1. କୃଷି ଖବର

ଏଥର ଆଗୁଆ ଆସିବ ମୌସୁମୀ, ୭ରେ ଛୁଇଁବ ଓଡ଼ିଶା

ଖୁବ ଶୀଘ୍ର ତାତିରୁ ମିଳିବ ତ୍ରାହି । ଏଥର ଆଗୁଆ ଆସିପାରେ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀ ଆଗମନର ସମ୍ଭାବନା ରହିଥଇବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Sudesna Nayak
Sudesna Nayak
Monsoon will touch Odisha on the 7th

Monsoon will touch Odisha on the 7th

ଖୁବ ଶୀଘ୍ର ତାତିରୁ ମିଳିବ ତ୍ରାହି । ଏଥର ଆଗୁଆ ଆସିପାରେ ମୌସୁମୀ (Monsoon)। ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀ ଆଗମନର ସମ୍ଭାବନା ରହିଥଇବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବାର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ବାୟୁ । ଯଦି ସବୁ ଠିକ୍‌ଠାକ୍‌ ରୁହେ ଜୁନ୍‌ ୬ ତାରିଖ କିମ୍ବା ୭ ତାରିଖରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ । ଏବେ ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା (Odisha) ଜଳୁଥିବା ‌ବେଳେ ମୌସୁମୀର ଶୀଘ୍ର ଆଗମନ ଖବର ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି ।

ଗତ ଦୁଇ ଦିନ ହେଲା ପୁଣି ଥରେ ପଶ୍ଚିମ ଓଡ଼ିଶା ଜଳିବା ଆରମ୍ଭ କରିଛି । ରାଜ୍ୟର ଆଜି ସୋମବାର (Monday) ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୩ ଡିଗ୍ରି ଉପରକୁ ରହିଛି ପଶ୍ଚିମ ଓଡ଼ିଶାର ୩ ସହର ତାପମାତ୍ରା । ସୋନପୁର ଜିଲ୍ଲାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରବିବାର (Sunday)ଦିନ ବଲାଙ୍ଗୀର ଓ ସୁନ୍ଦରଗଡ଼ର ଦିନ ତାପମାତ୍ରା ୪୩ ଡିଗ୍ରି ରହିଥିଲା ।

ଆଗକୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ତାତି ଜାରି ରହିବ । ଏଥିସହ ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା (RAIN)ର ବି ସମ୍ଭାବନା ରହିଛି । ଆଜି ସୋମବାର (Monday)ରାଜ୍ୟର ୯ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର ଜିଲ୍ଲା , ମୟୂରଭଞ୍ଜ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ବର ଜିଲ୍ଲା ଓ କଟକ ଜିଲ୍ଲା ।

ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (RAIN) ହେବ । ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ରହିବ । ଏହାଛଡ଼ା ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା (RAIN)ର ବି ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି (Yellow Warning) କରାଯାଇଛି ।

ପ୍ରକାଶ ଥାଉ ଯେ, ରାଜ୍ୟ‌ରେ ଏବେ ତାତି (HOT)ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶା (Odisha)କିନ୍ତୁ ଥଣ୍ଡା ରହିଛି । ଆଜି ରାଜଧାନୀର ସର୍ବାଧିକ ଦିନ ତାପମାତ୍ରା ୩୫.୮ ଡିଗ୍ରି ରହିଥିବା ବେଳେ କଟକର ତାପମାତ୍ରା ଥିଲା ୩୫.୨ ଡିଗ୍ରି । ଆସନ୍ତାକାଲି ମଧ୍ୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ ।

ଏଥର ଆଗୁଆ ଆସିବ ମୌସୁମୀ

ଆସୁଛି ଆଉ ଗୋଟିଏ ଲଘୁଚାପ, ନେବ ଅବପାତ ରୂପ!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments