News

ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩ ରେ ଯୋଗଦେଲେ, କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା

ସଫଳତା ର ସହ ତୃତୀୟ ଦିନ ରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା ୨୦୨୩ l ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ ।

05 February, 2023 2:43 PM IST By: Tanushree Mahapatra

ସଫଳତା ର ସହ ତୃତୀୟ ଦିନ ରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା ୨୦୨୩ l  ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି  ମଞ୍ଚ ଆଉ ମଞ୍ଚରେ ପ୍ରତିଦିନ ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ଯେଉଁମାନେ ଚାଷୀ ଙ୍କୁ ଚାଷ ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି  । ଏହି ତଥ୍ୟ ସେମାନଙ୍କ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବ l

ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି  । ତୃତୀୟ ଦିନ ତଥା ଆଜି ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ଯେଉଁଥିରେ ଚାଷ ରେ କୃଷି ଯନ୍ତ୍ର ର ମହତ୍ୱ କଣ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ   l ଆଜି ଏହି ଆଲୋଚନା ଚକ୍ର ରେ ଯୋଗ ଦେଇଥିଲେ ସୁଶାନ୍ତ କୁମାର ସାହୁ (APC PROJECT  ) , ଅଭିନବ ମିଶ୍ର ( GIET -GUNUPUR ) , ଡାକ୍ତର ଚିନ୍ତାମଣି ପଣ୍ଡା (GIET - GUNUPUR ) , ଶ୍ରୀ ନବୀନ କୁମାର , ଦୟାନିଧି ବାଗ (PD, WATERSHED ) l ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି l

ରାଜ୍ୟ ସରକାରଙ୍କ ସବୁବେଳେ ଗୋଟିଏ ପ୍ରଚେଷ୍ଟା ରହିଛି ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ମହତ ଉଦ୍ଦେଶ୍ୟ ସହିତ କୃଷି ଯନ୍ତ୍ରପାତି ମେଳା (agricultural fairs) ଜିଲା ପ୍ରଶାସନ ଅନୁକୁଲ୍ୟରେ ଆୟୋଜନ କରୁଛନ୍ତି ଓଡିଶା ସରକାର । ଆଜି ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ମେଳା ରେ ଯୋଗ ଦେଇଥିଲେ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏଥିରେ ଉପସ୍ଥିତ ଥିଲେ  l ଏହି ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଏବଂ ଚାଷ ଉପରେ ଆଲୋଚନା କରାଯାଇଥିଲା ଯାହା ଚାଷୀଙ୍କୁ ସାହାଯ୍ୟ କରିବ l

ଫେବୃଆରୀ ୩ ରୁ ୬ ତାରିଖ ତଥା ୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କୃଷି ଯନ୍ତ୍ରପାତି ମେଳା ୨୦୨୩ l  ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ । ସେହିପରି ଆଉ ଏକ ନୂଆ ପ୍ରଚେଷ୍ଟା ସହିତ ସରକାର ତଥା ଜିଲ୍ଲା ପ୍ରଶାସନ ଆଜି ଠାରୁ କୃଷି ଯନ୍ତ୍ରପାତି ମେଳାର ର ଆୟୋଜନ କରିଛନ୍ତି  l  ଏହା ପାଖାପାଖି ୪ ଦିନ ଧରି ଚାଲିବ , ଏହି ସମୟ ମଧ୍ୟରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ l

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡା ଅନୁକୂଲ୍ୟରେ ଜି.ସି.ଡି ହାଇସ୍କୁଲ ପଡ଼ିଆ ରାୟଗଡା ଠାରେ ତା.03.02.2023ରିଖ ଠାରୁ ତା.06.02.2023ରିଖ  ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିଛନ୍ତି ଯାହା ଆଜି ଅନୁଷ୍ଠିତ  ହୋଇଛି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତା ରେ ଉପଲବ୍ଧ ହେବ l ଚାଷୀ ନିଜ ଚାଷ ଜମି ପାଇଁ ସବସିଡି ରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଇବେ l

ସବୁଠାରୁ ବଡ କଥା ହେଲା ସରକାର ମିଲେଟ କୁ ପ୍ରୋତ୍ସାହିତ କରୁଥିବା ବେଳେ ଏଠାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା l ସୋନାଲିକ, ମହିନ୍ଦ୍ରା , ଦକ୍ସ ଡ୍ରନ , ସାମ୍ପୁର୍ନା ଉତ୍ପାଦକ ଗୋଷ୍ଠୀ , ମା ଲଲିତା ବ୍ଲକ ସ୍ତରୀୟ ଫେଡେରେସନ୍ ,ମା ମଝି ଗୌରୀ ଏସଏଚଜି , ଆର.ଏନ ଇନକ୍ୟୁବେଟର , ବ୍ଲକସ୍ତରୀୟ ମିଶନ ଶକ୍ତି ସଂସ୍ଥା ,ଏସଏଚଜି କାଶୀପୁର , ଜଗଲକ୍ସମି ଏସଏଚଜି, ସାଇ ଗୌରୀ ଏସଏଚଜି, ବରୁନ ଉଦ୍ୟୋଗ , ହୋଣ୍ଡା ଇଲେକ୍ଟ୍ରିକ୍ , ହୋଣ୍ଡା ,କିର୍ଲୋସ୍କର ପମ୍ପ ଭଳି ବଡ ବଡ ବେସରକାରୀ ସରକାରୀ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥା  ଏଥିରେ ଯୋଗ ଦେବା ସହିତ ନିଜର ଷ୍ଟଲ ମଧ୍ୟ ଲଗାଇଛନ୍ତି l

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି  । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା କି ଚାଷୀ ଜାଣି ନଥିବା ତଥ୍ୟ ମଧ୍ୟ ପାଇପାରିବ l

ଏହି ମେଳା ରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମ ର ଶୋଭା କୁ ଦ୍ବିଗୁଣିତ କରିଥିଲେ  l ହଜାର ହଜାର ଚାଷୀ ମଧ୍ୟ ପ୍ରଥମ ଦିନରେ ନିଜ ଯୋଗଦାନ ଦେଇଛନ୍ତି l  ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ବେଳେ ବେଳେ ଅଧିକ ଦାମର କିଣାଯାଉଥିବା କୃଷି ଉପକରଣ ଚାଷୀଟି ଏ କିଣିବା ପାଇଁ ଅସମର୍ଥ ରହେ l ତେବେ ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହି ମେଳା ଆୟୋଜନ କରିଛନ୍ତି  l ଆଗାମୀ ୪ ଦିନ ଧରି ଏହା ଚାଲିବା ସହିତ ଚାଷୀ ଭାଇ ଭଉଣୀ ମାନେ ଏହାର ଲାଭ ଉଠାଇପାରିବେ l ଏହି ମେଳାରେ ସରକାରୀ ମୂଲ୍ୟ ରେ ସବୁ ଚାଷ ଉପକରଣ ଉପଲବ୍ଧ ହେବ କିନ୍ତୁ ଏହାର କିଛି ପ୍ରକ୍ରିୟା ରହିଛି ଯାହା ସାହାଯ୍ୟ ଚାଷୀ ଏହାର ଉପଯୁକ୍ତ ଲାଭ ଉଠାଇପାରିବେ l

ଦ୍ଵିତୀୟ ଦିନରେ ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨

କୃଷକଙ୍କ ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ" ଅନୁଷ୍ଠିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)