1. କୃଷି ଖବର

ଖସିବ ପାରଦ,୨୩ ତାରିଖରୁ ଆହୁରି ଥରିବେ ଲୋକେ

ରାଜ୍ୟରେ ଆସନ୍ତା ୨୩ ତାରିଖରୁ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ୪ ଡିଗ୍ରୀ କମିଯିବ । ଓଡ଼ିଶାରେ ପ୍ରବଳ ଶୀତ ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

Sudesna Nayak
Sudesna Nayak
winter weather update in odisha

winter weather update in odisha

ରାଜ୍ୟରେ ଆସନ୍ତା ୨୩ ତାରିଖରୁ ପୁଣି ପାରଦ ଖସିବ । ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀରୁ ୪ ଡିଗ୍ରୀ କମିଯିବ । ଓଡ଼ିଶାରେ ପ୍ରବଳ ଶୀତ (winter weather )ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଅବପାତ ପ୍ରଭାବରେ ରାଜ୍ୟରେ ଶୀତ ସାମାନ୍ୟ କମିଛି । ଆଗକୁ ପୁଣି ଥଣ୍ଡା (winter weather )ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି । ଆଜି ମଙ୍ଗଳବାର (Tuesday) ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଭଳି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା (Rain) ସମ୍ଭାବନା ଅଛି ।

ରାଜ୍ୟର ଶୀତ (cold)ପ୍ରବାହରେ ସାମାନ୍ୟ ବିରାମ ଲାଗିଛି । ଗତକାଲି ରାତିରେ ରାଜ୍ୟର ପାରଦସ୍ତରରେ ବୃଦ୍ଧି ଦେଖାଯାଇଛି । କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧.୨ ଡିଗ୍ରି ରେକର୍ଡ ହୋଇଥିଲା । ଆଜି ମଙ୍ଗଳବାର (Tuesday)ସକାଳୁ କୋରାପୁଟ (Koraput)ରେ ହାଲୁକା ବର୍ଷା (Rain) ହୋଇଛି ।

ସୋମବାର (MONDAY)ଦିନ ସୁନ୍ଦରଗଡ଼ କିରେଇରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ପାରଦ ୯.୨ ଡିଗ୍ରୀ ରହିଥିଲା । କୋରାପୁଟରେ ୧୧.୨, ଫୁଲବାଣୀରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨.୫ ଓ ସୁନ୍ଦରଗଡ଼ରେ ୧୩ ଡିଗ୍ରୀ ରହିଥିଲା ।

ପ୍ରକାଶ ଥାଉ ଯେ, ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ଦେଖାଯିବ ନାହିଁ । ପରବର୍ତ୍ତୀ 2 ଦିନରେ ଓଡ଼ିଶା (ODISHA)ର ଅଧିକାଂଶ ସ୍ଥାନର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ ଓ ଓଡ଼ିଶାରେ (ODISHA)ପ୍ରବଳ ଶୀତ (COLD weather ) ପ୍ରକୋପରେ ଲୋକେ ଥରିବେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି ।

ଫେରିବ ଶୀତ, ୫ ଡିଗ୍ରୀ ଯାଏଁ ଖସିବ ପାରଦ

୨୨ ତାରିଖରେ ବର୍ଷା, ୩ ଡିଗ୍ରୀ ଯାଏଁ ଖସିବ ପାରଦ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments