1. କୃଷି ଖବର

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ

ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭାର ବଜେଟ୍‌ ଅଧିବେଶନ | ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ | ୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ।

Rajashree
Rajashree

Headline -

1 - କୃଷି କ୍ଷେତ୍ରରେ ଆଗରେ ମହିଳା
2 - ପଶୁଙ୍କ ପାଇଁ ବିପଦ ବର୍ଷା
3 - ବର୍ଷା ଋତୁରେ ନଳିତା ଚାଷ
4 - ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ
5 - ଆଜିଠୁ ମିଳିବ ନୀଳାଚଳ ଅବଢ଼ା

କୃଷି କ୍ଷେତ୍ରରେ ଆଗରେ ମହିଳା - 

କୃଷି କ୍ଷେତ୍ରରେ ଆଗରେ ଅଛନ୍ତି ଝାଡଖଣ୍ଡର ମହିଳା ଚାଷୀ । ଏବେ ମହିଳାମାନେ କେବଳ ଚାଷ ଜମି ପର୍ଯ୍ୟନ୍ତ ସୀମିତ ହୋଇରହି ନାହାନ୍ତି, ବରଂ ନିଜର ମରିଶ୍ରମ ଓ ବୁଦ୍ଧି ବଳରେ ଏଫପିଓ ଗଠନ କରୁଛନ୍ତି । ଏହାସହିତ ନିଜ ଗାଁରେ ମହିଳାମାନେ କୃଷି କ୍ଷେତ୍ରକୁ ଆଗକୁ ବଢାଉଛନ୍ତି । କୃଷିରେ ମହିଳାଙ୍କ ଯୋଗଦାନ ଆର୍ଥିକ ରୂପେ ସେମାନଙ୍କୁ ସମୃଦ୍ଧ କରୁଛି । ଝାଡଖଣ୍ଡର ରାମଗଡ ଜିଲ୍ଲାରେ ମହିଳାମାନେ ଚାଷ କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଛନ୍ତି । ଏମାନେ କେବଳ ନିଜକୁ ସଶକ୍ତ କରିନାହାଁନ୍ତି ବରଂ ଗାଁର ସମସ୍ତଙ୍କୁ ନେଇ ଆଗୁକୁ ବଢୁଛନ୍ତି । ମହିଳାମାନେ ଏଫପିଓ ଗଠନ କରି ଉତ୍ତମ ଭାବରେ ପନିପରିବା ବ୍ୟବସାୟ କରୁଛନ୍ତି । ଚାଷ ପାଇଁ ମହିଳାମାନେ ଆଧୁନିକ ଟେକ୍ନୋଲୋଜୀର ବ୍ୟବହାର ମଧ୍ୟ କରୁଛନ୍ତି । ଧାନ ବିହନ ବୁଣିବାଠୁ ନେଇ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମହିଳାମାନେ ହିଁ କରୁଛନ୍ତି । ଶ୍ରୀବିଧି ଜରିଆରେ ଚାଷ କରି ଏମାନେ ଭଲ ଫସଲ ଅମଳ କରୁଥିବା ଜଣାପଡିଛି ।

ପଶୁଙ୍କ ପାଇଁ ବିପଦ ବର୍ଷା

ବର୍ତ୍ତମାନ ଚାଲିଛି ବର୍ଷା ଋତୁ | ଏହି ଋତୁରେଅନେକ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ | ପଶୁ ପାଳକ ମାନଙ୍କୁ ଏହି ଋତୁରେ ଅଧିକ ଯତ୍ନ ବାନ ହେବାର ଆବଶ୍ୟକ ରହିଥାଏ | ବନ୍ୟା ସମୟରେ ମୁଖ୍ୟତଃ ପିଇବା ପାଣି ଓ ଖାଦ୍ୟର ସୁପରିଚାଳନା କରାଯିବା ନିହାତି ଆବଶ୍ୟକ ହୋଇଥାଏ, କାରଣ ଏହି ଦୁଇଟି ମାଧ୍ୟମରେ ରୋଗ ଅଧିକ ବ୍ୟାପିଥାଏ | | ବନ୍ୟା ପୂର୍ବରୁ ଥିବା ଶୁଖିଲା ଖାଦ୍ୟ, ଘାସ, ନଡ଼ା, ପରିବା ଚୋପା ଆଦି ବନ୍ୟା ସମୟରେ ଖାଇବାକୁ ଦିଆଯାଇଥାଏ । ବର୍ଷା ପାଣି ଯୋଗୁଁ ସାଇତି ରଖିଥିବା ଖାଦ୍ୟ ପଦାର୍ଥରେ ଫିମ୍ପି ଲାଗି ଯାଇଥିଲେ ତାହା ଖାଇବାକୁ ଦେବା ଅନୁଚିତ୍ | ବନ୍ୟା ସମୟରେ ପ୍ରାଣୀଙ୍କର ବିଭିନ୍ନ ରୋଗ ଦେଖାଯାଇଥାଏ ଯଥା ସାହାଣା, ବଜବଜିଆ, ଅଢେଇଦିନିଆ ଜ୍ୱର, ଫାଟୁଆ, ଗୋମଡ଼କ, ଥନହରା, କାଶ, ଗଳାଫୁଲା ଆଦି | କୃମି ଓ ଟିଙ୍କଜନିତ ସଂକ୍ରାମକ ରୋଗ ମୁଖ୍ୟତଃ ଗୋପାଳକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥାଏ | ତେଣୁ ବର୍ଷା ଦିନରେଏହି ସବୁ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ |

ବର୍ଷା ଋତୁରେ ନଳିତା ଚାଷ

ବର୍ଷା ଋତୁରେ ଚାଷଉପଯୋଗୀ ଝୋଟ | ଝୋଟ ଚାଷ ପାଇଁ ଅଧିକ ଜଳର ଆବଶ୍ୟକ ହେଉଥିବାରୁ ବର୍ଷା ଦିନରେ ଝୋଟ ଚାଷ କରିବା ପାଇଁ କୃଷି ବୈଜ୍ଞାନିକ ମାନେ ମତ ଦେଇଥାନ୍ତି | ରାଜ୍ୟର ଆର୍ଥିକ ଉନ୍ନତି ନିମିତ୍ତ ଝୋଟର ଭୂମିକା ବର୍ଣ୍ଣନାନୀତ | ଆମ ରାଜ୍ୟରେ ସାଧାରଣତଃ ଦୁଇ ପ୍ରକାର କିସମର ଝୋଟ ବା ନଳିତା ଅଧିକ ଚାଷ କରାଯାଇଥାଏ | ପିତା ନଳିତା ଏବଂ ମଧୁର ନଳିତା | ଅତି ବାଲିଆ ଓ କ୍ଷାରୀ ମାଟିକୁ ବାଦ ଦେଲେ ପ୍ରାୟ ଅନ୍ୟ ସବୁ ମାଟିରେ ନଳିତା ଚାଷ ହୋଇପାରିବ | ମୃତ୍ତିକା ପରୀକ୍ଷା କରି ସାର ପ୍ରୟୋଗ କରିବା ଚାଷ ପାଇଁ ଆବଶ୍ୟକ ହୋଇଥାଏ | ବୁଣିବା ପୂର୍ବରୁ ଖତ ଜମିରେ ମିଶାଇବା ସମୟରେ ସୁପର ଓ ପଟାସ ପ୍ରୟୋଗ କରନ୍ତୁ | ବର୍ଷା ଦିନରେ ଏହା ନଳିତା ଏକ ଲାଭ ଦାୟକ ଫସଲ ହୋଇଥାଏ | ନଳିତା ଚାଷ କରିବା ପୂର୍ବରୁ କୃଷି ବୈଜ୍ଞାନିକଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ହୋଇଥାଏ |

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ

ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭାର ବଜେଟ୍‌ ଅଧିବେଶନ | ଏହି ଅଧିବେଶନ ଆସନ୍ତା ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ | ୧୪ରୁ ୨୯ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା କରାଯିବ। ୩୦ ତାରିଖରେ ୨୦୨୨-୨୩ ବଜେଟ୍‌ ଉପରେ ବ୍ୟୟମଞ୍ଜୁରି ବିଲ୍‌ ପାରିତ ହେବାର କାର୍ଯ୍ୟକ୍ରମ ରହିଛି | ଆସନ୍ତାକାଲି ବିଭାଗୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ରିପୋର୍ଟ ଗୃହରେ ଉପସ୍ଥାପନ ହେବ |

 ଆଜିଠୁ ମିଳିବ ନୀଳାଚଳ ଅବଢ଼ା

 ସରିଲା ମହାବାହୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା | 12ଦିନ ପରେ ପୁଣିଥରେ ନୀଳାଚଳ ଅବଢ଼ାର ଖାଇବାର ସୋଭାଗ୍ୟ ଅର୍ଜନ କରିବେ ଭକ୍ତ | ଆଜିକୁ 12ଦିନ ହେଲାଣି ଭକ୍ତ ମାନେ ଆଡ଼ପ ଅବଢ଼ା ପାଇ ଆସୁଥିଲେ , ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ନୀଳାଚଳ ଅବଢ଼ାରୁ ବଂଚିତ ଥିଲେ ଭକ୍ତ | ଆଜି ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ଷାଠିଏ ପଉଟି ଭୋଗ ପ୍ରସ୍ତୁତ ହେବ | ପ୍ରଥମେ ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହେବ | ରଥଯାତ୍ରା ସାରି ଫେରିବା ପରେ ମହାପ୍ରଭୁଙ୍କୁ ପ୍ରଥମ କରି ଯେଉଁ ଷାଠିଏ ପଉଟି ଭୋଗ ଲାଗି ହୋଇଥାଏ, ତାକୁ ନୀଳାଚଳ ଅବଢ଼ା କୁହାଯାଏ |

ଅଣାୟତ୍ତ ଶ୍ରୀଲଙ୍କା ଅର୍ଥନୀତି

ଅଣାୟତ୍ତ ହୋଇଛି ଶ୍ରୀଲଙ୍କାର ଅର୍ଥନୈତିକ ଓ ରାଜନୈତିକ ସଂକଟ | ଶ୍ରୀଲଙ୍କାରେ ମୁଖ୍ୟତଃ ଯୋଗାଣ ଅଭାବଜନିତ ମୁଦ୍ରାସ୍ଫୀତି ଦେଖାଦେଇଛି | ବର୍ତମାନ ଶ୍ରୀଲଙ୍କାରେ ଅନାୟତ ହେବାରେ ଲାଗିଛି ଦରଦାମ | ଦେଶର ଅଧିକାଂଶ ଜାଗାରେ ପନିପରିବା ମୂଲ୍ୟ ଦୁଇଗୁଣା ହୋଇଯାଇଛି | ଶ୍ରୀଲଙ୍କା ମୁଦ୍ରାରେ କିଲୋଗ୍ରାମ ପିଛା ଆଳୁ ମୂଲ୍ୟ ୨୨୦ ଟଙ୍କା ଏବଂ ପିଆଜ ମୂଲ୍ୟ ୨୦୦ ଟଙ୍କାରେ ପହଞ୍ଚିଛି | ସେହିଭଳି ଚାଉଳ ମୂଲ୍ୟ ବର୍ଷକ ତଳେ କିଲୋଗ୍ରାମ ପିଛା ୧୪୫ ଟଙ୍କା ଥିବାବେଳେ ଏବେ ତାହା ୨୩୦ ଟଙ୍କାରେ ପହଞ୍ଚିଛି | ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କାରେ ବିକ୍ରି ହେଉଛି | ଏଥିସହିତ ଗାଜର କିଲୋ ୪୯୦ ଟଙ୍କା ଛୁଇଁଛି | ଜୁଲାଇରେ ଶ୍ରୀଲଙ୍କାର ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। କିନ୍ତୁ ଚଳିତବର୍ଷ ଅବଶିଷ୍ଟ ସମୟରେ ମୁଦ୍ରାସ୍ଫୀତି ପାଖାପାଖି ୫୦ ପ୍ରତିଶତ ‌ରହିବ ବୋଲି କୁହାଯାଉଛି।

ରାଜ୍ୟରେ ବଢୁଛି କରୋନା

 ବର୍ତ୍ତମାନ ରାଜ୍ୟରେ ବଢିବାକୁ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବାବେଳେ ଆଜି ୭୦୦ ଉପରକୁ ଟପିଯାଇଛି | ଗତକାଲି ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୪୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଏଥିମଧ୍ୟରେ ୮୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି |

ପିଲା ପଢିବେ କୋଭିଡ୍ ପାଠ

 ପିଲା ପଢିବେ କୋଭିଡ୍ ପାଠ | ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ଏଣିକି ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି |ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମାଟ୍ରିକ ସିଲାବସ୍‌ରେ କୋଭିଡ୍ (covid syllabus)ବିଷୟ ସଂପର୍କରେ ପିଲାଙ୍କୁ ପଢ଼ାଯିବ | ଏହି ସେସନ୍‌ରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବ । ଏହାସହ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ | ପରୀକ୍ଷାରେ ମଧ୍ୟ କୋଭିଡ୍ ସମ୍ବନ୍ଧୀୟ (covid syllabus)ପ୍ରଶ୍ନ ଆସିବ | ବର୍ତ୍ତମାନ ରାଜ୍ୟରେ କିଛି ପରିମାଣର କୋଭିଡ୍ ବଳବତ୍ତର ଥିବାରୁ ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡ୍ ଲାଇନ୍ ଜାରି କରିଛି | ରାଜ୍ୟର ସମସ୍ତ ସ୍କୁଲରେ ତାହା ପାଳନ କରାଯାଉଥିବା ମନ୍ତ୍ରୀ କହିଛନ୍ତି |


କୃଷି ଜାଗରଣ ଚୌପାଲରେ ଆଜିର ଅତିଥି  ଇନସେକ୍ଟିସାଇଡ ଇଣ୍ଡିଆ ଲିମିଟେଡର ଏମଡି ରାଜେଶ ଅଗ୍ରୱାଲ 

କୃଷି ଜାଗରଣ ଚୌପାଲରେ ଆଜିର ଅତିଥି ଥିଲେ ଇନସେକ୍ଟିସାଇଡ ଇଣ୍ଡିଆ ଲିମିଟେଡର ଏମଡି ରାଜେଶ ଅଗ୍ରଓ୍ବାଲ । ଏହି ଅବସରରେ ସ୍ଥାୟୀ କୃଷି ଓ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରିଛନ୍ତି ରାଜେଶ ଅଗ୍ରଓ୍ବାଲ । ଇଣ୍ଡିଆ ଲିମିଟେଡର ଏମଡି ରାଜେଶ ଅଗ୍ରଓ୍ବାଲଙ୍କୁ କୃଷି ଜାଗରଣକୁ ସ୍ୱାଗତ କରିଥିଲେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ସମ୍ପାଦକ ଏମ.ସି ଡୋମିନିକ୍ | ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ଡିରେକ୍ଟର ଶ୍ରୀମତୀ ସାଇନି ଡୋମିନିକ ,ସିନିୟର ଭାଇସ ପ୍ରେସିଡେଣ୍ଟ ପି.ଏସ ସେନି , ଉପସ୍ଥିତ ଥିଲେ | ଏହି ସମାବେଶକୁ ସମାପ୍ତ କରି କୃଷି ଜାଗରଣର ସିଓଓ ଡ଼ଃ.ପନ୍ତ ମଧ୍ୟ ଧନ୍ୟବାଦ ଅଭିଭାଷଣ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ |

ରାଜ୍ୟରେ ପ୍ରବଳ ବର୍ଷା

ରାଜ୍ୟରେ ଏବେ ଉଭୟ ଲଘୁଚାପ ଓ ‌ମୌସୁମୀଜନିତ ବର୍ଷା ଜାରି ରହିଛି । ଆଜି ବୁଧବାର ରାଜ୍ୟର ୧୬ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ରାଜ୍ୟର କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମା‌ଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନୟାଗଡ଼ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି । ଆସନ୍ତା ୧୪ ରୁ ୧୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ର ସମ୍ଭାବନା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷ ରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କରିବାକୁ ପଡିବ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments