1. କୃଷି ଖବର

18 ରୁ ବଢିବ ବର୍ଷା...

ଅବପାତ ଦୁର୍ବଳ ହୋଇଥିଲେ ମଧ୍ଯ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ବୁଧବାର ମଧ୍ୟ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ । ଆଜି ବୁଧବାର ବର୍ଷା ସମ୍ଭାବନା ନେଇ 11ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।

Sudesna Nayak
Sudesna Nayak
Today wether report rainfall in 11 districts of odisha

Today wether report rainfall in 11 districts of odisha

ଅବପାତ ଦୁର୍ବଳ ହୋଇଥିଲେ ମଧ୍ଯ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ବୁଧବାର (Wednesday)ମଧ୍ୟ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ । ଆଜି ବୁଧବାର (Wednesday)ବର୍ଷା ସମ୍ଭାବନା ନେଇ 11ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।

ସୂଚନା ଅନୁଯାୟୀ,ସେପ୍ଟେମ୍ବର 18 ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ସେପ୍ଟେମ୍ବର 19ରେ ଏହା ଲଘୁଚାପ (low pressure)ର ରୂପ ନେଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ବି ଅଛି । ଏହାର ପ୍ରଭାବରେ ହିଁ ସେପ୍ଟେମ୍ବର 22 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ଛେଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆଜି ବୁଧବାର (Wednesday) ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କଟକ ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲା । ଏସବୁ ଜିଲ୍ଲାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା (Rain)ହେବାର ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 19 ରୁ ପାଗ ବଦଳିବ । ସେପ୍ଟେମ୍ବର 20, ସେପ୍ଟେମ୍ବର 21, ଓ ସେପ୍ଟେମ୍ବର 22ରେ ବର୍ଷା (Rain) ସମ୍ଭାନା ଅଛି । ଆଗକୁ ଆସୁଥିବା ଲଘୁଚାପ ଯୋଗୁଁ ହିଁ ବର୍ଷା (Rain) ଲାଗି ରହିବ । 

ଆସୁଛି ଲଘୁଚାପ!

12 ଘଣ୍ଟାରେ ଦୁର୍ବଳ ହେବ ଅବପାତ! ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments