News

୯ ଯାଏଁ ଛେଚିବ! କୁମାର ପୂର୍ଣ୍ଣିମାରେ ବି ବର୍ଷିବ

ଲଗାଣ ବର୍ଷା ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷାରୁ ତ୍ରାହି ମିଳିବନି । ବର୍ଷା ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା 9 ତାରିଖ ଯାଏଁ ବର୍ଷା ଲାଗି ରହିବ ।

08 October, 2022 10:19 AM IST By: Sudesna Nayak

ଲଗାଣ ବର୍ଷା (Rain) ଯୋଗୁ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷିଥିଲା । ଏବେ କୁମାର ପୂର୍ଣ୍ଣିମାରେ ବି ବର୍ଷା (Rain)ରୁ ତ୍ରାହି ମିଳିବନି । ବର୍ଷା (Rain)ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା 9 ତାରିଖ ଯାଏଁ ବର୍ଷା (Rain)ଲାଗି ରହିବ ।

ସୂଚନା ଅନୁଯାୟୀ, 9 ତାରିଖରେ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ଜଗତସିଂହପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିପାରେ । ଏହି 5 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (yellow warning) ଜାରି କରାଯାଇଛି ।

10 ତାରିଖରେ ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କଟକ ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ଜଗତସିଂହପୁର ଜିଲ୍ଲା ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (Rain) ନେଇ ସତର୍କ କରାଇଛି ।

ଗତ କିଛିଦିନ ଧରି ରାଜ୍ୟରେ ଲଗାତାର ଭାବେ ବର୍ଷା (Rain) ଲାଗି ରହିଛି । ବର୍ଷା (Rain) ଯୋଗୁ ପୂଜା ମାହୋଲ ପୁରା ଫିକା ହୋଇଯାଇଛି । ବର୍ଷା (Rain)ଲାଗି ରହିବାରୁ ଦଶହରା ଓ ଭସାଣି ଉତ୍ସବ ଫିକା ପଡ଼ିଥିବା ବେଳେ ଆସନ୍ତା 9 ତାରିଖ ଯାଏଁ ବର୍ଷା (Rain)ଲାଗି ରହିବ ।

ପ୍ରକାଶ ଥାଉ ଯେ, ଅକ୍ଟୋବର1 ତାରିଖରୁ 7 ତାରିଖ ଭିତରେ ରାଜ୍ୟରେ ପ୍ରାୟ ୭୦ ମିଲିମିଟର ବର୍ଷା (Rain)ହୋଇଛି ।

ଛାଡିବନି ବର୍ଷା, ଭିଜିବ ଗଜଲକ୍ଷ୍ନୀ ପୂଜା!

ଆଗାମୀ 48 ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା