1. କୃଷି ଖବର

ଆଉ ୨ ଦିନ ପରେ ଶାନ୍ତ ପଡ଼ିଯିବ ପାଗ

ଗତ କାଲି ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ନେଇ ସତର୍କ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୨ରୁ ୩ଦିନ ରହିବ ତାତି। ପରବର୍ତ୍ତୀ ୨ରୁ ୩ଦିନ ପରେ ୨ରୁ ୪ଡିଗ୍ରୀ ତାପମାତ୍ରା କମିବ। ୨୨ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Priyambada Rana
Priyambada Rana
ପାଣିପାଗ ଖବର

ପାଣିପାଗ ଖବର

ଘରୁ ବାହାରିଲେ ଖରାରେ ଜଳୁଛି ଦେହ। ଝାଞ୍ଜିପବନ ସହ ଗୁଳୁଗୁଳି କଲବଲ କରୁଛି। ବୁଧବାର ୨୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ୧୭ ସହରରେ ତାପମାତ୍ରା ୪୨ ଡିଗ୍ରି ଛୁଇଁଥିଲା। ୪୨.୭ ଡିଗ୍ରିରେ ସିଝିଥିଲେ ଭୁବନେଶ୍ୱରବାସୀ। ବାରିପଦା ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଥିଲା। ସେପଟେ ଆଉ ୨ ଦିନ ମଧ୍ୟ ତାତିରୁ ନିସ୍ତାର ମିଳିବନି ।

 ଗତ କାଲି ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ନେଇ ସତର୍କ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୨ରୁ ୩ଦିନ ରହିବ ତାତି। ପରବର୍ତ୍ତୀ ୨ରୁ ୩ଦିନ ପରେ ୨ରୁ ୪ଡିଗ୍ରୀ ତାପମାତ୍ରା କମିବ। ୨୨ତାରିଖ ପରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଉପକୂଳ ଓଡିଶାରେ ଆର୍ଦ୍ରତା ୪୦ରୁ ୫୦% ରହୁଛି। ଆଜି ୧୧ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଜି ପାଇଁ ୬ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଝାରସୁଗୁଡ଼ାରେ ତାପମାତ୍ରା ୪୦.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ସେହିପରି କେନ୍ଦୁଝରରେ ୩୯.୨, ଭୁବନେଶ୍ୱରରେ ୩୯, ସମ୍ବଲପୁରରେ ୩୯ , ବାଲେଶ୍ୱରରେ ୩୭.୮, ହୀରାକୁଦରେ ୩୭.୮, ଚାନ୍ଦବାଲିରେ ୩୭.୪, ପୁରୀରେ ୩୪, ଗୋପାଳପୁରରେ ୩୩.୬ ଓ ପାରାଦୀପରେ ୩୨.୪ ଡ଼ିଗ୍ରୀ ରେକର୍ଡ ହୋଇଛି।

ତେବେ ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରାଯାଉଛି । ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ ଯାହା ପ୍ରଭାବରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ। ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

୨୧ ତାରିଖରୁ ରାଜ୍ୟରେ ବଦଳିବ ପାଣିପାଗ, ସୂଚନା ଦେଲା ପାଣିପାଗ ବିଭାଗ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments