News

News Headlines today: ଆଜିର ମୁଖ୍ୟ ଖବର, କୃଷିରେ ମହିଳାଙ୍କ ଭାଗିଦାରୀ

ଆଜିର ୫ଟି ମୁଖ୍ୟ ଖବର l ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ଖବର ....

16 January, 2024 11:52 AM IST By: Sudesna Nayak

ପ୍ରଥମେ ନଜର ପକାଇବା ହେଡଲାଇନ୍ସ ଉପରେ...

1.ଜାନୁଆରି ୧୭ ତାରିଖରେ ଦୀପ ଜାଳି ଘଣ୍ଟ ବଜାଇବା
2.କୃଷିରେ ମହିଳାଙ୍କ ଭାଗିଦାରୀ
3.ଭିତରକନିକାରେ ୨୦ ଧଳା କୁମ୍ଭୀର
4.ସୂର୍ଯ୍ୟମୁଖୀ ଚାଷରେ ମିଳୁଛି ପ୍ରବଳ ଲାଭ
5.ରାଜ୍ୟରେ ବର୍ଷା(RAIN) ସମ୍ଭାବନା

ଚାଲନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଖବର ଉପରେ...

1.ଜାନୁଆରି ୧୭ ତାରିଖରେ ଦୀପ ଜାଳି ଘଣ୍ଟ ବଜାଇବା

ଜାନୁଆରି ୧୭ ତାରିଖରେ ଦୀପ ଜାଳି ଘଣ୍ଟ ବଜାଇବା । ୧୭ ତାରିଖରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ରାଜ୍ୟ ବାହାରୁ ଆସିଥିବା ସମସ୍ତମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୧୭ ତାରିଖରେ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଜାନୁଆରି ୧୭ ଦିନ ଦୀପ ଜାଳିବା,ଘଣ୍ଟ ବଜାଇବା ।

2.କୃଷିରେ ମହିଳାଙ୍କ ଭାଗିଦାରୀ

କୃଷିରେ ମହିଳାଙ୍କ ଭାଗିଦାରୀ ପାଇଁ । ନିକଟରେ କୃଷି ଓଡ଼ିଶା-୨୦୨୪ (Krushi Odisha 2024) କୁ ଉଦ୍‌‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟ କ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି କୃଷିରେ ମହିଳାଙ୍କ ଭାଗିଦାରୀ ଓଡ଼ିଶାର କୃଷିକୁ ସମୃଦ୍ଧ କରିପାରିଛି ବୋଲି କହିଛନ୍ତି ।

3.ଭିତରକନିକାରେ ୨୦ ଧଳା କୁମ୍ଭୀର

ଏବେ ଭିତରକନିକାରେ ୨୦ ଟି ଧଳା କୁମ୍ଭୀର ଦେଖିବାକୁ ମିଳିଛି । ବଉଳା କୁମ୍ଭୀରଙ୍କ ଅନ୍ତୁଡିଶାଳ ଭିତରକନିକା(bhitarkanika national park)ରେ ଲୁଣିପାଣି ଧଳା ବଉଳା କୁମ୍ଭୀରମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶର ଅନ୍ୟ କୌଣସି ସ୍ଥାନରେ ଧଳା କୁମ୍ଭୀରଙ୍କୁ ଦେଖିବାକୁ ମିଳୁ ନଥିବା ବେଳେ ଭିତରକନିକାରେ ଏହି ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

4.ସୂର୍ଯ୍ୟମୁଖୀ ଚାଷରେ ମିଳୁଛି ପ୍ରବଳ ଲାଭ

ଆପଣମାନେ ସମସ୍ତେ ସୂର୍ଯ୍ୟମୁଖୀ ଚାଷ ସମ୍ପର୍କରେ ଜାଣିଛନ୍ତି କି ? ଶୀତଦିନ ଆସିଲା ମାତ୍ରେ ହିଁ ସମସ୍ତେ ନିଜ ବାଡ଼ି ବଗିଚାରେ ବିଭିନ୍ନ ଫୁଲ ଲଗାଇଥାନ୍ତି । ଯାହା ପାଇଁ ବାଡ଼ି ବଗିଚା ସୁନ୍ଦର ଦେଖାଯାଏ । ଏବେ ଚାଷୀଙ୍କୁ ଏହି ସୂର୍ଯ୍ୟମୁଖୀ ଫୁଲ ଚାଷ ଦ୍ଵିଗୁଣ ଅଧିକ ଲାଭ ପ୍ରଦାନ କରୁଛି । ଆଜିର ଦିନରେ ଜଣେ ଚାଷୀ କମ ଖର୍ଚ୍ଚରେ ଅଧିକ ରୋଜଗାର ପାଉଛି ।

5.ରାଜ୍ୟରେ ବର୍ଷା(RAIN) ସମ୍ଭାବନା

୧୭ ତାରିଖରୁ ବର୍ଷା (RAIN) ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ରେ ମୟୁରଭଞ୍ଜ ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ପୁଣିଥରେ ରାଜ୍ୟକୁ ଲେଉଟିଛି ଶୀତ।

News Headlines today: ଆଜିର ମୁଖ୍ୟ ଖବର, ମିଳିବ ଏକାଥରକେ ୨ଟି ଉପହାର

Headlines of today: ଆଜିର ମୁଖ୍ୟ ଖବର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)