1. କୃଷି ଖବର

ଏଥର ରାଜ୍ୟରେ ବିଳମ୍ବରେ ଆସିବ ଶୀତ!

ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ । ଅକ୍ଟୋବର ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଶୀତ ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Sudesna Nayak
Sudesna Nayak
today wether report rain over takes winter in odisha

today wether report rain over takes winter in odisha

ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ ( winter) । ଅକ୍ଟୋବର (October)ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା (Rain) ହେବାର ସମ୍ଭାବନା ଥିବାରୁ ଶୀତ (winter)ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ଅନୁଯାୟୀ, ଅକ୍ଟୋବର (October)ଓ ନଭେମ୍ବର (November)ରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥି ଯୋଗୁ ଶୀତ ( winter)ଆଗମନ ଏ ବର୍ଷ ବିଳମ୍ବ ହେବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ ।

ଆଜି ଗୁରୁବାର (Thursday)ଠାରୁ ସେପ୍ଟେମ୍ବର 17 ତାରିଖ ଯାଏଁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ହେବ ଏବଂ ସେପ୍ଟେମ୍ବର 18 ରୁ ବର୍ଷା (Rain)ପରିଣାମ ବଢ଼ିବ । ମୌସୁମୀ ଏବେ ଦୁର୍ବଳ ରହିଥିବାରୁ ଅଧିକ ବର୍ଷା (Rain) ହେବାର ସମ୍ଭାବନା ନାହିଁ ।

କହିବାକୁ ଗଲେ, ବର୍ତ୍ତମାନ ବଡ଼ଧରଣର ବର୍ଷା (Rain)  ନାହିଁ । ତେବେ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ । 

ପ୍ରକାଶ ଥାଉ ଯେ, ଅକ୍ଟୋବର (October) ମାସରେ ଉପକୂଳ ଜିଲ୍ଲାରେ ବର୍ଷା (Rain)ପରିଣାମ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ସଂଲଗ୍ନ ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା (Rain) ହେବାର ସମ୍ଭାବନା ରହିଛି । ତେଣୁ ଉଭୟ ଅକ୍ଟୋବର (October)ଓ ନଭେମ୍ବର (November)ରେ ତାପମାତ୍ରା ସ୍ୱାଭାବିକ ଠାରୁ ହିଁ ଅଧିକ ରହିବ ।

18 ରୁ ବଢିବ ବର୍ଷା...

ଆସୁଛି ଲଘୁଚାପ!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments