News

Heavy Rain: ବର୍ଷାରେ ଭିଜିବ ଦକ୍ଷିଣ ଓଡ଼ିଶା

ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଜି ପାଇଁ ୭ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି.....

11 March, 2024 9:42 AM IST By: Tanushree Mahapatra

ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ତେବେ ଗତ ଶନିବାର ପଶ୍ଚିମବଙ୍ଗରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ସାମୁଦ୍ରିକ ଘୁର୍ଣ୍ଣି ଝଡ଼ର ପ୍ରଭାବ ରହିଥିବାର ଦେଖିବାକୁ ମିଳିଥିଲା । ଏହା ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶା ଉପରେ ମଧ୍ୟ ପ୍ରଭାବ ପକାଇଛି । ଯାହା ଫଳରେ ଏହି ସବୁ ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବେ ରାଜ୍ୟରେ ଶୀତର ପ୍ରକୋପ ଏତେ ମାତ୍ରାରେ ଦେଖିବାକୁ ମିଳୁନାହିଁ l

ଅଧିକାଂଶ ସ୍ଥାନରେ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସେହିପରି ଗତକାଲି ମାଲକାନଗିରିରେ ସର୍ବାଧିକ ୩୭.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ୮ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରହିଥିବା କୁହାଯାଇଛି ।

ସାମୁଦ୍ରିକ ଘୁର୍ଣ୍ଣି ଝଡ଼ର ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୬ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ଗଜପତିର ଆର୍‌. ଉଦୟଗିରିରେ ସର୍ବାଧିକ ୨୪. ମିମି ବର୍ଷା ମଧ୍ୟ ହୋଇଥିବା ରେକର୍ଡ କରାଯାଇଛି । ସେହିଭଳି ଗଞ୍ଜାମର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି । ଆଞ୍ଚଳିକ ପାଣିପାଗ ବିଭଗ ଦ୍ୱାରା ଆଜି ପାଇଁ ୭ ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି । ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କୁହାଯାଉଛି । ଜିଲ୍ଲା ମଧ୍ୟରେ ରହିଛି ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ଗଜପତି, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଆଦି ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି ।

ତେବେ ଏହାପରେ ମାର୍ଚ୍ଚ ୧୨ ତାରିଖ ଓ ୧୩ ତାରିଖରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି । ଏହାପରେ ପୁଣି ମାର୍ଚ୍ଚ ୧୪ ତାରିଖର ଉତ୍ତର ଓଡ଼ିଶା ଏବଂ ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ମାର୍ଚ୍ଚ ୧୫ ଓ ୧୬ ତାରିଖରେ ମଧ୍ୟ ୭ଟି ଜିଲ୍ଲାରେ ବର୍ଷା ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର କୌଣସି ସୂଚନା ନାହିଁ । ସେହିପରି ଟ୍ୱିନ୍‌ ସିଟି କଟକ ଏବଂ ଭୁବନେଶ୍ବରରେ ତାପାମାତ୍ରାରେ ବିଶେଷ ପାର୍ଥକ୍ୟ ନଥିବା ନଜିର ରହିଛି ।

Bay leaves: ବଦହଜମି ଓ ଏସିଡିଟି ରୋକିବ ଏହି ପତ୍ର

Tea: ଚା ସହିତ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଅନେକ ସ୍ୱାସ୍ଥ୍ୟ ଉପକାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)