1. କୃଷି ଖବର

ଖରିଫ ମାର୍କେଟିଂ ଗାଇଡଲାଇନରେ ସଂଶୋଧନ : ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର

ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ । ଏଥର ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର ।

Sudesna Nayak
Sudesna Nayak
state government will pick up extra parboiled rice

state government will pick up extra parboiled rice

ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ । ଏଥର ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର ।

ସୂଚନା ଅନୁଯାୟୀ, ଚଳିତ ଖରିଫରେ କେନ୍ଦ୍ର ସରକାର (central government ) ଓ FCI ଉଷୁନା ଚାଉଳ ଉଠାଇବାକୁ ମନା କରିବା ପରେ ହିଁ ରାଜ୍ୟ ସରକାର (state government ) ଏହି ପ୍ରକାରର ନିଷ୍ପତ୍ତି ନେଇଛନ୍ତି । ଉଷୁନା ଚାଉଳ (extra parboiled rice )ନିଜ ମିଲରମାନଙ୍କ ଦ୍ୱାରା ଉଠାଇବାକୁ ରାଜ୍ୟ ସରକାର ନୀତିରେ ପରିବର୍ତ୍ତନ ଆଣିଛନ୍ତି । ଏନେଇ ଖରିଫ ମାର୍କେଟିଂ 2021-22 ଗାଇଡଲାଇନ ସଂଶୋଧନ କରିଛି ଯୋଗାଣ ନିଗମ ।

ନିଆଣ୍ଟିଆ ମିଲର ଥିବା ଜିଲ୍ଲାକୁ ପାଖ ଜିଲ୍ଲାର ମିଲର ଉଷୁନା ଚାଉଳ ଉଠାଇବାକୁ ପଠାଯିବ ବୋଲି ଜଣାପଡିଛି । ଯାହା ଫଳରେ ଯୋଗାଣ ନିଗମକୁ ପରିବହନ ପାଇଁ ଅଳ୍ପ ଖର୍ଚ୍ଚ ଦେବାକୁ ହେବ । ପୂର୍ବରୁ ନୂଆ ମିଲରମାନଙ୍କୁ ଅନୁମତି ନ ଦେବାକୁ ନିୟମ ଥିଲା । ହେଲେ ଏପରି ସ୍ଥିତି ଦେଖି ପାଖ ଜିଲ୍ଲାଗୁଡ଼ିକରୁ ନୂଆ ମିଲରମାନଙ୍କ ଉଷୁନା ଚାଉଳ (extra parboiled rice ) ଉଠାଇବାକୁ ଅନୁମତି ମିଳିବ । ଏହା ସଂଶୋଧନ କ୍ଲଜ 21.1 ଆଧାରରେ ହିଁ କରାଯାଇଛି । ସେହିପରି କ୍ଲଜ 21.4 ଆଧାରରେ ଆଉ ଏକ ସଂଶୋଧନ ମଧ୍ୟ କରାଯାଇଛି ।

ପ୍ରକାଶ ଥାଉ ଯେ, ପୂର୍ବରୁ ଖରିଫ ଧାନ ସଂଗ୍ରହ ପାଇଁ ନଭେମ୍ବର 1 ପୂର୍ବରୁ ମିଲରମାନଙ୍କୁ ଆବେଦନ କରିବାକୁ ପଡୁଥିଲା । ଏବେ ଏହି ନିୟମକୁ କୋହଳ କରାଯାଇଛି । ଯେଉଁ ଜିଲ୍ଲାରେ ଯେବେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ, ତା ପୂର୍ବରୁ ଆବେଦନ କରିପାରିବେ ମିଲରମାନେ । ନିୟମ ସଂଶୋଧନ ନେଇ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ CSOମାନଙ୍କୁ ଚିଠି ଲେଖାଯାଇଛି ।

କହିବାକୁ ଗଲେ, ବଳକା ଉଷୁନା ଚାଉଳ ଉଠାଇବା ଲାଗି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମଧ୍ୟ ଅନୁରୋଧ କରିଥିଲେ । ଏହା ସହ ବିଜେଡିର ସାଂସଦ ମାନେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । କେନ୍ଦ୍ର ସରକାର (central government ) ଏନେଇ କୌଣସି ପଦକ୍ଷେପ ନନେବାରୁ ଏବେ ରାଜ୍ୟ ସରକାର (state government ) ନିଜସ୍ୱ ଉଦ୍ୟମରେ ଉଷୁନା ଚାଉଳ (extra parboiled rice ) ଉଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏଥର ବଳକା ଉଷୁନା ଚାଉଳ ନିଜେ ଉଠାଇବେ ରାଜ୍ୟ ସରକାର ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡ ନ୍ୟୁଜ, ଦ୍ବିଗୁଣିତ ହୋଇପାରେ ଦରମା

SBI Recruitment: ବ୍ୟାଙ୍କରେ ଖାଲି ରହିଛି ପଦବୀ,ଶୀଘ୍ର ଆବେଦନ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments