News

ଓଡିଶାର ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଘନ କୁହୁଡ଼ିକୁ ନେଇ ଏବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

12 January, 2024 6:00 AM IST By: Sudesna Nayak

ବର୍ତ୍ତମାନ ଭାରତର କିଛି ଅଞ୍ଚଳରେ ପ୍ରବଳ ଶୀତ (cold) ସହିତ ଘନକୁହୁଡ଼ି (fog)ଜାରି ରହିଛି । ଘନ କୁହୁଡ଼ିକୁ ନେଇ ଏବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ଘନ କୁହୁଡି (fog) ରାଜ୍ୟରେ ଆଗାମୀ 2 ରୁ 3 ଦିନ ଯାଏଁ ଦେଖାଯିବ । ଯାହାକୁ ନେଇ ଓଡିଶାର ୧୯ ଜିଲ୍ଲା ତଥା କେନ୍ଦ୍ରାପଡା ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ଅନୁଗୁଳ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା,ଗଞ୍ଜାମ ଜିଲ୍ଲା,କଟକ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲାକୁ ଆଲର୍ଟ (alert) ଜାରି କରାଯାଇଛି ।

ଘନ କୁହୁଡ଼ି (fog) ଯୋଗୁଁ ଅଧିକାଂଶ ସ୍ଥାନ‌ରେ ଟ୍ରେନ୍‌ଗୁଡ଼ିକୁ ବିଭିନ୍ନ ଷ୍ଟେସନରେ ଅଟକାଇବାକୁ ପଡ଼ିଥିବା ନେଇ ସୂଚନା ଦିଆଯାଇଛି । ଘନ କୁହୁଡି (fog) ଚାଦରରେ ଢାଙ୍କି ହୋଇଛି ଅଧା ଓଡ଼ିଶା । ଘନ କୁହୁଡ଼ି (fog)ର ଆସ୍ତରଣ ଲାଗି ରହିଥିବାରୁ ଲୋକମାନେ ବହୁ ଅସିବିଧାର ସମ୍ମୁଖୀନ ହେଉଛନ୍ତି । ୧୨ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଅନୁଭବ ହେବ ।

ପ୍ରକାଶ ଥାଉ ଯେ, ପାଗରେ ବିଶେଷ କିଛି ପରିବର୍ତ୍ତନ ହେବନି । କିନ୍ତୁ ଘନ କୁହୁଡି (fog) ଯୋଗୁଁ ଗାଡି ଚଳାଚଳରେ ବହୁ ବାଧା ସୃଷ୍ଟି ହେଉଛି । ଏଥିସହିତ ଗାଡି ଡ୍ରାଇଭରମାନଙ୍କୁ ସଚେତନ କରିବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଛି ।

Weather Update: ରାଜ୍ୟରେ ବଢିବ ଶୀତ!

Odisha Weather: ଆସୁଛି ବଡ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)