1. କୃଷି ଖବର

ଜାତୀୟ ରାଜପଥ ଉପରେ 5 ଫୁଟର ପାଣି, 3 ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ପୋଲି ଉପରେ ବହୁଛି 5 ଫୁଟ ଉଚ୍ଚର ପାଣି ।

Shuvanshu Kar
Shuvanshu Kar
Water flowing 5ft above NH-326 near Motu area after incessant rainfall batters Malkangiri

Water flowing 5ft above NH-326 near Motu area after incessant rainfall batters Malkangiri

ରାଜ୍ୟରେ ବର୍ଷାକୁ ନେଇ ହାଇଆଲର୍ଟ । ଅନେକ ସ୍ଥାନରେ ବର୍ଷା(Rain) ହେଉଥିବାବେଳେ ଆଗକୁ ଆହୁରି ବର୍ଷିବାନେଇ ପାଣିପାଗ ବିଭାଗ (meterological department) ଚେତାବନୀ ଦେଇଛି । ଲଗାଣ ବର୍ଷା ଯୋଗୁଁ ମାଲକାନଗିରି(Malkangiri) ଜିଲ୍ଲାର ପୋଲି ଉପରେ ବହୁଛି 5 ଫୁଟ ଉଚ୍ଚର ପାଣି ।

ମାଲକାନଗିରି ଜିଲ୍ଲା ମୋଟୁ ନିକଟସ୍ଥ ଜାତୀୟ ରାଜପଥ (NH-326)ଉପରେ 5 ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାଦେଖିବାକୁ ମିଳିଛି । ଫଳରେ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ଜିଲ୍ଲାକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସେପଟେ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ପାରାଦ୍ବୀପ, ପୁରୀ, ଧାମରା, ଗୋପାଳପୁର ବନ୍ଦରକୁ 3 ନମ୍ବର ବିପଦ ସଙ୍କେତ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

ପାଣିବାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆହୁରି ଦୁଇ ଦିନ ପ୍ରବଳ ବର୍ଷା ଜାରି ରହିବ । 4 ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ଆଶଙ୍କା ରହିଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାପରେ ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡିଶା-ଛତିଶଗଡ ମଧ୍ୟ ଦେଇ ଗତି କରିବ ।

3 ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ସାମିଲ ଅଛି ।

ସକ୍ରିୟ ହେଲା ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା

ଚିନିର ଦ୍ବିତୀୟ ବୃହତ ରପ୍ତାନିକାରୀ ଦେଶ ହେଲା ଭାରତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments