News

୨୪ରେ ଘୂର୍ଣ୍ଣିବଳୟ,୨୬ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା ବଢ଼ିବ ।

22 June, 2022 10:11 AM IST By: Sudesna Nayak

ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା (Odisha)ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ରାଜ୍ୟରେ ୨୩ ତାରିଖରୁ ବର୍ଷା (RAIN)ବଢ଼ିବ ।

ସୂଚନା ଅନୁଯାୟୀ, ଉତ୍ତର ଓଡ଼ିଶାରେ ୨୬ ତାରିଖ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN)ହୋଇପାରେ । ସେପଟେ ବୁଧବାର (Wednesday)ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD)ପୂର୍ବାନୁମାନ କରିଛି ।

ସେହିପରି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷା (RAIN) ପରିମାଣ ବଢ଼ିବ । ୨୪ ତାରିଖରେ ଉତ୍ତର ଓଡ଼ିଶା ଉପର ଭାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଥିବାରୁ ଏହା ପ୍ରଭାବରେ ବର୍ଷା (RAIN) ଅଧିକ ହେବ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ କହିଛନ୍ତି, ସ୍ଥାନେ ସ୍ଥାନେ ବର୍ଷା (RAIN) ଜାରି ରହିଛି ।

ମୌସୁମୀର ବଙ୍ଗୋପସାଗର ଶାଖା ସକ୍ରିୟ ହେଉଛି । ୨୪ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା (RAIN) ସମ୍ଭାବନା ରହିଛି । ୨୨ ତାରିଖରୁ ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (RAIN) ହୋଇପାରେ ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି ସ୍ଥାନରେ ମଙ୍ଗଳବାର (Tuesday)ବର୍ଷା (RAIN) ହୋଇଛି । ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ବୌଦ୍ଧ ଜିଲ୍ଲାରେ ୬୩ ମିଲିମିଟର,ରାୟଗଡା ଜିଲ୍ଲାରେ ୩୦.୮, ନବରଙ୍ଗପୁର ଜିଲ୍ଲାରେ ୩୦.୨, କଳାହାଣ୍ଡି ଜିଲ୍ଲାରେ ୨୯.୫, କନ୍ଧମାଳ ଜିଲ୍ଲାରେ ୨୫.୬, ଗଞ୍ଜାମ ଜିଲ୍ଲାରେ ୨୫.୪, ମାଲକାନଗିରି ଜିଲ୍ଲାରେ ୨୪.୯, ନୟାଗଡ଼ ଜିଲ୍ଲାରେ ୨୩.୧, ଖୋର୍ଦ୍ଧା ଜିଲ୍ଲାରେ ୨୦.୧, ସୋନପୁର ଜିଲ୍ଲାରେ ୨୯.୨, ଜଗତସିଂହପୁର ଜିଲ୍ଲାରେ ୧୩.୪, ଢେଙ୍କାନାଳ ଜିଲ୍ଲାରେ ୩୨.୮ ଓ ଯାଜପୁର ଜିଲ୍ଲାରେ ୨୮.୯ ମିଲିମିଟର ବର୍ଷା (RAIN) ହୋଇଥିବା ଭାରତୀୟ ପାଣିପାଗ ବିଭାଗ (IMD) ତଥ୍ୟ ଦେଇଛି ।

ଓଡିଶା ଛୁଇଁଛି ମୌସୁମୀ ବାୟୁ, ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)