1. କୃଷି ଖବର

RAIN UPDATE: ଆଲର୍ଟ କଲା ପାଣିପାଗ ବିଭାଗ

ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ନେଇ ପୂ୍ର୍ବାନୁମାନ କରିଛି ପାଣିପାଗ ବିଭାଗ.....

Tanushree Mahapatra
Tanushree Mahapatra
Weather alert many districts, image source - pixeles

Weather alert many districts, image source - pixeles

ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଶୀତ କମିଛି ରାଜ୍ୟରେ l ତେବେ ମଙ୍ଗଳବାର ଦିନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଘୂର୍ଣ୍ଣିଝଡ଼ର ପ୍ରଭାବ ବର୍ତ୍ତମାନ ଶାନ୍ତ ପଡ଼ିଛି । ଯାହାଦ୍ୱାରା କିଛି ଅଞ୍ଚଳରେ ବର୍ଷା ହୋଇଥିଲା l ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ପ୍ରଭାବ ରହିବ ନାହିଁ , ଏ ନେଇ ବିଭାଗ ସୂଚନା ଜାରି କରିଛନ୍ତି । ଦୃଶ୍ୟମାନ ହେଉଥିବା ଟର୍ଫଲାଇନ ଥିଲା ତାହା ମଧ୍ୟ ପ୍ରଭାବହୀନ ହୋଇଛି । ଗତକାଲି ରାଜ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ ।

କିନ୍ତୁ , ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ରାଜ୍ୟ ଉପରେ ପଡ଼ିବାକୁ ଯାଉଛି । ଫଳରେ ଆସନ୍ତାକାଲି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ନେଇ ପୂ୍ର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କୁହାଯାଉଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ସୂଚନା ଜାରି କରାଯାଇଛି ।

ତେବେ ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ଶୀତର ପ୍ରକୋପ ଆଉ ନାହିଁ ରାଜ୍ୟରେ । ଅଧିକାଂଶ ସ୍ଥାନରେ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି l ତାତିରେ ଯେପରି କଲବଲ ହେଉଛନ୍ତି ଲୋକେ । ସେହିପରି ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୭.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ରାଜ୍ୟର ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରହିଥିବା ରେକର୍ଡ ହୋଇଛି । ସାମୁଦ୍ରିକ ଘୁର୍ଣ୍ଣି ଝଡ଼ର ପ୍ରଭାବରେ ରାଜ୍ୟରେ ବର୍ଷା ରେକର୍ଡ କରାଯାଇନାହିଁ । ଟର୍ଫଲାଇନ୍‌ର ପ୍ରଭାବ ନଥିବାରୁ ପାଗ ଶୁଖିଲା ରହିବ ।

ସେହିପରି ଉତ୍ତର ଓଡ଼ିଶାର କିଛି କିଛି ଜିଲ୍ଲାରେ ଘନ ମେଘ ଢାଙ୍କି ହୋଇ ରହିବା ସମ୍ଭାବନା ରହିଛି । ଏହି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ମଧ୍ୟ  । ତେବେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ମଙ୍ଗଳବାର । ୧୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ଗତକାଲି । ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍‌ କାଲିଠାରୁ ପୁଣି ଠାରେ ରାଜ୍ୟରେ ବର୍ଷା ଆଶଙ୍କା କରାଯାଉଛି । ବିଶେଷ କରି ଉତ୍ତର ଏବଂ ଉତ୍ତର ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ରହିବା ନେଇ ସୂଚନା ପ୍ରଦାନ କରାଯାଇଛି l

OSSSC ପକ୍ଷରୁ ବିଜ୍ଞପ୍ତି: ସରକାରୀ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ

ସଫଳ ହେଲା ହାପୁର ସମୃଦ୍ଧ କିସାନ ଉତ୍ସବ ୨୦୨୪

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments