1. କୃଷି ଖବର

ଲାଗିଲା ରପ୍ତାନି କଟକଣା, ବଢିଲା ଅଟା ସହ ଏହି ସମସ୍ତ ଜିନିଷର ଦାମ୍

ନିତିଦିନିଆ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରେ ଅଟା ହେଉଛି ଏକ ପ୍ରମୁଖ ଖାଦ୍ୟ । ଧନୀ ଠୁ ନେଇ ଗରିବ ସମସ୍ତେ ଅଟାରୁ ରୁଟି ତିଆରି କରି ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଟା ଉପରେ ବି ଦର ବୃଦ୍ଧି କରାଯାଇଛି । ଯାହାକି ନେଇ ଗରିବ ଓ ମଧ୍ୟବିତ ଲୋକଙ୍କ ପକେଟକୁ ବାଧୁଛି ।

Sudesna Nayak
Sudesna Nayak
the Price of Flour has risen

the Price of Flour has risen

ନିତିଦିନିଆ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରେ ଅଟା ହେଉଛି ଏକ ପ୍ରମୁଖ ଖାଦ୍ୟ । ଧନୀ ଠୁ ନେଇ ଗରିବ ସମସ୍ତେ ଅଟାରୁ ରୁଟି ତିଆରି କରି ଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ଅଟା ଉପରେ ବି ଦର ବୃଦ୍ଧି କରାଯାଇଛି । ଯାହାକି ନେଇ ଗରିବ ଓ ମଧ୍ୟବିତ ଲୋକଙ୍କ ପକେଟକୁ ବାଧୁଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government) ଗହମ (WHEAT)ମଇଦା ଏବଂ ଏହାର ଅନ୍ୟାନ୍ୟ ଉତ୍ପାଦ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଏହାଫଳରେ ଯେଉଁ ବ୍ୟବସାୟୀମାନେ ଅଟା (Flour),ମଇଦା, ସୁଜି ଏବଂ ହୋଲମିଲ୍ ଅଟା ରପ୍ତାନି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆନ୍ତଃମନ୍ତ୍ରୀ କମିଟିର ଅନୁମୋଦନ କରିବାକୁ ପଡିବ ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଚଳିତ ମାସ ୬ରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ । ଏହାର ମୁଖ୍ୟ କାରଣ ହେଉଛି ମାତ୍ର ବର୍ଷକ ମଧ୍ୟରେ ଦେଶରେ ଅଟା (Price of Flour)ମୂଲ୍ୟ ୯ ପ୍ରତିଶତ ବଢିଛି । ଯାହା ଏବେ ଖାଉଟିଙ୍କ ହୋସ ଉଡାଇଦେଇଛି ।

ଜାନୁୟାରୀ ପହିଲାରେ ଗହମର ହାରାହାରି ମୂଲ୍ୟ ୨୮.୦୮ ଟଙ୍କା ରହିଥିଲା, ଯାହା ଜୁଲାଇ ୧୧ରେ ୭ପ୍ରତିଶତ ବୃଦ୍ଧି ହୋଇ ୩୦.୦୮ ଟଙ୍କାରେ ପହଞ୍ଚିଥିଲା । ଏଥିସହିତ ଅଟା ଦରରେ ୮.୭୧ ପ୍ରତିଶତ ବୃଦ୍ଧି ଘଟି ତାହା ୩୦.୯୮ ଟଙ୍କାରୁ ୩୩.୬୮ ଟଙ୍କାକୁ ବୃଦ୍ଧି ପାଇଛି । ଏହାଫଳରେ ଗହମରୁ ତିଆରି ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ପ୍ରକାଶ ଥାଉ ଯେ, ଚଳିତବର୍ଷ ମାର୍ଚ୍ଚ ୧୪ରେ ନେସଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକର ମୂଲ୍ୟ ୧୨ଟଙ୍କାରୁ ୧୪ଟଙ୍କାକୁ ବୃଦ୍ଧି ହୋଇଥିଲା । ପରିସ୍ଥିତି ଏଭଳି ହୋଇଛି ଯେ, ୧୦ ଟଙ୍କା ମୂଲ୍ୟର ୧୪୦ ଗ୍ରାମ୍ ପ୍ୟାକର ପାର୍ଲେଜି ବିସ୍କୁଟର ଓଜନ ବର୍ତ୍ତମାନ ୧୧୦ ଗ୍ରାମକୁ ଖସିଆସିଛି ।

Edible Oil Price Hike: ମହଙ୍ଗା ହେବ ଖାଇବା ତେଲ, ଜାଣନ୍ତୁ...

RBI ର ବଡ ଦାବି, ମହଙ୍ଗା ମାଡରୁ ମିଳିବ ମୁକ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments