1. କୃଷି ଖବର

Big Breaking: ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି

୩ ଦିନ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି

Tanushree Mahapatra
Tanushree Mahapatra
weather breaking update, image source - pixeles

weather breaking update, image source - pixeles

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ l ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନ୍ୟଜାୟୀ ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ।

ଯେଉଁଥିପାଇଁ ଖରାରେ କାମ କରିବା ଏକ ପ୍ରକାର ଅସମ୍ଭବ ହୋଇଯାଇଥିଲା l ଗରମରେ ଛଟପଟ ହୋଇଥିଲେ ରାଜ୍ୟବାସୀ l

ଅନ୍ୟପଟେ ଗତକାଲି ୪୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବୌଦ୍ଧ ଜିଲ୍ଲା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ଏହାପରେ ମାଲକାନଗିରିରେ ୪୧.୬, ଝାରସୁଗୁଡ଼ାରେ ୪୦.୮, ନୟାଗଡ଼ରେ ୪୦.୬, ଟିଟିଲାଗଡ଼ରେ ୪୧.୫ ଡିଗ୍ରୀ, ବଲାଙ୍ଗିର ୪୧.୫, ଅନୁଗୋଳରେ ୪୧.୩, ଭବାନୀପାଟଣାରେ ୪୧, ସମ୍ବଲପୁର ଓ ତାଳଚେରରେ ୪୦.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସ୍ଥିତିରେ କୌଣସି ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ସୂଚନା ଦେଇଛି ବିଭାଗ । ଆଗକୁ ଆହୁରି ଅଧିକ ତାପାମତ୍ରା ବୃଦ୍ଧି ପାଇବ। ସମ୍ଭାବ୍ୟ ସ୍ଥିତିକୁ ନାଜରେ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗ କେନ୍ଦ୍ର ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ରାଜ୍ୟରେ ।

ଅଧିକ ପଢ଼ନ୍ତୁ:

'MFOI, VVIF Kisan Bharat Yatra: ଜବଲପୁର ଚାଷୀଙ୍କ ମିଳିଲା ସମର୍ଥନ

Sahara Payment List: ନିବେଶକଙ୍କୁ ମିଳିବ ସାହାରା ଟଙ୍କା !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments