1. କୃଷି ଖବର

7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା:IMD ଡିଜି

7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା । ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲେ ଆଇଏମଡ଼ି ଡ଼ିଜି ।

Sudesna Nayak
Sudesna Nayak
weather update in odisha no cyclone says imd dg

weather update in odisha no cyclone says imd dg

7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା (cyclone) ସମ୍ଭାବନା । ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲେ ଆଇଏମଡ଼ି ଡ଼ିଜି (IMD DG)।

ସୂଚନା ଅନୁଯାୟୀ, ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ଟ୍ୱିଟ କରି ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସୃଷ୍ଟ ଘୂର୍ଣ୍ଣିବଳୟଟି କ୍ରମଶଃ ଦୁର୍ବଳ ହେଉଛି । 17 କିମ୍ବା 18 ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜିର ସ୍ଥିତି ଅନୁସାରେ ଘୂର୍ଣ୍ଣିବଳୟଟି ଲଘୁଚାପରେ ପରିଣତ ହୋଇପାରେ । 18 ତାରିଖ ପରେ ରୂପରେଖ କଣ ରହିବ ତାହା ଏବେ କହିବା ଠିକ୍‌ ହେବନି । ତେଣୁ ଆଗାମୀ 7 ଦିନ ମଧ୍ୟରେ ବାତ୍ୟା (cyclone) ସୃଷ୍ଟି ହେବାର ସମ୍ଭାବନା ନାହିଁ ।

ବାତ୍ୟା (cyclone) ନେଇ ଏଯାବତ୍ IMD କିଛି ପୂର୍ବାନୁମାନ କରିନାହିଁ । ତେଣୁ ଲୋକଙ୍କୁ ଭୟଭୀତ କଲାଭଳି ଖବର ପ୍ରସାରଣ ନକରାଯାଉ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ହିଁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି । ବୁଧବାର (Wednesday)ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

2 ଦିନ ରାଜ୍ୟରେ ହାଲୁକା ବର୍ଷା

ଆଜି କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