News

ଜୁନ୍‌ରେ ଓଡ଼ିଶାରେ ଅଧିକ ବର୍ଷା, ସୂଚନା ଦେଲେ ପାଣିପାଗ ବିଭାଗ

ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା ହେବ । ଏହାସହ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

01 June, 2022 11:29 AM IST By: Sudesna Nayak

ଜୁନ୍ ମାସରେ ଓଡ଼ିଶାରେ ଭଲ ବର୍ଷା (Rain) ହେବ । ଏହାସହ ଚଳିତ ମୌସୁମୀ (Monsoon) ଋତୁରେ ରାଜ୍ୟରେ ମିଶ୍ରିତ ବର୍ଷା (Rain)ହେବାର ସମ୍ଭାବନା ମଧ୍ୟ ରହିଛି । କେଉଁଠି ସ୍ୱାଭାବିକଠାରୁ ଅଧିକ ତ ଆଉ କେଉଁଠି ସ୍ୱାଭାବିକଠାରୁ କମ୍ ବର୍ଷା (Rain) ହେବ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ସୂଚନା ଅନୁଯାୟୀ, ବିଶେଷ ଭାବେ କେନ୍ଦ୍ର ଓଡ଼ିଶା (Odisha) ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ କମ୍ ବର୍ଷା (Rain) ହେବା ସମ୍ଭାବନା ରହିଛି ।ଏବେ ମୌସୁମୀ (Monsoon)କେରଳ ସଂପୂର୍ଣ୍ଣ ଭାବେ ଛୁଇଁ ସାରିଲାଣି ।

କର୍ଣ୍ଣାଟକ, ଆସାମ,ମେଘାଳୟରେ ମୌସୁମୀ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ ମୌସୁମୀ (Monsoon) ଓଡ଼ିଶା ଛୁଇଁଥାଏ । ହେଲେ ଏହି ବର୍ଷ ମଧ୍ୟ ସେହିପରି ହୋଇପାରେ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଅନ୍ୟପଟେ ରାଜ୍ୟକୁ ପୁଣି ଫେରିଛି ପ୍ରଚଣ୍ଡ ତାତି । ୪୪.୫ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା‌ ବେଳେ ରାଜ୍ୟର ୪ ସହର ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିଛି। ୧୮ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ସାରା ରାଜ୍ୟ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି । ଆଜି ବୁଧବାର (wednesday) ବଲାଙ୍ଗୀରର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଛି । ପଛକୁ ରହିଛି ଟିଟିଲାଗଡ଼ ୪୩.୨ ଡିଗ୍ରି ଓ ସମ୍ବଲପୁର ୪୩ ଡିଗ୍ରି। ଏଥିସହ ଉପକୂଳର ତାପମାତ୍ରା ମଧ୍ୟ ଆଜିଠାରୁ ବଢ଼ିବା ଆରମ୍ଭ ହୋଇଛି ।

ପ୍ରକାଶ ଥାଉ ଯେ, ଆଜି ବୁଧବାର (wednesday)କଟକ (Cuttack)ର ଦିନ ତାପମାତ୍ରା ୩୯.୪ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରରେ ରହିଛି ୩୮ ଡିଗ୍ରି । ସେହିପରି ଚଳିତ ଗ୍ରୀଷ୍ମ ଋତୁ ବା ପ୍ରାକ୍‌ ମୌସୁମୀ ଋତୁ (ମାର୍ଚ୍ଚରୁ ମେ’)ରେ କାଳବୈଶାଖୀ (Thunderstorms)ଜନିତ ବର୍ଷା (Rain)ର ପରିମାଣ କମ୍‌ ହେବା ଫଳରେ ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ମାତ୍ର ୯୦.୭ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷାଠାରୁ ୨୯% କମ୍‌ ।

୨୪ ଘଣ୍ଟାରେ ବର୍ଷା ; ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଜୁନ୍‌ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)