1. କୃଷି ଖବର

News Headlines: ଆଜିର 5ଟି ମୁଖ୍ୟ ଖବର

ରାଜ୍ୟରେ ଆରମ୍ଭ ହୋଇଛି କୃଷି ଓଡିଶା ୨୦୨୪ l ଯେଉଁଥିରେ ମହିଳାଙ୍କୁ ଦିଆଯାଇଛି ଅଗ୍ରାଧିକାର l ୩ ଦିନ ଦାହରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅନେକ କୃଷି ସହିତ ଜଡ଼ିତ ବିଭିନ୍ନ ଆଲୋଚନା ଚକ୍ର ଅନୁଷ୍ଠିତ ହେବ l

Tanushree Mahapatra
Tanushree Mahapatra
top 5 news headlines of today

top 5 news headlines of today

ଆଜିର ୫ଟି ମୁଖ୍ୟ ଖବର :

- କୃଷିରେ ମହିଳାଙ୍କ ଭାଗିଦାରୀ

- ‘ନାବାର୍ଡ’ର ୨ ଲକ୍ଷ କୋଟିର ଋଣ ଯୋଜନା

- ଆସନ୍ତା ସୋମବାରରୁ ପ୍ରତି ଗାଁରେ ପହଞ୍ଚିବ ସୁବିଧା

- ବୃଦ୍ଧମାନଙ୍କ ପାଇଁ ଖୁସି ଖବର

- ଶୀତ ବଢ଼ିବ, ଜାରି ରହିବ କୁହୁଡ଼ି

1) କୃଷିରେ ମହିଳାଙ୍କ ଭାଗିଦାରୀ: କୃଷିରେ ମହିଳାଙ୍କ ଭାଗିଦାରୀ ପାଇଁ ଆଜି ଓଡ଼ିଶାର କୃଷି ଅଧିକ ରୁ ଅଧିକ ସମୃଦ୍ଧ କରିପାରିଛି  l କୃଷି ଓଡ଼ିଶା-୨୦୨୪’ ଗତକାଲିଠାରୁ ଆରମ୍ଭ ହୋଇଛି l ପ୍ରମୁଖ ଲକ୍ଷ୍ୟ ରହିଛି ଚାଷରେ ମହିଳା କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ, ମହିଳା କୃଷି ଉଦ୍ୟୋଗୀ, ବ୍ୟବସାୟିକ ସଂସ୍ଥା, ସେବା ପ୍ରଦାନକାରୀ ପ୍ରତିଷ୍ଠାନ, କୃଷି ଉଦ୍ୟୋଗୀ ଓ ଶିଳ୍ପଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା । ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫ହଜାର ମହିଳା କୃଷକ ଏବଂ ୨ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଓ କୃଷି ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ କୃଷି ଉଦ୍ୟୋଗରେ ମହିଳାଙ୍କ ଭାଗିଦାରୀ ଖୁବ ଅଧିକ ବଢ଼ିଛି । ମିଲେଟ ମିଶନ ଜରିଆରେ ମିଶନ ଶକ୍ତି ମହିଳାଙ୍କ ଆର୍ଥିକ ବିକାଶରେ ପ୍ରଗତି ଆସୁଥିବାର ନଜିର ରହିଛି ।

2) ‘ନାବାର୍ଡ’ର ଋଣ ଯୋଜନା: ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ ପକ୍ଷରୁ ଅଗ୍ରାଧିକାର କ୍ଷେତ୍ର ଲାଗି ୨୦୦ ଲକ୍ଷ ୬୦୮ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଥିବାର ସୂଚନା ଦିଆଯାଇଛି ଏକ କାର୍ଯ୍ୟକ୍ରମ ମାଧ୍ୟମରେ । ୨୦୨୩-୨୪ ଲାଗି ପ୍ରସ୍ତୁତ କରାଯାଇଥିବା ଋଣ ଯୋଜନାଠାରୁ ଯାହା ୨୫.୧୬ ପ୍ରତିଶତ ଅଧିକ ରହିଛି । ୨୦୨୪-୨୫ରେ କୃଷି କ୍ଷେତ୍ରକୁ ୭୩ ଲକ୍ଷ ୯୭୫ ହଜାର ୮୪ କୋଟି ଟଙ୍କାର ଋଣ ଦେବାର ସମ୍ଭାବନା ଥିବା ନାବାର୍ଡ ସୂଚନା ଦେଇଛି ।  ନାବାର୍ଡ ପକ୍ଷରୁ ଆୟୋଜିତ ହୋଇଥିବା ରାଜ୍ୟ କ୍ରେଡିଟ୍ ସେମିନାର୍‌ ଅବସରରେ ଅଗ୍ରାଧିକାର କ୍ଷେତ୍ର ଲାଗି ଋଣ ଯୋଜନାକୁ ଉନ୍ମୋଚନ କରାଯାଇଥିଲା । ଏଥିରେ ଉନ୍ନୟନ କମିସନର ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନୁ ଗର୍ଗ ଯୋଗଦେଇ ନାବାର୍ଡ ପ୍ରସ୍ତୁତ କରିଥିବା ଋଣ ଯୋଜନାର ଲକ୍ଷ୍ୟକୁ ହାସଲ କରିବା ଲାଗି ମିଳିତ ଉଦ୍ୟମ କରିବାକୁ ଅଂଶୀଦାରମାନଙ୍କୁ କହିଥିଲେ ।

