1. କୃଷି ଖବର

ଅସମ୍ଭାଳ ତାତି, ୩ ଦିନ ପରେ ମିଳିବ ସାମାନ୍ୟ ଆଶ୍ୱସ୍ତି

ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ଜଳୁଛି । ତ୍ରାହି ନାହିଁ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ୩ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି ।

Sudesna Nayak
Sudesna Nayak
weather in odisha heat wave broke the record this year

weather in odisha heat wave broke the record this year

ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ପୂର୍ବ ଜଳୁଛି । ତ୍ରାହି ନାହିଁ । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ତାତି (Hot) । ଆଭ୍ୟନ୍ତରୀଣରେ ଝାଞ୍ଜି ପିଟୁଥିବାବେଳେ ଉପକୂଳରେ ବଢ଼ିଲାଣି ଗୁଳୁଗୁଳି । ୩ ଦିନ ପରେ ମିଳିପାରେ ସାମାନ୍ୟ ଆଶ୍ୱସ୍ତି ।

ସୂଚନା ଥାଉ ଯେ, ଚଳିତବର୍ଷ ପ୍ରଥମ ଥର ପାଇଁ ବୌଦ୍ଧ ସହର ଗୁରୁବାର (Thursday)୪୫ ଡିଗ୍ରୀ ତାତି (Hot)ରେ ଭାଜି ହୋଇଯାଇଛି । ପାଣିପାଗ ରେକର୍ଡ ଅନୁସାରେ ଏପ୍ରିଲରେ ବୌଦ୍ଧ ପାଇଁ ଏହା ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା । ଖାଲି ସେତିକି ନୁହେଁ, ଗୁରୁବାର (Thursday) ୨୫ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିବାବେଳେ ୧୩ଟି ଜାଗାରେ ତାତି ୪୩ ଡିଗ୍ରୀ ଟପିଥିଲା । ସେଥିରୁ ୮ଟି ସହର ୪୪ ଡିଗ୍ରୀରୁ ଅଧିକ ତାତି (Hot)ରେ କଲବଲ ହୋଇଥିଲା ।

ପାଣିପାଗ ବିଭାଗ କହିଛି, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆଜିର ଦିନଟି ବର୍ଷର ସବୁଠୁ ଉତ୍ତପ୍ତ ଦିନ । ଆସନ୍ତା ୩ ଦିନ ପରେ ତାତି ସାମାନ୍ୟ କମିବ । କାଳବୈଶାଖୀ ପ୍ରଭାବରେ ଗ୍ରୀଷ୍ମ ଲହରୀରେ ଲାଗିବ ବ୍ରେକ୍‌ । ଆସନ୍ତା ମେ ୧/୨ ତାରିଖବେଳକୁ ତାପମାତ୍ରା ୨ ଡିଗ୍ରୀ କମିପାରେ । ଯଦି ଏହି ଆକଳନ ସତ ହୁଏ, ଆସନ୍ତା ୧ ତାରିଖ ବେଳକୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭/୩୮ ଡିଗ୍ରୀ ପାଖାପାଖି ରହିବ । ଆଭ୍ୟନ୍ତରୀଣ ଓଡ଼ିଶା ଏବେ ୪୩-୪୫ ଡିଗ୍ରୀ ତାତିରେ ଭାଜି ହେଉଥିବାବେଳେ ସେତେବେଳକୁ ପାରଦ ୪୨ ଡିଗ୍ରୀକୁ ଖସିପାରେ । ଅର୍ଥାତ୍‌ ଆସନ୍ତା ୧/୨ ତାରିଖବେଳକୁ ତାତିରୁ ବଡ଼ ଆଶ୍ୱସ୍ତି ମିଳିବା ଆଶା କମ୍‌ ।

ପ୍ରକାଶ ଥାଉ ଯେ, ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ବର୍ତ୍ତମାନ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଛି, ତାହା ପ୍ରାୟତଃ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ବର୍ତ୍ତମାନ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଥିଲେ ବି ତାହା ହାଲୁକା ବର୍ଷା (RAIN)କରାଇବ । ଏହା ତାତି ହ୍ରାସ ପାଇଁ ପର୍ଯ୍ୟାପ୍ତ ହେବନି । ଅନୁମାନ କରାଯାଉଛି, ଉପକୂଳ ଓଡ଼ିଶାରେ ୩୦ ଯାଏଁ ଅସହ୍ୟ ତାତି ପ୍ରକୋପ ଜାରି ରହିବ । ମେ ୧ ତାରିଖରୁ ସାମାନ୍ୟ କମିବ । ବର୍ଷା ହେଲେ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ତାତି (Hot) କମ୍‌ ରହିପାରେ । ମାତ୍ର ସାମୁଦ୍ରିକ ପବନ କେତେ ଶକ୍ତିଶାଳୀ ହେଉଛି, ତାହା ଉପରେ ସବୁକିଛି ନିର୍ଭର କରିବ । ବର୍ତ୍ତମାନ ରାଜ୍ୟରେ ବିଶେଷ ବର୍ଷା (RAIN) ହେବନି ।

୫ ଦିନ ଯାଏଁ ଅସମ୍ଭାଳ ଗରମ,୨୯ ଓ ୩୦ ତାରିଖରେ କାଳବୈଶାଖୀ ସମ୍ଭାବନା!

ରାଜ୍ୟରେ ପ୍ରକୃତିର ତାଣ୍ଡବ; ଆଜି ସାତ ଜିଲ୍ଲରେ ରୌଦ୍ର ତାପ,୧୦ ଜିଲ୍ଲାରେ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments