News

ଅନୁଗୋଳରେ ESIC ହସ୍‌ପିଟାଲ୍‌ ଶୁଭାରମ୍ଭ

ଅନୁଗୋଳ ଠାରେ ESIC ହସ୍‌ପିଟାଲକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧଆନ କହିଛନ୍ତି ଯେ, ଏହା ଓଡ଼ିଶାର ଲୋକମାନଙ୍କ ପାଇଁ ସଞ୍ଜିବନୀ ଭଳି କାର୍ଯ୍ୟ କରିଛି ଓ କୋଭିଡ୍ ମହାମାରୀର ଦ୍ବିତୀୟ ଲହରୀ ସମୟରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିଛି।

18 June, 2022 12:00 PM IST By: Shuvanshu Kar

ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଗତ ଆଠ ବର୍ଷ ମଧ୍ୟରେ ଦେଶ ପାଇଁ ଅନେକଗୁଡ଼ିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଓ ଅନୁଗୋଳ ଠାରେ ଇଏସଆଇସି ହସ୍‌ପିଟାଲର ଉଦ୍‌ଘାଟନ ଏଥି ମଧ୍ୟରୁ ଅନ୍ୟତମ । ଅନୁଗୋଳ ଓ ଝାରସୁଗୁଡ଼ାଠାରେ ଅନେକ ଉଦ୍ୟୋଗ ରହିଛି ଓ ସେହିପରି ଏଠାରେ ଶ୍ରମ ଶକ୍ତି ସଂଖ୍ୟା ମଧ୍ୟ ଅଧିକ। ତେଣୁ ଏହି ସବୁ ଲୋକମାନଙ୍କର ସୁସ୍ଥତା ହେଉଛି ସରକାରଙ୍କ ଦାୟୀତ୍ବ ଓ ଏହି ହସ୍‌ପିଟାଲ୍ ଏବଂ ଉପ-ଆଞ୍ଚଳିକ କାର୍ଯ୍ୟାଳୟ ମାଧ୍ୟମରେ ଲୋକମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଠାରେ ଏହି ହସ୍‌ପିଟାଲକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ଅବସରରେ ସେ କହିଛନ୍ତି ଯେ, ଏହା ଓଡ଼ିଶାର ଲୋକମାନଙ୍କ ପାଇଁ ସଞ୍ଜିବନୀ ଭଳି କାର୍ଯ୍ୟ କରିଛି ଓ କୋଭିଡ୍ ମହାମାରୀର ଦ୍ବିତୀୟ ଲହରୀ ସମୟରେ ଅନେକ ଲୋକଙ୍କର ଜୀବନ ରକ୍ଷା କରିଛି।

ମନ୍ତ୍ରୀଙ୍କ ସହିତ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଆଜି ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ-ଆଞ୍ଚଳିକ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ଏହି ହସ୍‌ପିଟାଲ୍ ମାଧ୍ୟମରେ ସୁପର ସ୍ପେଶିଆଲିଟି ସେବା ସହିତ ଅନୁଗୋଳ ଓ ଆଖପାଖ ଅଞ୍ଚଳର 3 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏହା ସହିତ ଉପ-ଆଞ୍ଚଳିକ କାର୍ଯ୍ୟାଳୟ, ଝାରସୁଗୁଡ଼ା ମାଧ୍ୟମରେ ଓଡ଼ିଶାର 13 ଟି ଜିଲ୍ଲାର ପ୍ରାୟ 2 ଲକ୍ଷ କର୍ମଚାରୀମାନେ ଉପକୃତ ହେବେ।

