1. କୃଷି ଖବର

କୃଷି ଜାଗରଣ ର କେ.ଯେ ଚୌପାଲ ରେ ଯୋଗ ଦେଲେ ଵିମ ର ସିଇଓ

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେବ କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

Tanushree Mahapatra
Tanushree Mahapatra
The CEO Nilotpal Pathak of BEAM joined in K.J Choupal seminar

The CEO Nilotpal Pathak of BEAM joined in K.J Choupal seminar

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେବ କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ  । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି ଷୋମବାର  (monday ) କୃଷି ଜାଗରଣ ଚୌପାଲରେ ଯୋଗ ଦେଲେ BEAMର ସି ଇ ଓ ନିଲତପାଲ ପାଠକ  (Nilotpal Pathak ) , ସୁମନ ଦଵାସ ଏବଂ ସୌରଭ ଘୋଷ ଯୋଗ ଦେଇଥିଲେ   ।

ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଓ ସମସ୍ତ କର୍ମଚାରୀ ମିଶି  ନିଲତପାଲ ପାଠକ  (Nilotpal Pathak ) ଙ୍କୁ ସ୍ବାଗତ ଜଣାଇଥିଲେ । ନିଲତପାଲ ପାଠକ  (Nilotpal Pathak ) ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ । କୃଷି ଜାଗରଣ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା  । ସମ୍ବର୍ଦ୍ଧନା ପରେ ସେ ନିଜ ବକ୍ତବ୍ୟ ରଖିଥିଲେ ସମସ୍ତଙ୍କ ପାଖରେ ।

ବର୍ତ୍ତମାନ, କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ବଂଚାଇବା ତଥା ସମାଜକୁ ଦେଖାଇବା ପାଇଁ କୃଷି ସଚେତନତାର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ନିଲତପାଲ  । ଵିମ ର ସି ଇ ଓ କୃଷି ଜାଗରଣ ଦଳ ସହିତ ଅନେକ ତଥ୍ୟ ବାଣ୍ଟିଥିଲେ । ସେ କହିଛନ୍ତି ଯେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ର ସମାଜର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆମେ ସମସ୍ତେ ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ୍ । ସାଧାରଣ ଲୋକଙ୍କୁ ସୂଚନା ଯୋଗାଇବା ପାଇଁ କୃଷି ସମ୍ବନ୍ଧୀୟ ଯଥାସମ୍ଭବ ତଥ୍ୟ ଏକାଠି କରାଯିବା ଉଚିତ୍ | ଆଜି ତାହା ଏକ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ହୋଇପଡିଛି ସମସ୍ତଙ୍କ ପାଇଁ  | କୃଷି ଜାଗରଣ ଚୌପାଲରେ କୃଷି କ୍ଷେତ୍ରକୁ ନେଇ ସୁନ୍ଦର ବକ୍ତବ୍ୟ ଦେବା ସହିତ ପାଇଁ ନିଜର ଭିଜନକୁ ଉପସ୍ଥାପନ କରିଥିଲେ  ।

ସେ କହିଛନ୍ତି ଯେ କୃଷି ଜାଗରଣ ( krishi jagran )ଗଣମାଧ୍ୟମର କାର୍ଯ୍ୟ ଯାହା ପ୍ରକୃତରେ କରୁଛି ତାହା ପ୍ରଶଂସନୀୟ । କୃଷି ଜାଗରଣ ଅନ୍ୟ ଗଣମାଧ୍ୟମ(media ) ତୁଳନାରେ ଏପରି ଏକ  ଗଣମାଧ୍ୟମ , ଯାହା କୃଷକ ତଥା କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ପାଇଁ ଆଗେଇ ଆସିଛି ଯାହାକି ଅତ୍ୟନ୍ତ  ପ୍ରଶଂସନୀୟ କାର୍ଯ୍ୟ | କୃଷକ ଭାଇମାନଙ୍କ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରିଥିବାରୁ କୃଷି ଜାଗରଣ ର ସମସ୍ତ ସଦସ୍ୟଙ୍କୁ  ସେ କୃତଜ୍ଞତା ଜଣାଇଛନ୍ତି ।

ବର୍ତ୍ତମାନ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଗଣମାଧ୍ୟମ ଚାଷୀଙ୍କ ନିକଟକୁ ଯାଇ ଏସବୁ ଜାଣିବା ଉଚିତ୍ | ସେମାନଙ୍କ ସମସ୍ୟା ବିଷୟରେ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ସୂଚନା ପ୍ରାପ୍ତ କରନ୍ତୁ | ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରି କୃଷକମାନଙ୍କୁ ଉପଯୁକ୍ତ ସମାଧାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ତେବେ ଅତିଥି ସୁମନ ଦାଵସ କହିଥିଲେ ଯେ ଏବେ ଚାଷୀ ଅନେକ ସମସ୍ୟା ଓ କଠିନ ଦିଗରେ ଗତି କରୁଛି କାରଣ ଚାଷ ର ସଠିକ ମୂଲ୍ୟ ତାଙ୍କୁ ମିଳିପାରୁନି l ସେହିପରି ସଁ ସୌରଭ ଘୋଷ କହିଥିଲେ ଯେ ଚାଷୀଙ୍କ ଠାରୁ କମ ମୂଲ୍ୟ ରେ କିଣାଯାଇ ବଜାରରେ ଅଧିକ ଦରରେ ବିକ୍ରି କରାଯାଉଛି ଯାହା ର ମୂଲ୍ୟ ଚାଷୀ ପାଇ ପାରୁନି ଏହାର ସମାଧାନ ଖୁବ ଶୀଘ୍ର ହେବା ଦରକାର l

