1. କୃଷି ଖବର

News Headlines today: ଆଜିର ମୁଖ୍ୟ ଖବର, ମିଳିବ ଏକାଥରକେ ୨ଟି ଉପହାର

ଆଜିର ୫ଟି ମୁଖ୍ୟ ଖବର l ଆସନ୍ତୁ ଜାଣିବା କ'ଣ ରହିଛି ଆଜିର ଖବର ....

Sudesna Nayak
Sudesna Nayak
News Headlines today , image source - pexels.com, @CMO_Odisha

News Headlines today , image source - pexels.com, @CMO_Odisha

ପ୍ରଥମେ ନଜର ପକାଇବା ହେଡଲାଇନ୍ସ ଉପରେ...

1.ଆଜି ପବିତ୍ର ମକର ସଂକ୍ରାନ୍ତି
2. ମିଳିବ ଏକାଥରକେ ୨ଟି ଉପହାର, ବଢ଼ିବ ଦରମା!
3.୨୬ରୁ ଆଦିବାସୀ ମେଳା
4.ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
5.୧୭ ତାରିଖରେ ହାଲୁକାରୁ ମଧ୍ୟମଧରଣର ବର୍ଷା(rain) !

ଚାଲନ୍ତୁ ନଜର ପକାଇବା ସଂପୂର୍ଣ୍ଣ ଖବର ଉପରେ...

1.ଆଜି ପବିତ୍ର ମକର ସଂକ୍ରାନ୍ତି

ଆଜି ପବିତ୍ର ମକର ସଂକ୍ରାନ୍ତି (makar sankranti 2024) । ଚଳଚଂଚଳ ରାଜ୍ୟର ପ୍ରମୁଖ ଦେବାଳୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି, ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକମାନେ କିପରି ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବେ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 

2. କର୍ମଚାରୀଙ୍କ ପାଇଁ ଖୁସି ଖବର

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏକାଥରେ ମିଳିବ ଦୁଇ ଦୁଇଟି ଉପହାର, ଦରମା ସହ ଆସିବ ଟଙ୍କା! କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ମହଙ୍ଗା ଭତ୍ତା ପୁଣି ଥରେ ବୃଦ୍ଧି ହେବାକୁ ଯାଉଛି । ଜିଏସ୍ଟିରେ ବଡ ପରିବର୍ତ୍ତନ, ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ରେ ୪ ପ୍ରତିଶତ ବୃଦ୍ଧି ନିଶ୍ଚିତ ବୋଲି ବିବେଚନା କରାଯାଏ।

3.୨୬ରୁ ଆଦିବାସୀ ମେଳା

ଆସନ୍ତା ୨୬ ତାରିଖରୁ ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’ (Adivasi Mela) । ଅଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍‌‌ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି।

4.ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଖୋଲିଲା ଭିତରକନିକା । ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଓ ପକ୍ଷୀ ଗଣନା ନିମନ୍ତେ ଭିତରକନିକାକୁ ବନ୍ଦ ରଖାଯାଇଥିଲା । ରାଜନଗର ବନଖଣ୍ଡ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଗତ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା ଚାଲିଥିଲା ।

5.୧୭ ତାରିଖରେ ହାଲୁକାରୁ ମଧ୍ୟମଧରଣର ବର୍ଷା !

ଆଉ ଦିନକ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୧୭ ତାରିଖରୁ ବର୍ଷା(rain)​ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ୧୭ ତାରିଖ ବେଳକୁ ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ଥିବାରୁ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

Headlines of today: ଆଜିର ମୁଖ୍ୟ ଖବର

Today News Update: ଆଜିର ୫ ମୁଖ୍ୟ ଖବର....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments