1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,ବୃକ୍ଷରୋପଣକୁ ଗୁରୁତ୍ୱ

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ବୃକ୍ଷ ରୋପଣ କର୍ମଶାଳା ’ ଉପରେ ଏକ ଦିନିଆ କର୍ମଶାଳା ସୁର କମ୍ୟୁନିଟି ପୋଣ୍ଡ ଏବଂ ଟେମ୍ପଲ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" 9 ଏପ୍ରିଲ 2023 ବର୍ଷରେ ଅନୁଷ୍ଠିତ ହୋଇଯାଇଛି ।

Omkar Mohanty
Omkar Mohanty
Under the G 20 prevalence, Centurion University of Technology and Management held a "Event on Tree Plantation."

Under the G 20 prevalence, Centurion University of Technology and Management held a "Event on Tree Plantation."

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl ‘ବୃକ୍ଷ ରୋପଣ କର୍ମଶାଳା ’ ଉପରେ ଏକ ଦିନିଆ କର୍ମଶାଳା ସୁର କମ୍ୟୁନିଟି ପୋଣ୍ଡ ଏବଂ ଟେମ୍ପଲ ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" 9 ଏପ୍ରିଲ 2023 ବର୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାୟ ପ୍ରାୟ 40 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।

ମୁଖ୍ୟ ଅତିଥି
1. ଶ୍ରୀମତୀ ଉଗୁ କୀର୍ତି ପ୍ରିୟା ,Agriculture Extension Supervisor,CUTM ,ଓଡିଶା

କର୍ମଶାଳାର ବକ୍ତା

1. ଡକ୍ଟର ସୌରଭ ବର୍ମନ ,ଆସୋସିଏଟ ପ୍ରଫେସର,CUTM, Paralakhamundi

କର୍ମଶାଳାର ଫଳାଫଳ

ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି ‘ବୃକ୍ଷ ରୋପଣ କର୍ମଶାଳା ’ ପ୍ରତି ଆଗ୍ରହ ଦେଖାଇବା ସହିତ ଏଥି ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l ଶ୍ରୀମତୀ ଉଗୁ କୀର୍ତି ପ୍ରିୟା ,Agriculture Extension Supervisor,CUTM ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷରୋପଣର ମହତ୍ୱ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ l

ବୃକ୍ଷରୋପଣ ଉଭୟ ମଣିଷ ଏବଂ ପରିବେଶ ପାଇଁ ଅନେକ ଲାଭଦାୟକ | ବୃକ୍ଷଗୁଡ଼ିକ ବନ୍ୟା ହେବାର ଆଶଙ୍କା କମ୍ କରିବାରେ, ବାୟୁର ଗୁଣବତ୍ତା ବୃଦ୍ଧି କରିବାରେ ଏବଂ ସୂର୍ଯ୍ୟ କିରଣ ପ୍ରତିଫଳିତ କରି ଛାଇ ଦେଇ ସହରୀ ଉତ୍ତାପ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରେ | ବୃକ୍ଷଗୁଡ଼ିକ ବାୟୁରୁ କାର୍ବନ ଡାଇଅକ୍ସାଇଡ୍ ଏବଂ ଅନ୍ୟ ପ୍ରଦୂଷକ ଶୋଷନ୍ତି, ଯାହା ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ଏବଂ ବାୟୁ ଗୁଣବତ୍ତା ବୃଦ୍ଧି କରିବାରେ ସାହାଯ୍ୟ କରେ | ସହରୀ ବୃକ୍ଷରୋପଣ କାର୍ଯ୍ୟକ୍ରମଗୁଡିକ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଏକ ନିରାପଦ ଏବଂ ସୁସ୍ଥ ସ୍ଥାନ ଯୋଗାଇ ସମ୍ପ୍ରଦାୟର ସ୍ଥିରତାକୁ ଉନ୍ନତ କରିବାକୁ ଦର୍ଶାଯାଇଛି |ସମ୍ପୂର୍ଣ କାର୍ଯ୍ୟକ୍ରମ ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶାଙ୍କ ଦ୍ୱାରା ବହୁ ସୁନ୍ଦର ଭାବରେ ପରିଚାଳିତ ହୋଇଥିଲା l

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