3) ପ୍ରତି ଗାଁରେ ପହଞ୍ଚିବ ପାଣିପାଗ ସୂଚନା ସୁବିଧା: ସମଗ୍ର ଦେଶର କୃଷକଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମନାକୁ ଆସିଛି । ଯାହାତାଙ୍କୁ ପାଣିପାଗ ସୂଚନା ଦେବାରେ ସହାୟତା ପ୍ରଦାନ କରିବ l ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଆସନ୍ତା ସପ୍ତାହରୁ ପ୍ରତି ପଞ୍ଚାୟତ ସ୍ତରରେ ପାଣିପାଗର ପୂର୍ବାନୁମାନ ଜାରି କରାଯିବ । ଏ ନେଇ ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଜାରି କରିଛନ୍ତି । " ପଞ୍ଚାୟତ ମୌସୂମୀ " ସେବା ଜରିଆରେ ଦେଶର ପ୍ରତ୍ୟେକ ଗ୍ରାମରେ ଅତିକମରେ ୫ ଜଣ ଚାଷୀଙ୍କୁ ଖରାପ ପାଣିପାଗ ବିଷୟରେ ପୂର୍ବ ଚେତାବନୀ ଜାରି କରାଯିବ l ଯାହା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏହି ସୂଚନାରେ ସର୍ବାଧିକ ତଥା ସର୍ବନିମ୍ନ ତାପମାତ୍ରା ସହିତ ଆର୍ଦ୍ରତା ଏବଂ ପବନର ବେଗ ଇତ୍ୟାଦି ସମ୍ପର୍କରେ ସୂଚନା ଦିଆ ଯାଇପାରିବ ବୋଲି ସେ କହିଛନ୍ତି । ତେବେ ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ଦେଶର ଅନ୍ୟାନ୍ୟ ମୋଟ ୧୨ଟି ଭାରତୀୟ ଭାଷାରେ ଏହି ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ।

4) ବୃଦ୍ଧଙ୍କ ପାଇଁ ଖୁସି ଖବର : ବୃଦ୍ଧ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବା ପାଇଁ କେନ୍ଦ୍ରୀୟ ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଆରମ୍ଭ କରିଥିଲେ l ଯାହା ଅଧୀନରେ ଚାଷୀଙ୍କୁ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ୍ ପତ୍ରଦାନ କରାଯାଉଛି । ଯଦି ଆପଣ ଜଣେ ଚାଷୀ ଏବଂ ଆପଣ ପେନ୍‌ସନ୍‌ର ଲାଭ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଠିକ୍ ସମୟରେ ଏଥିରେ ଯୋଗ ଦେବାକୁ ପଡିବ  l ଆପଣଙ୍କର ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ୪୦ ବର୍ଷ ହୋଇଥିବା ଆବଶ୍ୟକ । ଯଦି ଆପଣ ୧୮ ବର୍ଷ ବୟସରୁ ଏହି ଯୋଜନାରେ ଯୋଗ ଦିଅନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା , ୩୦ ବର୍ଷ ବୟସରୁ ଆପଣଙ୍କୁ ୧୧୦ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିବାକୁ ପଡିବ । ସେହିପରି ୩୦ ବର୍ଷ ବୟସରୁ ଆପଣଙ୍କୁ ମାସିକ ୨୨୦ ଟଙ୍କା ବିନିଯୋଗ କରିବାକୁ ପଡିବ । ଥରେ ଆପଣ ଏହି ସମସ୍ତ ସର୍ତ୍ତ ପୂରଣ କରିବା ପରେ, ଆପଣ ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ପେନସନ ସୁବିଧା ପାଇବା ଆରମ୍ଭ କରିବେ । ଅଧିକ ତଥ୍ୟ ଜାଣିବା ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର ପରିଦର୍ଶନ କରନ୍ତୁ l

 5) ଶୀତ ବଢ଼ିବ, ଜାରି ରହିବ କୁହୁଡ଼ି:  ରାଜ୍ୟରେ ରାତି ତାପମାତ୍ରା ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ୨ରୁ ୩ ଡିଗ୍ରି କମିବ l ଏହାପରେ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଭିତରେ ରହିବ l ସେହିପରି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଭିତରକୁ ଆସିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ‌ଶୀତ ବଢ଼ିବା ସତ୍ତ୍ବେ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments