News

ଆସୁଛି ଲଘୁଚାପ,ସେପ୍ଟେମ୍ବର 18 ରୁ 21 ପ୍ରବଳ ବର୍ଷିବ

ସେପ୍ଟେମ୍ବର 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ସେପ୍ଟେମ୍ବର 18 ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ସେପ୍ଟେମ୍ବର 18 ରୁ ସେପ୍ଟେମ୍ବର 21 ଯାଏଁ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

16 September, 2022 10:03 AM IST By: Sudesna Nayak

ସେପ୍ଟେମ୍ବର 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା (Rain)ର ସମ୍ଭାବନା ନାହିଁ । ସେପ୍ଟେମ୍ବର 18 ରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ (low pressure)ରେ ପରିଣତ ହେବ । ଲଘୁଚାପ (low pressure) ପ୍ରଭାବରେ ସେପ୍ଟେମ୍ବର 18 ରୁ ସେପ୍ଟେମ୍ବର 21 ଯାଏଁ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା (Rain)ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ (winter)। ଅକ୍ଟୋବର (October)ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା (Rain) ହେବାର ସମ୍ଭାବନା ଥିବାରୁ ଶୀତ (winter)ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅକ୍ଟୋବର (October)ଓ ନଭେମ୍ବର (November)ରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥି ଯୋଗୁ ଶୀତ ( winter)ଆଗମନ ଏ ବର୍ଷ ବିଳମ୍ବ ହେବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ । ବର୍ତ୍ତମାନ ବଡ଼ଧରଣର ବର୍ଷା (Rain)ନାହିଁ ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 18 ରେ ଘୂର୍ଣ୍ଣିବଳୟ ସୃଷ୍ଟି ପରେ ରାଜ୍ୟରେ ପୁଣି ପ୍ରବଳ ବର୍ଷା (Rain)ହେବ । ସେପ୍ଟେମ୍ବର 20 ରୁ ସେପ୍ଟେମ୍ବର 22 ପର୍ଯ୍ୟନ୍ତ ରାଜ୍ୟରେ ମଧ୍ୟମ ଧରଣର ବର୍ଷା (Rain) ହେବ । ସେପ୍ଟେମ୍ବର 23 ରେ ଉପକୂଳରେ ବର୍ଷା (Rain) ଲାଗି ରହିବ ।

ଏଥର ରାଜ୍ୟରେ ବିଳମ୍ବରେ ଆସିବ ଶୀତ!

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)