1. କୃଷି ଖବର

ଆଗାମୀ 48 ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା

ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Sudesna Nayak
Sudesna Nayak
odisha weather update low pressure warning issued in 3 districts

odisha weather update low pressure warning issued in 3 districts

ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା (Rain)। ଉପକୂଳ ଓଡ଼ିଶା (odisha) ରେ ବର୍ଷା (Rain)ର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ସୂଚନା ଅନୁଯାୟୀ, ବର୍ଷା ଧୋଇଦେଲା ପୂଜା ମଉଜ । ଉପକୂଳ ଅଞ୍ଚଳରେ ମେଘୁଆ ପାଗ ସହ କିଛି ଅଞ୍ଚଳରେ ହାଲୁକା ବର୍ଷା (Rain)ଲାଗି ରହିଛି । ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଜଗତସିଂହପୁର,ଭଦ୍ରକ ଜିଲ୍ଲାରେ ବର୍ଷା (Rain)ର ପ୍ରଭାବ ରହିବ । 48 ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବ ।

ଆଜି ଗୁରୁବାର (Thursday) ଓ ଆସନ୍ତାକାଲି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି । ଆଗାମି 5 ଦିନ ଯାଏଁ ବର୍ଷା (Rain)ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 10 ତାରିଖ ଯାଏଁ ବର୍ଷା (Rain)ଲାଗି ରହିବ । ଅକ୍ଟୋବର 6 ଗୁରୁବାର (Thursday) ପାଇଁ 16 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ସେହିପରି ଶୁକ୍ରବାର (Friday)3 ଟି ଜିଲ୍ଲା ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ପୁରୀ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ (yellow warning)ଜାରି ହୋଇଛି । ଏହି 3 ଜିଲ୍ଲାରେ ପ୍ରବଳ ବର୍ଷା (Rain)ହେବା ଆଶଙ୍କା ରହିଛି ।

ବର୍ଷା ପାଇଁ ଫିକା ଦଶହରା:12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା : ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments