ବର୍ତ୍ତମାନ କୃଷି ସହ ଜଡ଼ିତ ବିଭିନ୍ନ ନୂତନ କାର୍ଯ୍ୟ କରାଯାଉଛି ସରକାରଙ୍କ ଦ୍ୱାରା l ଯାହାକୁ ଦୃଷ୍ଟିରେ ରଖି ସରକାର ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉଛନ୍ତି ଚାଷୀଙ୍କୁ । ଏହାରି ମଧ୍ୟରେ ସରକାର ଗୋପାଳନ ଉପରେ ଅଧିକ ଫୋକସ କରିଛନ୍ତି । ଯେପରି ଆପଣ ସମସ୍ତେ ଜାଣନ୍ତି, ବିଶ୍ୱରେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଭାରତ ଆଗରେ ରହିଛି । ପ୍ରାୟ ୨୫ ପ୍ରତିଶଦ ଦୁଗ୍ଧ ଭାରତରେ ଉତ୍ପାଦନ ହୋଇଥାଏ । ଯାହାର ଅର୍ଥ ଏକ ଚତୁର୍ଥାଂଶ ଦୁଗ୍ଧ ଭାରତରେ ଉତ୍ପାଦନ ହୋଇଥାଏ । ସୂଚନା ଅନୁସାରେ, ୨୦୧୪ ମସିହାରୁ ୨୦୨୩ ମସିହା ମଧ୍ୟରେ ଭାରତରେ ପ୍ରାୟତଃ ୫୮ ପ୍ରତିଶତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇଛି ।
ଦେଶରେ ଅନେକ ଚାଷୀ ଗୋପାଳନ ଉପରେ ନିର୍ଭର । ପଶୁପାଳନ ବିକାଶ ପ୍ରତି ଅଧିକ ଧ୍ୟାନ ମଧ୍ୟ ଦେଉଛନ୍ତି ସରକାର । ଚାଷୀଙ୍କ ପାଇଁ ଅନେକ ଯୋଜନା ସହିତ ସହାୟତା ମଧ୍ୟ ପ୍ରଦାନ କରାଯାଉଛି l ଚାଷୀଙ୍କୁ ବୃହତ ସ୍ତରରେ ସବ୍ସିଡି ମଧ୍ୟ ଦିଆଯାଉଛି । ଗୋପଳନ ମାଧ୍ୟମରେ ଡାଏରୀ ଫାର୍ମ ଏକ ଉଦ୍ୟୋଗ ହୋଇଛି ଯାହା ଗାଇ ବା ମଇଁଶିରୁ ଆରମ୍ଭ କରିହେବ । ଏଥିରେ ଚାଷୀଙ୍କୁ ଅଧିକ ନିବେଶ କରିବାକୁ ମଧ୍ୟ ଆବଶ୍ୟକତା ନାହିଁ । ଯୁବଗୋଷ୍ଠୀଙ୍କୁ ଏହି ଉଦ୍ୟୋଗ ପ୍ରତି ଉତ୍ସାହିତ କରିବା ପାଇଁ ସରକାର ସବସିଡି୍ ସହ ଲୋନ୍ର ବ୍ୟବସ୍ଥା କରିଛନ୍ତି ।
ନାବାର୍ଡ ଉଦ୍ୟମିତା ବିକାଶ ଯୋଜନାରେ ଲୋନ୍ ଯୋଗାଇ ଦେଉଛନ୍ତି ଗୋପଳନ ଚାଷୀଙ୍କୁ । ନୂଆ ଫାର୍ମ କ୍ଷେତ୍ରରେ ନୂତନ ସଂସ୍କାର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ଡାଏରୀ ଫାର୍ମକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏଭଳି ଫାର୍ମ ସ୍ଥାପନ ପାଇଁ ମୋଟ ୨୫ ପ୍ରତିଶତ ସବ୍ସିଡି ଯୋଗାଇ ଦିଆଯିବ ଚାଷୀଙ୍କୁ । ସବୁଠାରୁ ବଡ଼ ଆଲୋଚ୍ୟ ବିଷୟ ହେଉଛି ମହିଳାଙ୍କୁ ଏହି କ୍ଷେତ୍ରରେ ୩୩.୩୩ ପ୍ରତିଶତ ସବସିଡି ଦିଆଯାଉଛି ।
ଏହି ଡାଏରୀ ଯୋଜନାର କ୍ଷୀର କାଢ଼ିବା ମେସିନ୍, କ୍ଷୀର ଶୁଦ୍ଧତା ପରୀକ୍ଷଣ ଯନ୍ତ୍ର, କ୍ଷୀର ଷ୍ଟୋର୍ କରି ରଖିବା ଇତ୍ୟାଦି ଯନ୍ତ୍ର ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ । ଋଣ ପରିଶୋଧରେ ସବସିଡି ମଧ୍ୟ ପ୍ରଦାନ କରାଯିବ । ଏଭଳି ଋଣ ଉପରେ ଟାକ୍ସ ମଧ୍ୟ କମ୍ ପ୍ରଦାନ କରିବାକୁ ହେବ । ଏହି ଯୋଜନାର ଲାଭ ଉଠାଇବାକୁ ଡାଏରୀ ପଞ୍ଜିକରଣ କରିବାକୁ ହେବ ଚାଷୀଙ୍କୁ । ବ୍ୟାଙ୍କ୍କୁ ଯାଇ ସବସିଡି ଫର୍ମ ଭରିବାକୁ ହେବ । ଅଧିକ ଲୋନ୍ ଆବଶ୍ୟକତା କିମ୍ବା ଅନ୍ୟ ତଥ୍ୟ ଜାଣିବକୁ ଥିଲେ ନାବାର୍ଡ ଯାଇ ଡାଏରୀ ପ୍ରୋଜେକ୍ଟ ରିପୋର୍ଟ ବିଷୟରେ ବୁଝିବାକୁ ହେବ । ଅଧିକ ସୂଚନା ପାଇଁ https://nabard.org ରେ ଲଗ୍ ଇନ୍ କରନ୍ତୁ l
Read more
୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା
ହାଇଫା ଇଣ୍ଡିଆ ଫର୍ଟିଲାଇଜର୍ସ ଆଣ୍ଡ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍
Share your comments