
Superb Pension: Finance minister Big announcement , senior citizens will get 20,000 rupees every month
ଚଳିତ ବର୍ଷ ସଂସଦରେ ବଜେଟ ଉପସ୍ଥାପନା (budjet 2023 ) କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) । ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ସିନିୟର ସିଟିଜେନମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ବଜେଟ ଆସିବାପରେ ଟାକ୍ସ ପେୟର୍ସ ଓ ସିନିୟର ସିଟିଜେନ ମାନଙ୍କୁ ଫାଇଦା ହୋଇଥିବାର ଦେଖିବାକୁ ମିଳିଛି । ଏହାସହ ବରିଷ୍ଠ ନାଗରିକ ନିବେଶର ଅଧିକତମ ରାଶିକୁ 15 ଲକ୍ଷରୁ 30 ଲକ୍ଷ ପର୍ଯ୍ୟନ୍ତ କରାଯାଇଛି । ସରକାରଙ୍କ ତରଫରୁ ମାର୍ଚ୍ଚ 31 ତାରିଖ 2023 ତ୍ରିମାସିକ ପାଇଁ ସୁଧଦର 8 ପ୍ରତିଶତ ବୃଦ୍ଧି କରି ଦିଆଯାଇଛି । ଜାନୁଆରୀ 1 ତାରିଖ 2023 ପୂର୍ବରୁ ଏହି ସରକାରୀ ଯୋଜନା ଉପରେ 7.6 ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଥିଲା। ଏହି ସୁଧ ବୃଦ୍ଧି ପାଇବା ଯୋଗୁଁ ବରିଷ୍ଠ ନାଗରିକଙ୍କ ଟଙ୍କା ଦୁଇଗୁଣା ହୋଇଯିବ ।
ସୂଚନା ଅନୁଯାୟୀ,ଚଳିତ ବର୍ଷର ବଜେଟ (budjet 2023 )ରେ କେବଳ ସିନିୟର ସିଟିଜେନଙ୍କୁ ନୁହେଁ, ମହିଳାମାନଙ୍କୁ ମଧ୍ଯ ଏକ ବଡ ଉପହାର ଦିଆଯାଇଛି । ମହିଳାମାନଙ୍କୁ ଏକ ବଡ ଉପହାର ଦେବାକୁ ଯାଇ ସୀତାରମଣ ସେମାନଙ୍କ ପାଇଁ ଏକ ନୂଆ ସ୍ମଲ୍ ସେଭିଂ ସ୍କିମ୍ ଘୋଷଣା କରିଛନ୍ତି । ଯେଉଁଥିରେ ନିର୍ମଳା ସୀତାରମଣ (Nirmala Sitharaman) ଏକ ଯୋଜନା ଘୋଷଣା କରିଛନ୍ତି । ଘୋଷଣା କରି ଥିବା ଏହି ଯୋଜନାର ନାମ ହେଉଛି ମହିଳା ସମ୍ମାନ ବଚ୍ଚତ ପାତ୍ର (Mahila samman bachat patra scheme)। ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ଏହି ଯୋଜନା ଉପଲବ୍ଧ ହେବ ବୋଲି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅବିଭାଷଣରେ କହିଛନ୍ତି ।
ସିନିୟର ସିଟିଜେନଙ୍କୁ କେତେ ହେବ ଫାଇଦା,ଜାଣନ୍ତୁ...
ପ୍ରଥମେ ଏହି ଯୋଜନାରେ 15 ଲକ୍ଷ ଟଙ୍କା ନିବେଶ କରିବାଦ୍ୱାରା 7.6 ପ୍ରତିଶତ ସୁଧ ହିସାବରେ ପରିପକ୍ଵତା ବେଳକୁ ଏହି ରାଶି 20.70 ଲକ୍ଷ ଟଙ୍କା ମିଳୁଥିଲା। ବାର୍ଷିକ ରୂପରେ ଦେଖିବାକୁ ଗଲେ ଏହି ରାଶି 1.14 ଲକ୍ଷ ଓ ମାସିକ ସାଢ଼େ ନଅ ହଜାର ଟଙ୍କା ହୋଇଥାଏ । ଯଦି ଆପଣ ଏବେ 30 ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତାହେଲେ ପାଞ୍ଚବର୍ଷ ପରେ ଏହି ରାଶି 42 ଲକ୍ଷ ଟଙ୍କା ହୋଇଯାଇଥିବ। ଏହି ରାଶି ବାର୍ଷିକ ହିସାବରେ 2.4 ଲକ୍ଷ ଟଙ୍କା ଓ ମାସିକ 20 ହଜାର ଟଙ୍କା ହୋଇଥାଏ। । ପୂର୍ବରୁ ସାଢ଼େ ନଅ ହଜାରକୁ ତୁଳନା କଲେ ଏବେ ସିନିୟର ସିଟିଜେନଙ୍କୁ 20 ହଜାର ଟଙ୍କା ମିଳିବ।
ସରକାରଙ୍କ ତରଫରୁ ‘ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା’ କୁ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଚଳାଯାଇଥାଏ ।
ଦେଢଲକ୍ଷର ଟାକ୍ସ ଛାଡ଼ ପାଇବେ ଜାଣନ୍ତୁ...
ପ୍ରକାଶ ଥାଉ ଯେ, ବରିଷ୍ଠ ନାଗରିକଙ୍କ ପାଇଁ ଖୋଲାଯାଇଥିବା ଏହି ଯୋଜନାରେ ପତି ଓ ପତ୍ନୀ ଏକତ୍ରିତ ଖାତା ମଧ୍ୟ ଖୋଲିପାରିବେ। ଆୟକର ଅଧିନିୟମ ଧାରା 80ସି ଅନୁସାରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ଛାଡ଼ ହେବ ।
ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍ ୨୦୨୩-୨୪ । ବଜେଟ୍ ଉପସ୍ଥାପନ ସହ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଆୟକର ସୀମାରେ ପରିବର୍ତ୍ତନ ନେଇ ଘୋଷଣା କରିଛନ୍ତି । ଦେଶର ଆୟକର ସୀମା ବଦଳିଲା । ୦ ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ଅର୍ଥାତ ୩ ଲକ୍ଷ ପର୍ଯ୍ୟନ୍ତ କାରବାର କଲେ ଦେବାକୁ ପଡିବ ନାହିଁ କୌଣସି ଆୟକର ବା ଟ୍ୟାକ୍ସ । ୩ ଲକ୍ଷ ପରେ ଦେବାକୁ ପଡିବ ଟ୍ୟାକ୍ସ ।
Share your comments