ଖୁବଶୀଘ୍ର ଆରମ୍ଭ ହେବ ୫ଜି ସେବା

Agnipath Scheme : ସେନାରେ ଭର୍ତ୍ତି ହେବା ପାଇଁ ସମୟ ସୀମା ବୃଦ୍ଧି କରିଲେ ସରକାର

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରି, ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ ମୋଦୀ ସରକାର ରୟାଲଟି ବ୍ୟବସ୍ଥା ବଦଳରେ ଜିଲ୍ଲା ଖଣିଜ ପାଣ୍ଠି ଯୋଜନା ପ୍ରଣୟନ କରିଛନ୍ତି ଯାହା ସହାୟତାରେ ଖଣିଜ ସମୃଦ୍ଧ ଜିଲ୍ଲା ଗୁଡ଼ିକ ଏହାର ବିକାଶ ପାଇଁ କେନ୍ଦ୍ରରୁ ପ୍ରତ୍ୟକ୍ଷ ଭାବରେ ପାଣ୍ଠି ପାଉଛନ୍ତି। ଶ୍ରୀଯୁକ୍ତ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସର୍ବନିମ୍ନ ମଜୁରୀକୁ ଗତ ଆଠ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବରେ ପ୍ରାୟ 50 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଇ-ଶ୍ରମ ଡାଟାବେସ ବିଷୟରେ ସୂଚନା ପ୍ରଦାନ କରି ମନ୍ତ୍ରୀ କହିଛନ୍ତି ଯେ ଦକ୍ଷତା ବିକାଶ ଏବଂ ଶ୍ରମ ମନ୍ତ୍ରଣାଳୟ ଶ୍ରମଶକ୍ତିର ଦକ୍ଷତା ବିକାଶ ତାଲିମ ପାଇଁ ସହଯୋଗ କରୁଛି। ସେ କହିଛନ୍ତି ଯେ ଇ-ଶ୍ରମ ମାଧ୍ୟମରେ କେନ୍ଦ୍ର ବର୍ତ୍ତମାନ ପ୍ରାୟ 27 କୋଟି ପଞ୍ଜୀକୃତ ଶ୍ରମିକଙ୍କ ସୂଚନା ସଂଗ୍ରହ କରିଛି ଏବଂ ଏହି ତଥ୍ୟ ବର୍ତ୍ତମାନ ଅନେକ ସାମାଜିକ କ୍ଷେତ୍ରର ବିସ୍ତାର ଏବଂ ଦକ୍ଷତା ବିକାଶ ତାଲିମ ସହିତ ସେମାନଙ୍କ ଲାଭ ପାଇଁ ବ୍ୟବହୃତ ହେବ।

ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି କହିଛନ୍ତି ଯେ ଓଡ଼ିଶାରେ ତିନୋଟି ନୂତନ ଇଏସଆଇସି ହସ୍‌ପିଟାଲ୍‌ କେନ୍ଦ୍ର ସରକାରଙ୍କ ଦ୍ବାରା ମଞ୍ଜୁର କରାଯାଇଛି। ଏଗୁଡ଼ିକ ହେଉଛି ଭୁବନେଶ୍ୱର ଠାରେ 150 ଶଯ୍ୟା ବିଶିଷ୍ଟ, ଯାଜପୁରର ଡୁବୁରୀ ଠାରେ 100 ଶଯ୍ୟା ବିଶିଷ୍ଟ ଏବଂ ପାରାଦୀପ ଠାରେ 30 ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍। ସେ କହିଛନ୍ତି ଯେ ଶ୍ରମଶକ୍ତି ହେଉଛି ଦେଶ ବିକାଶର ମେରୁଦଣ୍ଡ ଏବଂ ଭାରତ ସରକାର ସେମାନଙ୍କର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି।

ଇ-ଶ୍ରମ ପଦକ୍ଷେପ ବିଷୟରେ ଶ୍ରୀଯୁକ୍ତ ତେଲି କହିଛନ୍ତି ଯେ ଅଣ-ସଂଗଠିତ କ୍ଷେତ୍ରରୁ ଓଡିଶାର ପ୍ରାୟ 1.3 କୋଟି ଶ୍ରମିକ ସମେତ ସମୁଦାୟ 27 କୋଟି ଶ୍ରମିକ ଏହି ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନଙ୍କ ପାଇଁ ବିଭିନ୍ନ ସାମାଜିକ ସୁବିଧା ବ୍ୟବସ୍ଥା କରାଯାଉଛି। ଏହି ଅବସରରେ ଶ୍ରୀ ତେଲି ମଧ୍ୟ ପିଏମ୍‌ ଶ୍ରମ ଯୋଗୀ ମାନଧନ ଯୋଜନା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଏକ ନୂତନ ସୁବିଧାର ଉପସ୍ଥାପନ କରାଯାଉଛି ଯଦ୍ବାରା ଅଣସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ନିଯୁକ୍ତିଦାତାମାନେ ସେମାନଙ୍କର ସଂପୃକ୍ତ କର୍ମଚାରୀଙ୍କ ପାଇଁ ପେନ୍‌ସନ ପ୍ରଦାନ କରିପାରିବେ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)