BSE କୃଷି ମାର୍କେଟସ୍ ଲିମିଟେଡ୍ (BSE E-Agricultural Markets Ltd. (BEAM)”) ହେଉଛି BSE ନିବେଶ ଲିମିଟେଡ୍ ର ଏକ ସହାୟକ କମ୍ପାନୀ ଯାହାକି ବିଶ୍ୱର ଦ୍ରୁତତମ ଷ୍ଟକ୍ ଏକ୍ସଚେଞ୍ଜ ଅଟେ | ଆର୍ଥିକ ବଜାର, ବଜାର ପ୍ରଯୁକ୍ତିବିଦ୍ୟା ଏବଂ ଏହାର ଜୀବନ୍ତ ଇକୋସିଷ୍ଟମରେ BSE ର ଶକ୍ତି ବୃଦ୍ଧି କରି ଭାରତୀୟ କୃଷି ବଜାରର ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କରିବାକୁ ଏହି BSE ପଦକ୍ଷେପ ଉଦ୍ଦିଷ୍ଟ | ଚାଷୀ ଜିନିଷ ଉପରେ  ଉନ୍ନତ ମୂଲ୍ୟ ସୃଷ୍ଟି ପାଇଁ ବିଦ୍ୟମାନ ମୂଲ୍ୟ ଶୃଙ୍ଖଳା ଅଂଶଗ୍ରହଣକାରୀଙ୍କ ଭୂମିକାକୁ ପୁନଃ  ନିର୍ଦ୍ଧିଷ୍ଟ କରି BEAM କୃଷି ବଜାର ପାଇଁ ଏକ ଆଧୁନିକ ଇକୋସିଷ୍ଟମ୍ ସୃଷ୍ଟି କରୁଛି | ତେବେ ଵିମ ର ସିଇଓ ଏ ନେଇ କହିଥିଲେ ଵିମ ଚାଷୀ ର ଉତ୍ପାଦ କୁ ଉଚିତ ମୂଲ୍ୟରେ କିଣି ବଜାର ରେ ବିକ୍ରି ପାଇଁ ବ୍ୟବହାର କରୁଛି ଯେଉଁଥିରେ ଚାଷୀଟିଏ ଉଚିତ ମୂଲ୍ୟ ପାଇ ପାରୁଛି l ଏହାକୁ ଜାରି ରଖିଲେ ଆଗାମୀ ଖୁବ ଅଳ୍ପ ସମୟ ମଧ୍ୟ ଆମ ସଂସ୍ଥା ଚାଷୀ ର ଆହୁରି ଅନେକ ଉତ୍ପାଦ କିଣିବାରେ ସକ୍ଷମ ହୋଇପାରିବ l ସରକାରଙ୍କ ଅନେକ ଯୋଜନା ଥିବା ସତ୍ତ୍ୱେ ଚାଷୀ ଟି ଏ ଉଚିତ ମୂଲ୍ୟ ପାଇ ପାରୁନାହିଁ l ତେବେ ଏ ଦିଗରେ ସମସ୍ତେ ନଜର ଦେବା ଆବଶ୍ୟକ l କୃଷି ଜାତ ଦ୍ରବ୍ୟ ର ସଠିକ ମୂଲ୍ୟ , ଏଗ୍ରି ବ୍ୟବସାୟ ତଥା ଏଗ୍ରି ଟ୍ରେଡ଼ ବ୍ୟବସାୟ ଉପରେ ଆଲୋକପାତ କରିଥିଲେ ଏବଂ ଏହା କଣ ବୁଝାଇଥିଲେ ସମସ୍ତଙ୍କୁ l ଯାହା ଆଗାମୀ ଭବିଷ୍ୟତ ପାଇଁ ଏକ  ଶୁଭ ସଂକେତ ସଜୀବ ଚାଷୀ କ୍ଷେତ୍ର ପାଇଁ l

କୃଷକଙ୍କ ସମସ୍ୟା କମାଇବା ଏକ ପ୍ରଶଂସନୀୟ କାର୍ଯ୍ୟ !

Kosovo: କୃଷି ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ସମସ୍ତ ପ୍ରକାର ପ୍ରୟାସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments