News

୨୦ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା

ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

17 May, 2022 10:46 AM IST By: Sudesna Nayak

ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ (Thunderstorm) ପ୍ରଭାବରେ ବର୍ଷା (RAIN) ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ଯେ କି, ରାଜ୍ୟରେ ତାପମାତ୍ରା କମିଥିଲେ ବି ଗୁଳୁଗୁଳି ଜାରି ରହିବ । ୧୮ ତାରିଖ ପରେ ବର୍ଷା ଯୋଗୁ ଗରମ କମିପାରେ । ସେବେ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା (RAIN) ସମ୍ଭାବନା ରହିଛି ।

​ସୋମବାର (Monday) ରାଜ୍ୟର ୪ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀର ଜିଲ୍ଲାର ତାପମାତ୍ରା ସର୍ବାଧିକ ୪୨.୮ଡିଗ୍ରୀ, ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୨.୫ଡିଗ୍ରୀ ରେକର୍ଡ ହୋଇଛି । ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୨.୫, ବରଗଡ ଜିଲ୍ଲା ଓ ଟିଟିଲାଗଡର ୪୨.୪, ଭବାନୀପାଟଣା ଓ ମାଲକାନଗିରି ଜିଲ୍ଲା ଓ ନୂଆପଡା ଜିଲ୍ଲାର ୪୧.୫, ଝାରସୁଗୁଡା ଜିଲ୍ଲାର ୪୦.୮ ଓ ସମ୍ବଲପୁର ଜିଲ୍ଲାର ତାପମାତ୍ରା ୪୦.୨ ଡିଗ୍ରୀ ରହିଛି ।

କିନ୍ତୁ ଉପକୂଳ ଓଡିଶାରେବିଭିନ୍ନ ଜିଲ୍ଲାର ତାପମାତ୍ରା କମ୍‌ ଥିଲା । ଭୁବନେଶ୍ୱର, କଟକ, ଗୋପାଳପୁର, ପାରାଦୀପ, ପୁରୀ, ଅନୁଗୁଳ, ଚାନ୍ଦବାଲିରେ ତାପମାତ୍ରା ୩୫ ଡିଗ୍ରୀରୁ କମ୍‌ ଥିଲା ।

ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଭାରତୀୟ ତଥା ଚାଷୀକୂଳ ପାଇଁ ଖୁସି ଖବର । ଗରମରୁ ଖୁବଶୀଘ୍ର ମିଳିବ ଆଶ୍ବସ୍ତି । କାରଣ ଏଥର ସଅଳ ଆସିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ପ୍ରକାଶ ଥାଉ ଯେ,ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଅଧିକାଂଶ ସ୍ଥାନ, ଆଣ୍ଡାମାନ ସାଗର ଓ ଦକ୍ଷିଣ ବଙ୍ଗୋପସାଗରର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯିବା ସହ ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜରେ ପ୍ରବଳ ବର୍ଷା (RAIN)ଜାରି ରହିଥିବା କୁହାଯାଇଛି । ଫଳରେ କେରଳରେ ଆସନ୍ତା ୨୭ ତାରିଖ ସୁଦ୍ଧା ମୌସୁମୀ ସକ୍ରିୟ ହୋଇଯିବା ନେଇ ଶୁଭସଙ୍କେତ ମିଳୁଛି ।

ଏଥର ଆଗୁଆ ଆସିବ ମୌସୁମୀ, ୭ରେ ଛୁଇଁବ ଓଡ଼ିଶା

ଏଥର ଆଗୁଆ ଆସିବ ମୌସୁମୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)