1. କୃଷି ଖବର

ବର୍ଷାରେ ଭିଜିପାରେ ଦଶହରା, ଦାନା ବାନ୍ଧୁଛି ସିରିଜ ଲଘୁଚାପ

ରାଜ୍ୟରେ ଲଗାଣ ବର୍ଷାର ରହିଛି ଆଶଙ୍କା । ଏଥର ବର୍ଷାରେ ଭିଜିବ ଦଶହରା ।

Shuvanshu Kar
Shuvanshu Kar
Weather Update: Heavy rain forecast for Odisha

Weather Update: Heavy rain forecast for Odisha

ଏଥର ବର୍ଷାରେ ଭିଜିବ ଦଶହରା । ରାଜ୍ୟରେ ଲଗାଣ ବର୍ଷା(Heavy rain)ର ରହିଛି ଆଶଙ୍କା । ଆସନ୍ତା 27ରେ ଏକ ଘୁର୍ଣ୍ଣିବଳୟ ପ୍ରଭାବରେ 2 ଦିନ ବର୍ଷା(Heavy rain) ଲାଗି ରହିପାରେ । ତେବେ ବର୍ଷାରେ ଦୁର୍ଗାପୂଜା ଫିକା ପଡିବା ନେଇ ଅନୁମାନ କରାଯାଉଛି ।

ଆସନ୍ତା ୨୭ବେଳକୁ ଏକ ଘୂର୍ଣ୍ଣିବଳୟ ଆଶଙ୍କା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ସେହିପରି ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ହୋଇପାରେ । ଏହା ଘନୀଭୂତ ହୋଇ ଯଦି ଲଘୁଚାପ ରୂପ ନିଏ ତେବେ ପ୍ରବଳ ବର୍ଷା ହେବ ।


ଲଘୁଚାପ ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଅକ୍ଟୋବର ପ୍ରଥମ ସପ୍ତାହରେ ହେବାକୁଥିବା ଲଘୁଚାପ ପ୍ରଭାବରେ 4 ଯାଏଁ ବର୍ଷା ଲାଗି ରହିପାରେ ।

୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ୧୩ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି ରହିଛି ।

ଆସୁଛି ଲଘୁଚାପ, ପୂଜାରେ ଭିଜିବ ଓଡିଶା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments