1. କୃଷି ଖବର

ରାଜ୍ୟରେ ଆଜି ଠୁ ବଢିବ ଶୀତ

ବଙ୍ଗୋପସାଗରରେ ରହିଥିବା ସୁଦୃଶ ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମିବ। ପାଗ ଶୁଖିଲା ରହିବ ଓ ଶୀତ ମଧ୍ୟ ବଢ଼ିବ । ରାଜ୍ୟରେ ଜଳୀୟବାଷ୍ପର ମାତ୍ରା କମିବା ସହ ଶୁଷ୍କତା ମଧ୍ୟ ବୃଦ୍ଧିପାଇବ । ଫଳରେ ରାଜ୍ୟର ରାତି ତାପମାତ୍ରା ୩ ଡିଗ୍ରି ରୁ ୪ ଡିଗ୍ରି ଯାଏଁ ଖସିବ ଓ ଆସନ୍ତାକାଲିଠୁ ଶୀତ ପ୍ରକୋପ ବଢ଼ିବ । ଓଡ଼ିଶାରେ ପ୍ରବଳ ଶୀତ ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

Sudesna Nayak
Sudesna Nayak
cold wave odisha

cold wave odisha

ବଙ୍ଗୋପସାଗରରେ ରହିଥିବା ସୁଦୃଶ ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମିବ। ପାଗ ଶୁଖିଲା ରହିବ ଓ ଶୀତ (cold wave)ମଧ୍ୟ ବଢ଼ିବ । ରାଜ୍ୟରେ ଜଳୀୟବାଷ୍ପର ମାତ୍ରା କମିବା ସହ ଶୁଷ୍କତା ମଧ୍ୟ ବୃଦ୍ଧିପାଇବ । ଫଳରେ ରାଜ୍ୟର ରାତି ତାପମାତ୍ରା ୩ ଡିଗ୍ରି ରୁ ୪ ଡିଗ୍ରି ଯାଏଁ ଖସିବ ଓ ଆସନ୍ତାକାଲିଠୁ ଶୀତ (cold wave) ପ୍ରକୋପ ବଢ଼ିବ । ଓଡ଼ିଶାରେ ପ୍ରବଳ ଶୀତ (winter weather) ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

ରାଜ୍ୟରେ ଆଜି ଗୁରୁବାର (Thursday)ଠୁ ବଢିବ ଶୀତ (cold wave)। ରାତି ତାପମାତ୍ରା ୩ ଡିଗ୍ରୀ ରୁ ୫ ଡିଗ୍ରୀ କମିବା ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସୃଦୃଶ୍ୟ ଲଘୁଚାପ ଦୁର୍ବଳ ଯୋଗୁଁ ସାମୁଦ୍ରିକ ବାୟୁର ପ୍ରଭାବ କମିବ ।

ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡା (cold)ର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ସକାଳୁ ସକାଳୁ ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ଜାଣି ରଖନ୍ତୁ ଯେ, ୨୭ ତାରିଖରୁ ଉପକୂଳରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ୨୯ ତାରିଖ ସୁଦ୍ଧା ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିପାରେ । ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୨୭ ତାରିଖ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ । ଓଡ଼ିଶା (odisha)ରେ ପ୍ରବଳ ଶୀତ (winter weather) ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

ଗତକାଲି ରାତିରେ ରାଜ୍ୟରେ ବିଶେଷ ଶୀତ (cold wave) ପ୍ରକୋପ ନଥିଲା । ଅଧିକାଂଶ ସ୍ଥାନର ତାପମାତ୍ରା ପ୍ରାୟତଃ ସ୍ବାଭାବିକ ରହିଥିବା ବେଳେ ୧୩.୮ ଡିଗ୍ରି ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଥିଲା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହିଁ ସୂଚନା ମିଳିଛି ।

ଗତ 2 ଦିନ ହେବ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଥିଲା । ହେଲେ ଏବେ ପୁଣି ଥରେ ଶୀତ (cold)ର ପ୍ରକୋପ ଦେଖିବାକୁ ମିଳିବ । 

ପ୍ରକାଶ ଥାଉ ଯେ, ୨୬ ତାରିଖରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବା ସହିତ ଉପକୂଳରେ ଆର୍ଦ୍ରତା ବଢ଼ିବା ଯୋଗୁଁ ଫସଲରେ ରୋଗ ପୋକ ବଢ଼ିବାର ସମ୍ଭାବନା ରହିଛି ।

ଥରିଲାଣି ଓଡ଼ିଶା! ଆଜିଠୁ ରାଜ୍ୟରେ ବଢିବ ଥଣ୍ଡା

ଖସିବ ପାରଦ,୨୩ ତାରିଖରୁ ଆହୁରି ଥରିବେ ଲୋକେ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments