1. କୃଷି ଖବର

10 ଲକ୍ଷ ଆଶାକର୍ମୀଙ୍କୁ ବିଶ୍ବ ସମ୍ମାନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ସମ୍ମାନିତ କରିଛି। କରୋନା କାଳରେ ଆଶା ସ୍ୱୟଂସେବକମାନେ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇଥିଲେ।

Shuvanshu Kar
Shuvanshu Kar
WHO honours ASHA workers for their crucial role during COVID-19 pandemic

WHO honours ASHA workers for their crucial role during COVID-19 pandemic

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମହାନିଦେ୍ର୍ଦଶକଙ୍କ ଗ୍ଲୋବାଲ ହେଲଥ ଲିଡର୍ସ ପୁରସ୍କାର ପ୍ରାପ୍ତ କରିଥିବା ଆଶା କର୍ମୀମାନଙ୍କର ସମଗ୍ର ଟିମ ନିମନ୍ତେ ପ୍ରସନ୍ନତା ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ସୁସ୍ଥ ଭାରତ ସୁନିଶ୍ଚିତ କରିବାରେ ଆଶା କର୍ମୀମାନେ ସବୁଠୁ ଆଗରେ ରହିଛନ୍ତି ଏବଂ ସେମାନଙ୍କ ସମର୍ପଣ ତଥା ଦୃଢ଼ ସଂକଳ୍ପ ପ୍ରଶଂସାଯୋଗ୍ୟ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ହୋଇଥିବା ଏକ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି;

‘‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିଦେ୍ର୍ଦଶକଙ୍କ ଗ୍ଲୋବାଲ ହେଲଥ ଲିଡର୍ସ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଥିବାରୁ ଅଶା କର୍ମୀମାନଙ୍କର ତମାମ ଟିମକୁ ନେଇ ମୁଁ ପ୍ରସନ୍ନ । ସମସ୍ତ ଆଶା କର୍ମୀଙ୍କୁ ଶୁଭେଚ୍ଛା । ଏକ ସୁସ୍ଥ ଭାରତ ସୁନିଶ୍ଚିତ କରିବା ଦିଗରେ ସେମାନେ ସବୁଠୁ ଆଗରେ ରହିଛନ୍ତି । ସେମାନଙ୍କର ସମର୍ପଣ ଓ ଦୃଢ଼ ସଂକଳ୍ପ ପ୍ରଶଂସାଯୋଗ୍ୟ ।’’

ଭାରତର ୧୦ ଲକ୍ଷ ମହିଳା ଆଶା ସ୍ୱୟଂସେବକଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରବିବାର ସମ୍ମାନିତ କରିଛି। କରୋନା କାଳରେ ଆଶା ସ୍ୱୟଂସେବକମାନେ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇଥିଲେ। ସେହିପରି ଦେଶରେ କରୋନା ଭାଇରସ ବିରୋଧରେ ଅଭିଯାନରେ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆଶାକର୍ମୀମାନଙ୍କୁ ସମ୍ମାନିତ କରାଯାଇଛି।

ରତରେ କରୋନା ମହାମାରୀ ଯେତେବେଳେ ପିକ ସ୍ତରରେ ଥିଲା, ଲୋକେ ଅନ୍ୟମାନଙ୍କ ପାଖକୁ ଯିବାକୁ ଭୟ କରୁଥିଲେ। ସେହିଭଳି ଏକ ସଂକଟ ସମୟରେ ଆଶାକର୍ମୀମାନେ ଭୟ ନକରି ଅନ୍ୟରଘରକୁ ଘର ଯାଇ ରୋଗୀଙ୍କୁ ଚିହ୍ନଟ କରୁଥିଲେ। ଏହା ଚର୍ଚ୍ଚାର ପରିସରକୁ ଆସିଥିଲା।

ମଧୁମେହକୁ ନିୟନ୍ତ୍ରଣ ରଖିବ ଏହି ପରିବା

ଛତୁ ଖାଆନ୍ତୁ ମଧୁମେହ ଓ ଡିପ୍ରେସନକୁ ନାଁ କୁହନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments