News

weather update in odisha: ବଢ଼ୁଛି ଦିନ ତାତି

ରାଜ୍ୟରେ ବଢ଼ୁଛି ଦିନ ତାପମାତ୍ରା । ରାଜ୍ୟରେ 6 ସହରରେ ଦିନ ତାପମାତ୍ରା 35 ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି ।

30 August, 2022 12:50 PM IST By: Sudesna Nayak

ରାଜ୍ୟରେ ବଢ଼ୁଛି ଦିନ ତାପମାତ୍ରା (Temperature in odisha Rises)। ରାଜ୍ୟରେ 6 ସହରରେ ଦିନ ତାପମାତ୍ରା 35 ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି ।

ସୂଚନା ଅନୁଯାୟୀ, ମୌସୁମୀ (Monsoon)ନିମ୍ନ ଚାପରେଖାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଆଗାମୀ 5 ଦିନ ଯାଏଁ ଅବସ୍ଥାନ କରିବାର ସମ୍ଭାବନା ରହିଛି । ତେଣୁ ଏହି ଅବଧି ଯାଏଁ ମୌସୁମୀ (Monsoon)ପ୍ରବାହ ଦୁର୍ବଳ ରହିବାର ସମ୍ଭାବନା ରହିଛି । ଦୁର୍ବଳ ମୌସୁମୀ (Monsoon) ପ୍ରଭାବ ଆହୁରି 4 ରୁ 5 ଦିନ ରାଜ୍ୟରେ କାଁ ଭାଁ ବର୍ଷା (RAIN) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଯାହାର ପ୍ରଭାବରେ ଦିନ ତାପମାତ୍ରା ସହ ଉପକୂଳରେ ପ୍ରଚୁର ଜଳୀୟବାଷ୍ପ ପ୍ରଭାବରେ ଗୁଳୁଗୁଳି ଜାରି ରହିବ । ଦୁର୍ବଳ ମୌସୁମୀ (Monsoon) ପ୍ରଭାବ ଆହୁରି 4 ରୁ 5 ଦିନ ରାଜ୍ୟରେ କାଁ ଭାଁ ବର୍ଷା (RAIN) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 1 ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Rain in Odisha:ଅଗଷ୍ଟ 31ରୁ ହାଲୁକା ବର୍ଷା

Rain in Odisha:27 ତାରିଖରେ ବଢ଼ିପାରେ ବର୍ଷା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)