ଭାରତରେ ଦୁଗ୍ଧ କ୍ଷେତ୍ର(Dairy Sector)ରେ ସୃଷ୍ଟି ହୋଇଛି ନୂଆ ପରିଚୟ । ଦୁଗ୍ଧ କ୍ଷେତ୍ର(Dairy Sector)ରେ ଭାରତର ଭାଗିଦାରୀ 23 ପ୍ରତିଶତ । ଦେଶରେ ବାର୍ଷିକ 220 ମିଲିୟନ ଟନ ଦୁଗ୍ଧ ଉତ୍ପାଦନ(Dairy Production) ହେଉଛି । ବିଶ୍ବର ସବୁଠୁ ବଡ ଦୁଗ୍ଧ ଉତ୍ପାଦକ ଦେଶମାନଙ୍କ ମଧ୍ୟରେ ଅଗ୍ରଣୀ ରହିଛି ଭାରତ ।
ଦେଶରେ 9.5 ଲକ୍ଷ କୋଟି ଟଙ୍କା ମୂଲ୍ୟର ଦୁଗ୍ଧ ଉତ୍ପାଦନ ହେଉଛି । 2014 ପରେ ଦୁଗ୍ଧ ଉତ୍ପାଦନରେ 44 ପ୍ରତିଶତ ବୃଦ୍ଧି ଘଟିଛି । ଦୁଗ୍ଧ ଉଦ୍ୟୋଗ ସହିତ 8 କୋଟି ଚାଷୀ ଯୋଡି ହୋଇଛନ୍ତି ।
ଗ୍ରେଟର ନଏଡାଠାରେ ଆୟୋଜିତ ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମିଳନୀ (IDF World Dairy Summit 2022) ୨୦୨୨ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ୱର ଅନ୍ୟ ବିକଶିତ ଦେଶମାନଙ୍କଠାରୁ ଭିନ୍ନ, ଭାରତ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ପ୍ରକୃତ ଶକ୍ତି ହେଉଛନ୍ତି କ୍ଷୁଦ୍ର ଚାଷୀ। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ପରିଚୟ ହେଉଛି ମାସ୍ ପ୍ରଡକସନ୍ ବା ସାମୁହିକ ଉତ୍ପାଦନରୁ ଅଧିକ ପ୍ରଡକସନ ବାଏ ମାସେସ୍ ବା ସମୂହ ଦ୍ୱାରା ଉତ୍ପାଦନ। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ର ସହିତ ଜଡ଼ିତ ଅଧିକାଂଶ କୃଷକମାନଙ୍କ ପାଖରେ ହୁଏତ ଗୋଟିଏ ପଶୁ ରହିଥିବେ, 2ଟି ରହିଥିବେ ନଚେତ ତିନୋଟି ରହିଥିବେ। ଏହି କ୍ଷୁଦ୍ର ଚାଷୀମାନଙ୍କର ପରିଶ୍ରମ ଆଉ ସେମାନଙ୍କର ପଶୁଧନ କାରଣରୁ ଆଜି ଭାରତ ସମଗ୍ର ବିଶ୍ୱରେ ହେଉଛି ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନ କରୁଥିବା ଦେଶ।
ଆଜି ଭାରତର 8 କୋଟିରୁ ଅଧିକ ପରିବାରଙ୍କୁ ଏହି କ୍ଷେତ୍ର ରୋଜଗାର ଯୋଗାଉଛି। ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଏହି ଅନନ୍ୟତା ଆପଣଙ୍କୁ ଅନ୍ୟ କୌଣସି ସ୍ଥାନରେ ହୁଏତ କ୍ୱଚିତ କେବେ କେଉଁଠାରେ ଦେଖିବାକୁ ମିଳି ଯାଇପାରେ। ଆଜି ବିଶ୍ୱ ଦୁଗ୍ଧ ସମ୍ମିଳନୀରେ ଏହାର ଚର୍ଚ୍ଚା ମୁଁ ଏଥିପାଇଁ ମଧ୍ୟ କରୁଛି, କାରଣ ବିଶ୍ୱର ଅନେକ ଗରିବ ଦେଶର କୃଷକମାନଙ୍କ ପାଇଁ ଏହା ଏକ ଉନ୍ନତ ମାନର ବ୍ୟବସାୟ ମଡେଲ ହୋଇ ପାରିବ।
ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଏହି ବିଶେଷତ୍ୱକୁ ଆଉ ଏକ ଅନନ୍ୟ ଗୁଣ ଯୋଗୁଁ ଜବରଦସ୍ତ ସାହାଯ୍ୟ ମିଳିଥାଏ। ଆମର ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଦ୍ୱିତୀୟ ବିଶେଷତ୍ୱ ହେଉଛି, ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସମବାୟ ବ୍ୟବସ୍ଥା। ଆଜି ଭାରତରେ ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ ସମବାୟର ଏଭଳି ଏକ ବିଶାଳ ନେଟୱର୍କ ରହିଛି, ଯାହାର ଉଦାହରଣ ସାରା ବିଶ୍ୱରେ ଖୋଜି ପାଇବା ଅସମ୍ଭବ। ଏହି ଦୁଗ୍ଧ ବା ଡାଏରୀ କ୍ଷେତ୍ରର ସମବାୟ ଦେଶର ଦୁଇ ଲକ୍ଷରରୁ ଅଧିକ ଗାଁମାନଙ୍କରେ, ପ୍ରାୟତଃ ଦୁଇ କୋଟି କୃଷକୁ ଦିନକୁ ଦୁଇ ଥର ଦୁଗ୍ଧ ଜମା କରୁଛନ୍ତି, ଆଉ ତାହାକୁ ଗ୍ରାହକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଉଛନ୍ତି।
ଏହି ସମଗ୍ର ପ୍ରକ୍ରିୟାରେ ମଝିରେ କୌଣସି ମଧ୍ୟ ମଧ୍ୟସ୍ଥି ନଥାନ୍ତି, ଆଉ ଗ୍ରାହକମାନଙ୍କ ଠାରୁ ଯେଉଁ ଟଙ୍କା ମିଳିଥାଏ, ତାହାର 70 ପ୍ରତିଶତରୁ ମଧ୍ୟ ଅଧିକ ସିଧାସଳଖ କୃଷକମାନଙ୍କର ପକେଟକୁ ହିଁ ଯାଇଥାଏ। କେବଳ ଏତିକି ନୁହେଁ, ଯଦି ମୁଁ ଗୁଜରାଟ ରାଜ୍ୟର କଥା କହିବି ତେବେ ଏ ସମସ୍ତ ଟଙ୍କା ସିଧାସଳଖ ଭାବେ ମହିଳାମାନଙ୍କ ବ୍ୟାଙ୍କ ଜମାଖାତାକୁ ଯାଇଥାଏ । ସମଗ୍ର ବିଶ୍ୱରେ ଏତେ ବଡ଼ ଅନୁପାତ ଅନ୍ୟ କୌଣସି ଦେଶରେ ନାହିଁ। ଏବେ ଭାରତରେ ଚାଲିଥିବା ଡିଜିଟାଲ ବିପ୍ଳବ ଯୋଗୁଁ ଦୁଗ୍ଧ ବା ଡାଏରୀ କ୍ଷେତ୍ରର ଅଧିକାଂଶ କାରବାର ବହୁତ ଦ୍ରୁତ ଗତିରେ ହେବାରେ ଲାଗିଛି। ମୁଁ ବୁଝିପାରୁଛି ଭାରତର ଦୁଗ୍ଧ ସମବାୟର ଅଧ୍ୟୟନ, ସେ ସଂପର୍କରେ ତଥ୍ୟ, ଦୁଗ୍ଧ ବା ଡାଏରୀ କ୍ଷେତ୍ରରେ ବିକାଶ କରାଯାଇଥିବା ଡିଜିଟାଲ କାରବାର ବ୍ୟବସ୍ଥା, ବିଶ୍ୱରେ ଅନେକ ଗୁଡିଏ ଦେଶର କୃଷକମାନଙ୍କର ବହୁତ କାର୍ଯ୍ୟରେ ଆସି ପାରିବ।
