1. କୃଷି ଖବର

ଓଡ଼ିଶାରେ କମୁଛି ପାରଦ ବଢୁଛି ଶୀତ

ଓଡ଼ିଶାରେ ଶୀତର ପ୍ରଭାବ ବଢିବାରେ ଲାଗିଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ପାଇବା ଫଳରେ କମିଛି ତାପମାତ୍ରା। ସାରା ରାଜ୍ୟରେ ସ୍ଵଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ଯୋଗୁଁ ଶୀତ ବଢିଛି। କମୁଛି ପାରଦ ବଢୁଛି ଶୀତ ।

Tanushree Mahapatra
Tanushree Mahapatra
Weather forecast heavy cold wave several parts of odisha

Weather forecast heavy cold wave several parts of odisha

ଓଡ଼ିଶାରେ  ( odisha ) ଶୀତର ପ୍ରଭାବ ବଢିବାରେ ଲାଗିଛି ।  ବାୟୁମଣ୍ଡଳରେ ଜଳୀୟବାଷ୍ପ ହ୍ରାସ ପାଇବା ଫଳରେ କମିଛି ତାପମାତ୍ରା । ସାରା ରାଜ୍ୟରେ ସ୍ଵଭାବିକ ଠାରୁ ୩ ରୁ ୫ ( 3 to 5 degree )  ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ଯୋଗୁଁ ଶୀତ ବଢିଛି।  କମୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ଏବେ ଅସମ୍ଭାଳ ଥଣ୍ଡା । ସକାଳୁ ସକାଳୁ ଏତେ ଜାଡ଼ ହେଉଛି ଯେ, ୯ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।

ସହର ଓ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି କୁହୁଡ଼ିର ବହଳିଆ ଆସ୍ତରଣ । ସତେ ଯେମିତି ଧଳା ଚାଦର ତଳେ ପୂରା ମାଳଭୂମି । ଯେଉଁଥିପାଇଁ ଗାଡି ଚଳାଚଳ ସହ ଜନଜୀବନ ଉପରେ ପ୍ରଭାବ ପଡୁଛି ।  

ଆଭ୍ୟନ୍ତରଠୁ ଉପକୂଳ ସବୁଠି ପ୍ରବଳ ଶୀତ ( cold ) ଅନୁଭୂତ ହେଉଛି । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରେ ଶୀତ ସାଙ୍ଗକୁ ଘନକୁହୁଡ଼ି ଦେଖିବାକୁ ମିଳିଛି । ଶୀତ ବଢ଼ୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ତେବେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଆଗରେ ବସିରହୁଛନ୍ତି । ବିନିକାରେ କିଭଳି ଶୀତ ଅନୁଭୂତ ହେଉଛି । ଶନିବାର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ପହଞ୍ଚିଛି । ସୁନ୍ଦରଗଡ଼ ଜିଲ୍ଲାର କିରେଇରେ  ୯.୫ ଡିଗ୍ରୀ ସହ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ସେହିପରି ଜି. ଉଦୟଗିରିରେ ୧୦ ଡିଗ୍ରୀ, ଦାରିଙ୍ଗବାଡ଼ି ଓ ଫୁଲବାଣୀରେ  ୧୦.୫ ଡିଗ୍ରୀ, ଚିପିଲିମାରେ ୧୦.୮ ଡିଗ୍ରୀ ଓ ସିମିଳିଗୁଡ଼ାରେ ୧୦.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରିଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବା ବେଳେ କଟକରେ ତାପମାତ୍ରା ୧୫ ଡିଗ୍ରୀ ରହିଛି।

ବିଶେଷକରି କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ରହିଛି । କିଛି ଦିନ ଧରି ଆକାଶ ମେଘମୁକ୍ତ ହେବା ପରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ପ୍ରବଳ ଜାଡ ଅନୁଭୂତ ହେବାରେ ଲାଗିଛି । ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି । ଛୋଟ ପିଲାମାନେ ସକାଳୁ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣଂ ଓ୍ୱାକ୍ କରୁଥିବା ଦେଖିବାକୁ ମିଳିଛି ।

ଶୀତର ପ୍ରକୋପ ଯୋଗୁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି । ଅନ୍ୟପଟେ ଶୀତ ବଢିବା ଫଳରେ ଶ୍ରମିକ ଶ୍ରେଣୀର ଲୋକେ କାମକୁ ଯିବା ସେମାନଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି । ଜିଲ୍ଲାର ଦାରିଙ୍ଗବାଡ଼ି ସମେତ ଜି.ଉଦୟଗିରି, ରାଇକିଆ, ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ, ବେଲଘର ଆଦି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି ।

ଆପଣ ଶୀତ ଋତୁରେ ଏହି ପାଞ୍ଚଗୋଟି ଖାଦ୍ୟକୁ ଭୁଲନ୍ତୁ ନାହିଁ

ରାଜ୍ୟରେ ଆଜି ଠୁ ବଢିବ ଶୀତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments