News

ସେପ୍ଟେମ୍ବର 8 ରେ ଲଘୁଚାପ, 4 ଦିନ ଛେଚିବ ବର୍ଷା

ସେପ୍ଟେମ୍ବର 7 ତାରିଖ ଓ ସେପ୍ଟେମ୍ବର 8 ତାରିଖରେ ଛେଚିବ ବର୍ଷା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

07 September, 2022 10:23 AM IST By: Sudesna Nayak

ସେପ୍ଟେମ୍ବର 8 ତାରିଖରେ ରାଜ୍ୟରେ ଲଘୁଚାପ (low pressure) ସୃଷ୍ଟି ହେବ । ମଙ୍ଗଳବାର (Tuesday)ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବୁଧବାର (Wednesday)ଏହା ଲଘୁଚାପ (low pressure)ରୂପ ନେବ । ଏହା ପ୍ରଭାବରେ ଓଡ଼ିଶାରେ 4 ଦିନ ଛେଚିବ ବର୍ଷା (Rain)। ରାଜ୍ୟରେ 10 ତାରିଖ ଯାଏଁ ବର୍ଷା (Rain) ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର 7 ତାରିଖ ଓ ସେପ୍ଟେମ୍ବର 8 ତାରିଖରେ ଛେଚିବ ବର୍ଷା (Rain) ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେପ୍ଟେମ୍ବର 7 ତାରିଖରେ ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପ୍ଟେମ୍ବର 8 ତାରିଖରେ ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ପୁରୀ, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଛେଚିବ ବର୍ଷା (Rain)ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 9 ତାରିଖରେ ନବରଙ୍ଗପୁର ଜିଲ୍ଲ, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଛେଚିବ ବର୍ଷା (Rain)ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପ୍ଟେମ୍ବର 7ରୁ ପ୍ରବଳ ବର୍ଷା ସମ୍ଭାବନା

Rain in Odisha:8 ତାରିଖ ଯାଏଁ ପ୍ରବଳ ଛେଚିବ