1. କୃଷି ଖବର

ଆସୁଛି ଲଘୁଚାପ ,ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା..

ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିବା କହିଛି ପାଣିପାଗ ବିଭାଗ। ଫଳରେ ଗରମରେ ଉପକୂଳବାସୀ ହଇରାଣ ହରକତ ହୋଇଥିଲେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୪ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା କହିଛି ବିଭାଗ।

Priyambada Rana
Priyambada Rana
Odisha Weather Report.. pic credit: @mcbbsr

Odisha Weather Report.. pic credit: @mcbbsr

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ହେବା କାରଣରୁ ରାଜ୍ୟରେ ଏବେ ବର୍ଷାର ମାତ୍ରା କମିଛି । ଏଥି ସହ ତାପମାତ୍ରା ସାମାନ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁଁ ଗୁଳୁଗୁଳି ମଧ୍ୟ ବୃଦ୍ଧି ପାଇଛି । ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଥିବା ଦେଖାଯାଇଛି। ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୬.୬ ଡିଗ୍ରି ‌ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ରହିଥିଲା ୫୭%।

ରାଜଧାନୀବାସୀ ଅସହ୍ୟ ଗୁଳୁଗୁଳି ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ସେହିପରି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦%ରୁ ଅଧିକ ରହିଥିବା କହିଛି ପାଣିପାଗ ବିଭାଗ। ଫଳରେ ଗରମରେ ଉପକୂଳବାସୀ ହଇରାଣ ହରକତ ହୋଇଥିଲେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅପରପକ୍ଷେ ୪ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା କହିଛି ବିଭାଗ। ଏହାର ପ୍ରଭାବରେ ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସ୍ଥାନୀୟ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସେହିପରି ଦେଶ ତଥା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀର ଆଗମନ ସମସ୍ତଙ୍କ ଲାଗି ଆଶ୍ୱସ୍ତି ଆଣିଦେଇଥିଲା । ରଜ ପରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୂର୍ବଳ ହେଉଥିବା କାରଣରୁ ୩ରୁ ୪ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଥିବା ଦେଖାଯାଇଛି ।ଫଳରେ ଉଚ୍ଚ ଆର୍ଦ୍ରତା କାରଣରୁ ଭିଷଣ ଗୁଳୁଗୁଳି ଅନୁଭୂତ ହେଉଛି ।

ସକାଳ ୧୦ଟା ସମୟରୁ ଭୀଷଣ ଖରା ଅନୁଭୂତ ହେବା ସହ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବି ଗରମ ଉତ୍ତାପ ଅନୁଭୂତ ହେଉଛି । ବର୍ଷାକୁ ଦେଖି କୃଷକ ବୁଣାବୁଣି ଆରମ୍ଭ କରି ଦେଇଥିବା ବେଳେ ଏବେ କ୍ଷେତ ପଡ଼ିଆ ପଡ଼ିଥିବା ଅଭିଯୋଗ କରିଛନ୍ତି ଚାଷୀ । ପାଣଇ ଅଭାବରୁ କୃଷକ ଭାଇମାନେ ନାନାଦି ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ତେବେ ପାଣିପାଗ ଯଦି ଏପରି ରୁହେ ଏବଂ ଆଗକୁ ଯଦି ବର୍ଷା ନ ହୁଏ ତେବେ କୃଷକଙ୍କ ମୁଣ୍ଡରେ ଚଡକ ପଡିବା ସହ ଫସଲ ଉତ୍ପାଦନ ବାଧା ପ୍ରାପ୍ତ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ  ଚଳିତ ବର୍ଷ ବାତ୍ୟା ବିପର୍ଯ୍ୟୟ’ ପାଇଁ ମୌସୁମୀ ଆସିବାରେ କିଛିଦିନ ବିଳମ୍ବ ହୋଇଥିଲା। ତେବେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଯେପରିକି ଦିଲ୍ଲୀ, ମହାରାଷ୍ଟ୍ର ଗୁଜୁରାଟ ଆଦିରେ ପ୍ରବଳ ମୌସୁମୀ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଓଡ଼ିଶାରେ ମୌସୁମୀର ପ୍ରଭାବ ଦୂର୍ବଳ ହେଉଥିବାରୁ ବର୍ଷା ବନ୍ଦ ହୋଇଯାଇଛି । ଯେଉଁ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ର ବଢିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

ଆଜି ୧୧ଜିଲ୍ଲାରେ ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments