News

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

13 June, 2022 10:02 AM IST By: Shuvanshu Kar

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ(Union Tribal Affairs Minister) ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ତାଙ୍କର ଏହି ସରକାରୀ ଗସ୍ତ ଆଜି ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ରବିବାର କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡିର କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(pm awas yojana)ର ହିତାଧିକାରୀଙ୍କ ସହିତ ମତ ବିନିମୟ କରିଛନ୍ତି । ପକ୍କା ଘର ମିଳିବା ପରେ ସେମାନଙ୍କର ଅଭିଜ୍ଞତା, ସଶକ୍ତିକରଣ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ହିତାଧିକାରୀଙ୍କୁ ପଚାରି ବୁଝିଥିଲେ । ଏଠାରେ ୪୦ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା କଲୋନୀ ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ । ହିତାଧିକାରୀମାନେ କହିଥିଲେ ଯେ, ଆବାସ ଯୋଜନାରେ ଘର ମିଳିବା ପରେ ସେମାନଙ୍କ ଜୀବନରେ ଯଥେଷ୍ଟ ପରିବର୍ତ୍ତନ ଆସିଛି । ସମାଜରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ମିଳିଛି ବୋଲି ହିତାଧିକାରୀମାନେ ସୂଚନା ଦେଇଥିଲେ ।

କେନ୍ଦ୍ର ମନ୍ତ୍ରୀ କେସିଙ୍ଗା ଠାରେ ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ । ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ପ୍ରତିଶତ ଜନଜାତି ବର୍ଗର ହୋଇଥିବାରୁ କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଏବଂ ବିଜ୍ଞାନାଗାର ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

ଏମଏସପି ବୃଦ୍ଧିରେ ଅସନ୍ତୁଷ୍ଟ ଓଡିଶା, ସ୍ବାମୀନାଥନ ରିପୋର୍ଟ ଦେଖାଇଲେ ସସ୍ମିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ ଦେଶର ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଛି । ଏହି କ୍ରମରେ ଭବାନୀପାଟଣା ଠାରେ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ କରାଯାଉଛି । କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଥିଲେ । ୩୪ ଏକର ଜମିରେ ଟାଟା ଦ୍ବାରା ଏହି ମେଡ଼ିକାଲ କଲେଜ ନିର୍ମିତ ହେଉଛି । ମାନ୍ୟବର ମନ୍ତ୍ରୀ ଟାଟା ପ୍ରକଳ୍ପର ଅଧିକାରୀଙ୍କ ସହିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମୁତାବକ କେନ୍ଦ୍ର ଜନଜାତି ବ୍ୟପାର ମନ୍ତ୍ରୀ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ସିକଲ ସେଲ୍‌ ରୋଗର ସ୍କ୍ରିନିଂ ହେଉଥିବା ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ଏହାପରେ ମନ୍ତ୍ରୀ ଭବାନୀପାଟଣାର ସୁକୁନାଭାଟା ଗାଁରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ । ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ମହିଳା ଗୋଷ୍ଠୀ ସୁକୁନାଭାଟାରେ ଗ୍ରାମୀଣ ପାର୍କର ରକ୍ଷଣାବେକ୍ଷଣ କରୁଛନ୍ତି । ସେମାନେ କହିଥିଲେ ଯେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଗ୍ୟାସ ସଂଯୋଗ ହୋଇଛି । ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଏବଂ ସଡ଼କ ନିର୍ମାଣ ଫଳରେ ସେମାନଙ୍କୁ ଅନେକ ସୁବିଧା ମିଳିଛି, ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆସନ୍ତାକାଲି ଶ୍ରୀ ମୁଣ୍ଡା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)