ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍ (IREL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IRELରେ ଖାଲିପଡିଛି ଅନେକ ପଦବୀ ।
IRELରେ ବମ୍ଫର ନିଯୁକ୍ତି । IRELରେ ଖାଲିପଡିଛି ଚିଫ୍ ଜେନେରାଲ ମ୍ୟାନେଜର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ଓ୍ଵେବସାଇଟ www.irel.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୨ ରହିଛି ।
IRELରେ ଚିଫ୍ ଜେନେରାଲ ମ୍ୟାନେଜର, ଚିଫ୍ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ,ପଦବୀ, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ହିଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...
ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।
ପଦବୀ ପାଇଁ ଦରମା,ଜାଣନ୍ତୁ...
ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୧,୨୦,୦୦୦-୨,୮୦,୦୦୦ ରହିଛି, ଚିଫ୍ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୮୦,୦୦୦-୨,୨୦,୦୦୦, ସିନିଅର ମ୍ୟାନେଜର ପଦବୀ ପାଇଁ ୭୦,୦୦୦-୨,୦୦,୦୦୦ ଟଙ୍କା, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ୬୦,୦୦୦-୧,୮୦,୦୦୦ ହିଁ ରହିଛି ।
ବୟସ ସୀମା ଓ ଚୟନ ପ୍ରକ୍ରିୟା,ଜାଣନ୍ତୁ...
ପ୍ରାର୍ଥୀମାନଙ୍କ ଚୟନ ଇଣ୍ଟରଭ୍ୟୁ, ଶାରୀରିକ ପରୀକ୍ଷା, ଗ୍ରୁପ ବ୍ୟାୟାମ ଦ୍ୱାରା ହିଁ ହେବ । ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ୫୬ ବର୍ଷ, ଚିଫ୍ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ପାଇଁ ୫୪/୪୮ ବର୍ଷ, ମ୍ୟାନେଜର ସିକ୍ୟୁରିଟି ପାଇଁ ୪୨ ବର୍ଷ ହୋଇଥିବା ଜରୁରୀ ଅଟେ ।
ଓଡ଼ିଶାରେ ଚାକିରି କରିବାର ସୁଯୋଗ; ଭୁବନେଶ୍ୱର ICT-IOCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ
UPSCରେ କରନ୍ତୁ ଚାକିରି ; ଖାଲିପଡିଛି ୮୬୧ ପଦବୀ,ଶୀଘ୍ର କରନ୍ତୁ ଆବେଦନ