1. କୃଷି ଖବର

ଥରିଲାଣି ଓଡ଼ିଶା! ଆଜିଠୁ ରାଜ୍ୟରେ ବଢିବ ଥଣ୍ଡା

ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ‌ର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୩ ଡିଗ୍ରି ରୁ ୪ ଡିଗ୍ରି ଯାଏ ତଳକୁ ଖସିବ । ଓଡ଼ିଶାରେ ପ୍ରବଳ ଶୀତ ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

Sudesna Nayak
Sudesna Nayak
odisha cold wave weather news

odisha cold wave weather news

ରାଜ୍ୟରେ ପୁଣି ବଢ଼ିବ ଥଣ୍ଡା (cold)। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟ‌ର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୩ ଡିଗ୍ରି ରୁ ୪ ଡିଗ୍ରି ଯାଏ ତଳକୁ ଖସିବ । ଓଡ଼ିଶାରେ ପ୍ରବଳ ଶୀତ (winter weather) ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡା (cold)ର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ସକାଳୁ ସକାଳୁ ସବୁଠି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଉ ଦିନକ ପରେ ରାତିର ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିପାରେ । ଫଳରେ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆଶା କରାଯାଉଛି ।

ଗତ 2 ଦିନ ହେବ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଥିଲା । ହେଲେ ଏବେ ପୁଣି ଥରେ ଶୀତ (cold)ର ପ୍ରକୋପ ଦେଖିବାକୁ ମିଳିବ । କାଲି ଅଥାତ ମଙ୍ଗଳବାର (Tuesday)ରାତି ରୁ ହିଁ ରାଜ୍ୟର ପାରଦ ଖସିବା ଆରମ୍ଭ ହୋଇଯାଇଛି ଓ ଶୀତ (cold)ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସୋମବାର (MONDAY)ଦିନ ସୁନ୍ଦରଗଡ଼ କିରେଇରେ ସବୁଠୁ କମ୍‌ ତାପମାତ୍ରା ରେକର୍ଡ ହୋଇଛି । ଏଠାରେ ପାରଦ ୯.୨ ଡିଗ୍ରୀ ରହିଥିଲା । କୋରାପୁଟରେ ୧୧.୨, ଫୁଲବାଣୀରେ ୧୨.୨, ଦାରିଙ୍ଗିବାଡ଼ିରେ ୧୨.୫ ଓ ସୁନ୍ଦରଗଡ଼ରେ ୧୩ ଡିଗ୍ରୀ ରହିଥିଲା ।

ପ୍ରକାଶ ଥାଉ ଯେ, ଗତକାଲି ମଙ୍ଗଳବାର (Tuesday) ଦିନ ମାଲକାନଗିରି ଜିଲ୍ଲା ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା (Rain) ହୋଇଛି । କିନ୍ତୁ ଆଜି ବୁଧବାର (Wednesday) ଠୁ ପାଗ ଶୁଖିଲା ରହିବା ସହ ଶୀତ (winter weather) ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଓଡ଼ିଶା (odisha)ରେ ପ୍ରବଳ ଶୀତ (winter weather) ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି ।

ଖସିବ ପାରଦ,୨୩ ତାରିଖରୁ ଆହୁରି ଥରିବେ ଲୋକେ

କୁମାର ପୂର୍ଣ୍ଣିମା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ପାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments