
Under JAN BHAGIDARI of the G20 Presidency, Centurion University of Technology and Management held an event
ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l
ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl 'ଏକ ବକୃତା ପ୍ରତିଯୋଗିତା,ଏକ ସ୍ଲୋଗାନ ପ୍ରତିଯୋଗିତା,ଏକ ଲାଇଟ ଏଣ୍ଡ ସାଉଣ୍ଡ ଶୋ’ ଉପରେ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 7 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ପ୍ରାୟ 57 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।
ବକୃତା ପ୍ରତିଯୋଗିତା
ବକୃତା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର.ସୁଶାନ୍ତ ପଟ୍ଟନାୟକ, ସହକାରୀ ପ୍ରଫେସର ଯୋଗଦେଇଥିଲେ l ଏହି କର୍ମଶାଳାରେ ବକ୍ତାଭାବରେ ଶ୍ରୀଯୁକ୍ତ ସୁଦର୍ଶନ ରାଓ, ସହକାରୀ ପ୍ରଫେସର ,ଡ଼କ୍ଟର. ବ୍ରିଜଲାଲ୍ ମଲ୍ଲିକ, ସହକାରୀ ପ୍ରଫେସର ,ଡକ୍ଟର.ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର,cutm ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ l ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ବାସୁଦେବ ଝା ,ବି.ଟେକ.CSE ଏବଂ ଦ୍ଵିତୀୟ ସ୍ଥାନରେ ଅମିତାଭ ବନ୍ଦୋପାଧ୍ୟାୟ ,BSc ,Ag ପୁରସ୍କୃତ ହୋଇଥିଲେ l
ସ୍ଲୋଗାନ ପ୍ରତିଯୋଗିତା
ସ୍ଲୋଗାନ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର.ସୁଶାନ୍ତ ପଟ୍ଟନାୟକ, ସହକାରୀ ପ୍ରଫେସର ଯୋଗଦେଇଥିଲେ l ଏହି କର୍ମଶାଳାରେ ବକ୍ତାଭାବରେ ଶ୍ରୀଯୁକ୍ତ ସୁଦର୍ଶନ ରାଓ, ସହକାରୀ ପ୍ରଫେସର ,ଡ଼କ୍ଟର. ବ୍ରିଜଲାଲ୍ ମଲ୍ଲିକ, ସହକାରୀ ପ୍ରଫେସର ,ଡକ୍ଟର.ସୌରଭ ବର୍ମନ ,ଆସୋସିଏଟ୍ ପ୍ରଫେସର,cutm ଯୋଗଦେଇ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ l ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ଇପ୍ସିତା ସାହୁ,BSc ,Ag ଏବଂ ଦ୍ଵିତୀୟ ସ୍ଥାନରେ ଦଶlରୀ ଅଖିତା ପୁରସ୍କୃତ ହୋଇଥିଲେ l
ଲାଇଟ ଏଣ୍ଡ ସାଉଣ୍ଡ ଶୋ
ଲାଇଟ ଏଣ୍ଡ ସାଉଣ୍ଡ ଶୋ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ସୁପ୍ରିୟା ପଟ୍ଟନାୟକ ,Vice Chancellor CUTM ,ଡକ୍ଟର ଅନିତା ପାତ୍ର Registar, CUTM,ଶ୍ରୀମତୀ ସୁମିତା ପାଣିଗ୍ରାହୀ Principal, CPS ଯୋଗଦେଇଥିଲେ l ଏହି କର୍ମଶାଳା ଡକ୍ଟର ଅତନୁ ଦେବ,ଆସୋସିଏଟ୍ ପ୍ରଫେସର ଦ୍ୱାରା ଖୁବ ସୁରୁଖୁରୁରେ ସମ୍ପାଦନା ହୋଇଥିଲା l
କର୍ମଶାଳାର ଫଳାଫଳ
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେ ଶୋ ଣ୍ଟ ଦ୍ୱାରା ହୋଇଥିବା ଏହି ବକୃତା ପ୍ରତିଯୋଗିତା, ସ୍ଲୋଗାନ ପ୍ରତିଯୋଗିତା ଏବଂ ଲାଇଟ ଏଣ୍ଡ ସାଉଣ୍ଡ ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ
Share your comments