1. କୃଷି ଖବର

Rain in Odisha:ଅଗଷ୍ଟ 31ରୁ ହାଲୁକା ବର୍ଷା

ରାଜ୍ୟରେ ଆସନ୍ତା ଦୁଇ ଦିନ ଶୁଖିଲା ପାଗ ରହିବ । କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ଅଗଷ୍ଟ 31 ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Sudesna Nayak
Sudesna Nayak
weather update rain in odisha August month

weather update rain in odisha August month

ରାଜ୍ୟରେ ଆସନ୍ତା ଦୁଇ ଦିନ ଶୁଖିଲା ପାଗ ରହିବ । କୌଣସି ସ୍ଥାନରେ ବର୍ଷା (Rain) ସମ୍ଭାବନା ନାହିଁ । ଅଗଷ୍ଟ 31 ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ଶୀଘ୍ର ଯିବା ସମ୍ଭାବନା ନାହିଁ । ସାଧାରଣତଃ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର (October)ଦ୍ୱିତୀୟ ସପ୍ତାହ । ମାତ୍ର ଗତ ଦୁଇ ବର୍ଷ ହେବ ଏଥିରେ 10 ଦିନ ବିଳମ୍ବ ହେଉଛି ।

କହିବାକୁ ଗଲେ, ଆସନ୍ତା 15 ଦିନ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା (Rain)ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅଗଷ୍ଟ 31 ତାରିଖରେ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ଯାଜପୁରରେ ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 1 ତାରିଖରେ ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Rain in Odisha:27 ତାରିଖରେ ବଢ଼ିପାରେ ବର୍ଷା!

Heavy Rainfall: ଆଜି 8 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments