1. କୃଷି ଖବର

କାହିଁକି ଆମେ ପାଳିଥାଉ ଅକ୍ଷୟ ତୃତୀୟା?

ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ।

Priyambada Rana
Priyambada Rana
କାହିଁକି ଆମେ ପାଳିଥାଉ ଅକ୍ଷୟ ତୃତୀୟା?

କାହିଁକି ଆମେ ପାଳିଥାଉ ଅକ୍ଷୟ ତୃତୀୟା?

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ।

କୃଷକମାନେ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (Akhi Muthi ) ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି (Akhi Muthi Anukula ritual )। ଶୁଭଦିନ ଭାବେ ମନେକରି ଏହି ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ। କୃଷକମାନେ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣିଥାନ୍ତି। ଏହାକୁ ଅକ୍ଷିମୁଠି କହନ୍ତି। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି। 

ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ, ବିହନଭରା ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ସହିତ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କୁହାଯାଏ। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି । ଏହିଦିନଟି ଓଡିଶାର ମହାନ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ମଧ୍ୟ ଜଡିତ।

ବିଶ୍ୱାସ କରାଯାଏ ଯେ, ପ୍ରଭୁ ପର୍ଶୁରାମ ଏବଂ ହଏଗ୍ରୀବଙ୍କର ଜନ୍ମ ଅକ୍ଷୟ ତୃତୀୟାଙ୍କ ଦିନ ହୋଇଥିଲା। ଅକ୍ଷୟ ତୃତୀୟା ଦିନ, ଦ୍ୱାପର ଯୁଗ ସମାପ୍ତ ହେଲା ଏବଂ ତ୍ରେତୟା ଯୁଗ ଆରମ୍ଭ ହେଲା। ମହାଭାରତର ଯୁଦ୍ଧ ଅକ୍ଷୟ ତୃତୀୟା ଦିନ ଶେଷ ହୋଇଥିଲା। ଏହି ଦିନଠାରୁ, ବେଦବ୍ୟାସ ଏବଂ ଭଗବାନ ଗଣେଶ ମହାଭାରତ ଲେଖିବା ଆରମ୍ଭ କରିଥିଲେ।

ମାତା ଗଙ୍ଗା ଅକ୍ଷୟ ତୃତୀୟା ଦିନ ପୃଥିବୀରେ ପହଞ୍ଚିଥିଲେ। ଅକ୍ଷୟ ତୃତୀୟା ଦିନ ସୁଦାମା ଭଗବାନ କୃଷ୍ଣଙ୍କୁ ଭେଟିବାକୁ ଆସିଥିଲେ। ଏହି ଦିନ ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ କୁମାରଙ୍କ ଆର୍ବିଭାବ ମଧ୍ୟ ହୋଇଥିଲା। ଏହି ଦିନ ଶ୍ରୀ ବଦ୍ରିନାଥଙ୍କର ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଏ ଏବଂ ଶ୍ରୀ ଲକ୍ଷ୍ମୀ ନାରାୟଣଙ୍କୁ ଦର୍ଶନ କରାଯାଏ। ବଦ୍ରିନାରାୟଣଙ୍କ ଦ୍ୱାର ମଧ୍ୟ ଏହି ତାରିଖରୁ ଖୋଲିଥାଏ। ବୃନ୍ଦାବନସ୍ଥିତ ଶ୍ରୀ ବାଙ୍କେବିହାରୀ ମନ୍ଦିରରେ ପ୍ରଭୃଙ୍କ ପାଦ ଦର୍ଶନ କେବଳ ଏହିଦିନ ହୋଇଥାଏ। କାରଣ ବର୍ଷସାରା ଠାକୁର ପୋଷାକରେ ଆଚ୍ଛାଦିତ ହୋଇ ରହିଥାନ୍ତି।

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments