1. କୃଷି ଖବର

ଦିଲ୍ଲୀରୁ କାହିଁକି ମୁହଁ ମୋଡିଛି ମୌସୁମୀ ?

ଏଯାଏଁ ଦିଲ୍ଲୀରେ ବର୍ଷାର ଦେଖା ଦର୍ଶନ ନାହିଁ । ଏମିତି ଲାଗୁଛି ଯେମିତି ଦିଲ୍ଲୀ ଉପରେ ରାଗିଛି ମୌସୁମୀ । ଏହାରି ଭିତରେ ଆସିଛି ବର୍ଷା ନ ହେବା ପଛରେ ପାକିସ୍ତାନ କନେକ୍ସନ ।

Shuvanshu Kar
Shuvanshu Kar
why rains elude many parts of the capital delhi?

why rains elude many parts of the capital delhi?

ଗତ 30 ଜୁନରେ ଦେଶର ରାଜଧାନୀ ଦିଲ୍ଲୀରେ ଏଣ୍ଟ୍ରି କରିଥିଲା ମୌସୁମୀ(mansoon) । ହେଲେ ଏଯାଏଁ ବର୍ଷା(rain)ର ଦେଖା ଦର୍ଶନ ନାହିଁ । ଏମିତି ଲାଗୁଛି ଯେମିତି ଦିଲ୍ଲୀ ଉପରେ ରାଗିଛି ମୌସୁମୀ । ପାଣିପାଗ ବିଭାଗ(imd) ମଧ୍ୟ ପୂର୍ବାନୁମାନ କରିବାରେ ବିଫଳ ।

ମୌସୁମୀର ଗତିବିଧି ଜାଣିବା ବର୍ତ୍ତମାନ ଜଟିଳ ପ୍ରକ୍ରିୟା ବୋଲି ଧରି ନେଇଛନ୍ତି ବିଶେଷଜ୍ଞ । ଏଭଳିସ୍ଥିତିରେ ରାଜଧାନୀରେ ବର୍ଷା ନ ହେବା ନେଇ ସାମ୍ନାକୁ ଆସିଛି ପାକିସ୍ତାନ କନେକସନ । ଦିଲ୍ଲୀର କିଛଇ ସ୍ଥାନରେ ଗତ 10 ଦିନ ମଧ୍ୟରେ ମାତ୍ର 2.6 ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ ପହିଲାରୁ ମୌସୁମୀ ଆରମ୍ଭ ହେବା ପରଠୁ ବର୍ଷାର ପରିମାଣ କମ ରହିଛି ।

30 ଜୁନରେ ପ୍ରଥମ ଥର ପ୍ରବଳ ବର୍ଷା ପରେ ଅରେଞ୍ଜ ଆଲର୍ଟ ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ । 1 ଜୁଲାଇରେ ଦିଲ୍ଲୀରେ ମଧ୍ୟମ ଧରଣର ବର୍ଷାର ଚେତାବନୀ ଦିଆଯାଇଥିଲା । ଏହା ବ୍ୟତୀତ ଆଗାମୀ 6 ଦିନ ପାଇଁ ହାଲୁକା ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା । ଏହାପରେ 3 ଦିନ(ଜୁଲାଇ 1ରୁ ଜୁଲାଇ 3) ମାତ୍ର 2 ମିମି ବର୍ଷା ହୋଇଛି । ସେହିପରି ପାଣିପାଗ କାର୍ଯ୍ୟାଳୟ 4 ଜୁଲାଇ ଓ 5 ଜୁଲାଇ ପାଇଁ ୟେଲୋ ଆଲର୍ଟ ଓ 6 ଜୁଲାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି କହିଥିଲା । ଏହାକୁ ପରେ 7 ଜୁଲାଇକୁ ଘୁଞ୍ଚାଇ ଦିଆଯାଇଥିଲା । ହେଲେ ଏହି ସମୟରେ ବର୍ଷାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନି ।

ବିଶେଷଜ୍ଞମାନେ ବର୍ଷା ଅନୁପସ୍ଥିତି ମଧ୍ୟ ଭାରତ ଆଡକୁ ମୌସୁମୀର ଅଗ୍ରଗତିର କାରଣ ବୋଲି କହିଛନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଜୁଲାଇ 9 ଏବଂ 10 ରେ ପଶ୍ଚିମ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ରାଜସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ହେଲେ ଏଯାଏଁ ସେଭଳି ବର୍ଷା ହୋଇନାହିଁ ।

ଆଶା କରାଯାଉଥିଲା ଯେ ମୌସୁମୀ ଲୋପ୍ରେସର କମିବା ପରେ ମୌସୁମୀ ଟ୍ରଫ ପୂନର୍ବାର ଉତ୍ତର ଦିଗକୁ ଗତି କରିବ । ହେଲେ ଗତ 24 ଘଣ୍ଟାରୁ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଓ ଦକ୍ଷିଣ ପାକିସ୍ତାନ ଆଖପାଖ ଅଞ୍ଚଳରେ ସୃଷ୍ଟି ଏକ ଘୁର୍ଣ୍ଣିବଳୟ ଏଭଳି ହେବାକୁ ଦେଉନାହିଁ ।

ଗର୍ଜୁଛି ବାଦଲ, ଅଧା ଭାରତରେ ଜଳପ୍ରଳୟ

ମୌସୁମୀ ସକ୍ରିୟ, ଆହୁରି ୫ ଦିନ ଯାଏଁ ପ୍ରବଳ ବର୍ଷା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments