକ ବ୍ୟବହାର କରି ବିଭିନ୍ନ ବସ୍ତୁ ତିଆରି କରିବାର ଉପାୟ ଖୋଜୁଛି । ଏହା କୃଷି ବର୍ଜ୍ୟବସ୍ତୁ ଏବଂ ଛତୁ ବ୍ୟବହାର କରି ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ସଫଳତାର ସହିତ ଗଢିବାରେ ସକ୍ଷମ ହୋଇଛି ।

31 July, 2022 10:35 AM IST By: Shuvanshu Kar

କୃଷି ବର୍ଜ୍ୟବସ୍ତୁ(agriculture waste) ଚାଷୀମାନଙ୍କ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି ଏବଂ ନଡ଼ା ଜଳିବା କାରଣରୁ ଉତ୍ତର ଭାରତରେ ବାୟୁ ପ୍ରଦୂଷଣରେ ମଧ୍ୟ ଏହା ଏକ ପ୍ରମୁଖ କାରଣ । ଭଦୋଦରା ସହରରୁ ଏକ ଷ୍ଟାର୍ଟଅପ୍(Startup) କୃଷି ବର୍ଜ୍ୟବସ୍ତୁ ସହ କବକ ବ୍ୟବହାର କରି ବିଭିନ୍ନ ବସ୍ତୁ ତିଆରି କରିବାର ଉପାୟ ଖୋଜୁଛି । ଏହା କୃଷି ବର୍ଜ୍ୟବସ୍ତୁ (agriculture waste) ଏବଂ ଛତୁ ବ୍ୟବହାର କରି ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ ସଫଳତାର ସହିତ ଗଢିବାରେ ସକ୍ଷମ ହୋଇଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ବ୍ୟକ୍ତି ଜଣକ ଏହି ମୂର୍ତ୍ତିକୁ କୌତୁହଳପ୍ରଦ ଭାବରେ ଗଢିଛନ୍ତି, ତାଙ୍କର ଜୀବ ବିଜ୍ଞାନରେ କୌଣସି ପୃଷ୍ଠଭୂମି ନାହିଁ ଏବଂ ସେ ମୁଖ୍ୟ ବିଷୟ ଭାବରେ ଗଣିତ ଏବଂ ପରିସଂଖ୍ୟାନରେ ସ୍ନାତକୋତ୍ତର କରିଛନ୍ତି । MASABA Agritech ଷ୍ଟାର୍ଟଅପର ପ୍ରତିଷ୍ଠାତା ଅନିଲ ଶତପଥି କହିଛନ୍ତି ଯେ ଛତୁ ଉପରେ କାମ କରିବା ସମୟରେ mycelium(ଚେର ଭଳି ଗଠନ) ପାଇଥଇଲେ । ପରେ ସେ ଏହା ଉପରେ ଅଧିକ ଗବେଷଣା ଆରମ୍ଭ କରିଥିଲେ ।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଆଦିବାସୀ ଅଞ୍ଚଳରେ ଛତୁ ଚାଷକୁ ପ୍ରୋତ୍ସାହିତ କରୁଥିଲେ ଅନିଲ ଏବଂ ଏହା ବିଷୟରେ ଜାଣିଥିଲେ । ଛତୁ ମଧ୍ୟ କବକ ଅଟେ ଏବଂ ସେଗୁଡିକ ବିଷୟରେ ଅଧ୍ୟୟନ କରିବା ସମୟରେ ସେ ଏଥିମଧ୍ୟରୁ ମଧ୍ୟରୁ myceliumର ବନ୍ଧନ ଗୁଣ ବିଷୟରେ ଜାଣିବାକୁ ପାଇଥିଲେ ବୋଲି ଶତପଥି କହିଛନ୍ତି ।

ମାଇସେଲିଅମର ବନ୍ଧନ ଗୁଣ ରହିଛି । ଅନିଲ ଏହାକୁ ବ୍ୟବହାର କରି ମୂର୍ତ୍ତି ପ୍ରସ୍ତୁତ କରିବାକୁ ପରୀକ୍ଷଣ କରିଥିଲେ । ସେ କହିଛନ୍ତି ଯେ ଏହି ଉତ୍ପାଦଗୁଡିକ କେବଳ ଜୈବବିଘଟନ ନୁହେଁ, ବରଂ ଖତ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଅନିଲ ଏପର୍ଯ୍ୟନ୍ତ କୃଷି ବର୍ଜ୍ୟବସ୍ତୁ ସହିତ ମାଇସେଲିୟମ୍ ବ୍ୟବହାର କରି ମୂର୍ତ୍ତି ଏବଂ ଅନ୍ୟାନ୍ୟ ବସ୍ତୁ ତିଆରି କରିସାରିଛନ୍ତି ।

ଅନିଲଙ୍କ ଅନୁଯାୟୀ, କୃଷି ବର୍ଜ୍ୟବସ୍ତୁ ଏବଂ ମାଇସେଲିୟମରୁ ନିର୍ମିତ ଗଣେଶ ମୂର୍ତ୍ତିର ଓଜନ ଏକ ମାଟି ମୂର୍ତ୍ତି ଓଜନର ଏକ ଦଶମାଂଶରୁ କମ୍ ଅଟେ । ଏହା ଅତି ହାଲୁକା ଏବଂ ପରିବହନ ସହଜ ।

ଏଥର ହେବନି ଧାନ ଉତ୍ପାଦନ ହ୍ରାସ ! କଣ କହିଲେ କୃଷିମନ୍ତ୍ରୀ ?

ପ୍ଲାଷ୍ଟିକ ରୁ ତିଆରି ହେବ ତୈଳ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)