ଏଥିପାଇଁ ଭାରତର ଡାଏରୀ କ୍ଷେତ୍ରର ଆଉ ଏକ ବଡ଼ ଶକ୍ତି ହେଉଛି, ଆଉ ଏକ ବଡ଼ ଅଦ୍ୱିତୀୟ ଗୁଣ ହେଉଛି, ଆମ ଭାରତ ପାଖରେ ଥିବା ଦେଶୀ ପ୍ରଜାତି ଗାଈମାନଙ୍କର, ମଇଁଷିମାନଙ୍କର ସ୍ଥାନୀୟ ପ୍ରଜାତି, ସେମାନେ କଠିନରୁ ଅତି କଠିନ ପରିବେଶରେ ମଧ୍ୟ ଜୀବିତ ରହି ପାରିବା ପାଇଁ ଜଣାଶୁଣା। ମୁଁ ଆପଣମାନଙ୍କୁ ଗୁଜରାଟର ବନ୍ନୀ ମଇଁଷିଙ୍କର ଉଦାହରଣ ଦେବାକୁ ଚାହିଁବି। ଏହି ବନ୍ନି ମଇଁଷି କଚ୍ଛର ମରୁଭୂମି ଏବଂ ସେଠାକାର ପରିସ୍ଥିତି ସହିତ ଏଭଳି ଖାପ ଖୁଆଇ ଯାଇଛନ୍ତି ଦେଖି ବହୁବାର ଆଶ୍ଚର୍ଯ୍ୟ ଲାଗେ। ଦିନରେ ବହୁତ ହିଁ ଭୟଙ୍କର ଖରା ହୋଇଥାଏ, ବହୁତ ଗରମ ହୋଇଥାଏ, ଟାଣ ଖରା ହୋଇଥାଏ। ଏଥିପାଇଁ ଏହି ବନ୍ନି ମଇଁଷି ରାତିର କମ୍ ତାପମାତ୍ରାରେ ଘାସ ଚରିବା ପାଇଁ ବାହାରନ୍ତି।
ବିଦେଶରୁ ଆସିଥିବା ଆମର ସାଥୀ, ଏହା ଜାଣି ମଧ୍ୟ ଚମକି ପଡ଼ିବେ ଯେ ସେହି ସମୟରେ ବନ୍ନି ମଇଁଷି ସହିତ କେହି ତାହାର ପାଳକ, ତାହାର କୃଷକ ତା’ସହିତ ନ ଥାଆନ୍ତି, ସେ ଗାଁ ପାଖରେ ଥିବା ବନେ ଚାରଣଭୂଇଁକୁ ନିଜେ ଯାଇଥାଏ। ମରୁଭୂମିରେ କମ୍ ପାଣି ରହିଥାଏ, ଏଥିପାଇଁ ବହୁତ କମ୍ ପାଣିରେ ମଧ୍ୟ ବନ୍ନି ମଇଁଷିର କାମ ଚଳି ଯାଇଥାଏ। ବନ୍ନି ମଇଁଷି ରାତିରେ 10- 10, 15-15 କିଲୋମିଟର ଦୂରକୁ ଯାଇ ଚରିବା ପରେ ମଧ୍ୟ ସକାଳେ ଆପେ ଆପେ ନିଜେ ଘରକୁ ଚାଲି ଆସିଥାଏ। ଏଭଳି ବହୁତ କମ୍ ଶୁଣିବାକୁ ମିଳିଥାଏ ଯେ କାହାର ବନ୍ନି ମଇଁଷି ହଜି ଯାଇଛି କିମ୍ବା ଭୁଲରେ ଆଉ କାହା ଘରକୁ ପଳେଇ ଯାଇଛି। ମୁଁ ଆପଣମାନଙ୍କୁ କେବଳ ବନ୍ନି ମଇଁଷିର ହିଁ ଉଦାହରଣ ଦେଇଛି, କିନ୍ତୁ ଭାରତରେ ମୁର୍ରାହ, ମେହସାଣା, ଜାଫରାବାଦୀ, ନୀଲୀ ରବୀ, ପଣ୍ଢରପୁରୀ ଭଳି ଅନେକ ପ୍ରକାର ପ୍ରଜାତିର ମଇଁଷି ଆଜି ମଧ୍ୟ ନିଜ- ନିଜ ଉପାୟରେ ବିକଶିତ ହେଉଛନ୍ତି। ସେହିଭଳି ଗାଈ ହୁଅନ୍ତୁ, ସେଥିରେ ଗୀର ଗାଈ, ସହିୱାଲ, ରାଠୀ, କଙ୍କରେଜ, ଥାରପରକର, ହରିୟାଣା, ଏଭଳି କେତେ ହିଁ ଗାଈମାନଙ୍କର ପ୍ରଜାତି, ଯେଉଁମାନେ ଭାରତର ଡାଏରୀ କ୍ଷେତ୍ରକୁ ଅଦ୍ୱିତୀୟ କରି ଗଢ଼ି ତୋଳିଛନ୍ତି। ଭାରତୀୟ ପ୍ରଜାତିର ଏହି ଅଧିକାଂଶ ପଶୁ, ଜଳବାୟୁ ଉପଯୋଗୀ ମଧ୍ୟ ହୋଇ ଥାଆନ୍ତି ଆଉ ସେତିକି ହିଁ ସହନଶୀଳ ମଧ୍ୟ।
2014 ପରଠାରୁ ଆମ ସରକାର ଭାରତର ଡାଏରୀ କ୍ଷେତ୍ରର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରିଛନ୍ତି। ଆଜି ଏହାର ପରିଣାମ ଦୁଗ୍ଧ ଉତ୍ପାଦନଠାରୁ ନେଇ କୃଷକମାନଙ୍କର ବଢ଼ିଥିବା ଆୟରେ ମଧ୍ୟ ଦୃଷ୍ଟିଗୋଚର ହେଉଛି। 2014ରେ ଭାରତରେ 146 ମିଲିୟନ ଟନ ଦୁଗ୍ଧ ଉତ୍ପାଦନ ହେଉଥିଲା । ଏବେ ଏହା ବଢ଼ି 210 ମିଲିୟନ ଟନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଅର୍ଥାତ ପ୍ରାୟତଃ 44 ପ୍ରତିଶତର ଅଭିବୃଦ୍ଧି । ଆଜି ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନ 2 ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯେତେବେଳେ କି ଭାରତରେ ଏହାର ଗତି 6 ପ୍ରତିଶତରୁ ମଧ୍ୟ ହେଉଛି ଅଧିକ। ଭାରତରେ ଦୁଗ୍ଧର ମୁଣ୍ଡପିଛା ଉପଲବବ୍ଧି ସମଗ୍ର ବିଶ୍ୱରେ ରହିଥିବା ହାରାହାରି ଠାରୁ କାହିଁ କେତେ ଅଧିକ। ବିଗତ 3- 4 ବର୍ଷରେ ହିଁ ଭାରତର କ୍ଷୁଦ୍ର ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ଆମ ସରକାର ପ୍ରାୟ 2 ଲକ୍ଷ କୋଟି ଟଙ୍କା ସିଧାସଳଖ ଭାବେ ହସ୍ଥାନାନ୍ତରିତ କରିଛନ୍ତି। ଏହାର ବହୁତ ବଡ଼ ଅଂଶ ଡାଏରୀ କ୍ଷେତ୍ର ସହିତ ଜଡ଼ିତ କୃଷକମାନଙ୍କ ଖାତାକୁ ମଧ୍ୟ ଯାଇଥିବା ମୋଦି ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।
ଆନ୍ତର୍ଜାତିକ ଡେୟାରୀ ମହାସଂଘ ବିଶ୍ୱ ଡେୟାରୀ ସମ୍ମେଳନ ୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବିଦେଶରେ ବଢୁଛି ଭାରତୀୟ ଡ୍ରାଏ ଫ୍ରୁଟ୍ସ ଚାହିଦା, ରପ୍ତାନି ହେଉଛି ଲଦାଖ Apricots