
weather update news RAIN in odisha
୨୨ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀଜନିତ ବର୍ଷା (RAIN) ସମ୍ଭାବନା ଅଛି । କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି ।
ସୂଚନା ଅନୁଯାୟୀ, ଆକାଶରୁ ନିଆଁ ବର୍ଷିଲା ଭଳି ଗ୍ରୀଷ୍ମ ଜ୍ୱାଳା (Heat Wave)। ଛଟପଟ ଜନଜୀବନ । ଚଳିତବର୍ଷ ପ୍ରଥମ ଥର ପାଇଁ ବୁଧବାର ପାରଦ ୪୪.୫ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା । ଏଭଳି ତାତି (HOT)ରେ ହୁତହୁତ ହୋଇ ଜଳୁଥିଲା ସୋନପୁର ସହର । ଏହାସହ ସୋନପୁର ପୁଣି ଥରେ ରାଜ୍ୟର ସବୁଠୁ ତତଲା ସହର ପାଲଟିଲା । ରାଜ୍ୟର ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା ବୁଧବାର ଦିନ (Wednesday)। ୬ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଡେଇଁଥିଲା । ଏମିତି ଅସ୍ୱାଭାବିକ ଗରମ (HOT)ରେ ସାରା ରାଜ୍ୟ ସନ୍ତୁଳି ହେଉଥିବାବେଳେ ଗୁରୁବାର (Thursday) ଠାରୁ ହାଲୁକା ଆଶ୍ୱସ୍ତି ମିଳିପାରେ ଗ୍ରୀଷ୍ମ ପ୍ରକୋପରୁ ।
ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ଦୁଇଦିନ ଭିତରେ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା (RAIN) ହେବ । କେତେକ ଜାଗାରେ ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ଫଳରେ ଗରମରୁ ଟିକିଏ ଆଶ୍ୱସ୍ତି ମିଳିପାରେ । ମାତ୍ର ୨୪ ତାରିଖରୁ ପୁଣି ଗରମ ବଢ଼ିବ । ତାପମାତ୍ରା ପୁଣି ୨-୩ ଡିଗ୍ରୀ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିବା ସହ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଅଧିକ ରହିବ ।
ଗୁରୁବାର (Thursday) କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା (RAIN)ହୋଇପାରେ । କେତେକ ଜାଗାରେ ଧୂଳିଝଡ଼, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ଆଶଙ୍କା ଅଛି । ଏହାବାଦ୍ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଟକ, ଅନୁଗୁଳ, ନୟାଗଡ଼ରେ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପବନ ହୋଇପାରେ । ୨୨ ତାରିଖରେ (ଶୁକ୍ରବାର) ଉପକୂଳ ଓଡ଼ିଶା (ODISHA)ସହ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା, ପବନ, ଘଡ଼ଘଡ଼ି ଆଶଙ୍କା ରହିଛି । ଶନିବାର (Saturday)କାଳବୈଶାଖୀ ପ୍ରକୋପ ଜାରି ରହିବ । ରବିବାର (Sunday)ଠାରୁ କାଳବୈଶାଖୀ ପ୍ରକୋପ କମିବା ସହ ପୁଣି ଗରମ ବଢ଼ିବ ।
ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବୁଧବାର (Wednesday) ସୋନପୁର ପଛକୁ ବଲାଙ୍ଗିର ତାପମାତ୍ରା ୪୪ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା ,ଟିଟିଲାଗଡ଼ରେ ପାରଦ ୪୩ ଡିଗ୍ରୀରେ ପହଞ୍ଚିଥିଲା । ୧୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବାବେଳେ ଅନୁଗୁଳ ଜିଲ୍ଲା ୪୨.୧, ବାରିପଦା ଜିଲ୍ଲା ୪୦.୪, କେନ୍ଦୁଝର ଜିଲ୍ଲା ୪୦.୬, ସମ୍ବଲପୁର ଜିଲ୍ଲା ୪୨.୪, ହୀରାକୁଦ ୪୧, ଭବାନୀପାଟଣା ୪୧.୫, ତାଳଚେର ୪୧.୪, ଭଦ୍ରକ ଜିଲ୍ଲା ୪୦.୫, ବରଗଡ଼ ୪୦.୬, ନୂଆପଡ଼ା ୪୧.୫, ନୟାଗଡ଼ ଜିଲ୍ଲା ୪୦, ପାରଳାଖେମୁଣ୍ଡି ୪୦.୮, ମାଲକାନଗିରି ୪୦ ଡିଗ୍ରୀ ତାତି (HOT)ରେ ଛଟପଟ ହୋଇଥିଲା ।
Share your comments