1. କୃଷି ଖବର

ପଖାଳ ଦିବସ: ପ୍ରତି ଓଡ଼ିଆର ପରିଚୟ ‘ପଖାଳ’

ପଖାଳ ସାରା ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରିଛି

Tanushree Mahapatra
Tanushree Mahapatra
today celebrate pakhala divas

today celebrate pakhala divas

ସତରେ, ପଖାଳ ପ୍ରତି ଓଡ଼ିଆର ମନ ଭରିଦିଏ । ଯାହାକୁ ସମସ୍ତଙ୍କୁ ପସନ୍ଦ l ଛୋଟ ରୁ ବୁଢା ପର୍ଯ୍ୟନ୍ତ ପଖାଳ ଖାଇବାକୁ ଭଲ ପାଆନ୍ତି l ଖରା, ଶୀତ ହେଉ ପଖାଳ ସବୁ ଓଡ଼ିଆ ମନରେ ଦୁର୍ବଳତା ହୋଇ ଲୁଚି ରହିଛି ।  ପଖାଳ ପ୍ରେମକୁ ଆଜି ସାରା ବିଶ୍ୱରେ ‘ପଖାଳ ଦିବସ’ ଭାବରେ ପାଳନ କରାଯାଉଛି ।

ଓଡ଼ିଶା ସଂସ୍କୃତି, ପରମ୍ପରାକୁ ଆଜି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଓଡ଼ିଶା ସହ ଏହାର ଚାଲିଚଳଣି ପର୍ବପର୍ବାଣୀ ଆଉ ଖାଦ୍ୟପେୟକୁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ସ୍ଥାନ ମିଳିଛି । ସେ ରାଜ୍ୟ ବାହାରେ ହେଉ କିମ୍ବା ସେ ଦେଶ ବାହାରେ ହେଉ , ଆଜି ପଖାଳ ସାରା ବିଶ୍ୱରେ ନିଜର ସ୍ଥାନ ସୃଷ୍ଟି କରିଛି l ପ୍ରତିଟି ଓଡ଼ିଶା ଆସୁଥିବା ବିଦେଶୀ ଏହାର ସ୍ୱାଦ ଚାଖିବାକୁ ପସନ୍ଦ କରୁଛନ୍ତି l ତେଣୁ ପ୍ରତ୍ୟେକଟି ଓଡ଼ିଆର ପ୍ରିୟର ଖାଦ୍ୟ ‘ପଖାଳ’ କୁ ସ୍ୱତନ୍ତ୍ର ସମ୍ମାନ ଦେଇ ଆଜି ପଖାଳ ଦିବସ ପାଳନ କରାଯାଉଛି ।

ଆଜି ଦେଶର ବିଭନ୍ନ ପ୍ରାନ୍ତରେ ପଖାଳର ବାସ୍ନା ମହକି ଉଠିଛି । ଯେଉଁ କୋଣରେ ବି ଓଡ଼ିଆ ରହିଛନ୍ତି, ସେଠାରେ ଆଜି ଖାଦ୍ୟରେ ପରସା ହୋଇଛି ପଖାଳ ଆଉ ତା ସହିତ ଅନ୍ୟାନ୍ୟ ଖାଦ୍ୟ ଯାହା ପଖାଳ ସ୍ୱାଦକୁ କରେ ଦ୍ଵିଗୁଣ । ଆଜି ମାର୍ଚ୍ଚ ୨୦ ତାରିଖ, ପ୍ରତ୍ୟେକ ଓଡ଼ିଆ ପାଇଁ ଏକ ବଡ଼ ପର୍ବ ହେଉଛି ‘ପଖାଳ ଦିବସ’। ଗୁଣ୍ଡାଏ ପଖାଳ ସାଙ୍ଗକୁ କଂସାଏ ତୋରାଣିରେ କାହିଁ କେତେ ଶାନ୍ତି ମିଳେ, ତାହା ଜଣେ ଓଡ଼ିଆ ହିଁ ଅନୁଭବ କରିପାରିବ । ଗ୍ରୀଷ୍ମଋତୁକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ ଓଡ଼ିଆ ଜାତିର ସ୍ୱତନ୍ତ୍ର ପର୍ବ " ପଖାଳ ଦିବସ "କୁ ।

ପଖାଳ ସାଧାରଣତଃ ବିଭିନ୍ନ ପ୍ରକାରର ଖାଇବାକୁ ମିଳେ । ଏହାର ଚାହିଦା ଦେଖି ଭିନ୍ନ ଭିନ୍ନ ସ୍ୱାଦର ପଖାଳ ବିକ୍ରି ମଧ୍ୟ କରାଯାଉଛି l ତେବେ ଦହି ପଖାଳ, ସଜ ପଖାଳ, ବାସି ପଖାଳ ଏମିତି ଅନେକ ରୂପରେ ପଖାଳ ପସନ୍ଦ କରନ୍ତି ଓଡ଼ିଆ । ପଖାଳ ସାଙ୍ଗକୁ ଅଧିକ ବଡ଼ି ଚୁରା, ଆଳୁ ଚଟଣୀ, ଶାଗ ଭଜା ଆଉ ତା’ସହ ମାଛଭଜା ଖାଇବା ପଖାଳ ସ୍ୱାଦକୁ ଦ୍ଵିଗୁଣ କରେ l ପଖାଳ ପ୍ରତି ଲୋକଙ୍କ ରୁଚିକୁ ଦେଖି ହୋଟେଲ ମାନଙ୍କରେ ମଧ୍ୟ ସ୍ବତନ୍ତ୍ର ପଖାଳ ପ୍ରସ୍ତୁତି ଦେଖିବାକୁ ମିଳୁଛି । ଯାହା ଉଚ୍ଚ ଦରରେ ମଧ୍ୟ ବିକ୍ରି କରାଯାଉଛି l

ସବୁଠାରୁ ବଡ଼ ବିଷୟ ଆମ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ମଧ୍ୟ ପଖାଳ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ ଦିଏ । ଲକ୍ଷ ଲକ୍ଷ ଭକ୍ତଙ୍କ ଶୋଷ ମେଣ୍ଟାଇ ଦିଏ ଏହା l ଖୁବ ସ୍ୱାଦଯୁକ୍ତ ଟଙ୍କ ତୋରାଣି l ଖରାଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳେ । ଓଡ଼ିଶା ପଖାଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି।  ଯେତେ ଅନ୍ୟ ଖାଦ୍ୟ ଖାଇଲେ ମଧ୍ୟ ପଖାଳ ଟିକେ ଖାଇଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳେ ।

Gold Price: ପୁଣି ବଢିଲା ସୁନା ଦର

Cotton: ବଢ଼ିଲା ଦେଶର କପା ଉତ୍ପାଦନ, ଅର୍ଥନୀତିରେ ପଡ଼ିବ ପ୍ରଭାବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments